ଓଡ଼ିଆ ସମ୍ବାଦ ସାହିତ୍ୟର ଆଦ୍ୟ ପୁରୋଧା
ରବି ରଥ : ଓଡ଼ିଆ ସମ୍ବାଦପତ୍ର ପ୍ରକାଶନ କ୍ଷେତ୍ରରେ ଗୌରୀ ଶଙ୍କର ରାୟଙ୍କ ସମ୍ପାଦନାରେ ୧୮୬୬ ମସିହାରେ ଉକଳ ଦୀପିକା ନାମକ ଏକ ଓଡ଼ିଆ ସମ୍ବାଦପତ୍ର ପ୍ରକାଶ ପାଇଥିଲା ସେହି ବର୍ଷଟି ଓଡ଼ିଶା ପାଇଁ ଥିଲା ଦୁଃଖଦ ବର୍ଷ । ସେହି ବର୍ଷରେ ଓଡ଼ିଶାରେ ନଅଙ୍କ ଦୁର୍ଭିକ୍ଷ ପଡ଼ିବା ଯେଗୁଁ ପ୍ରାୟ ୧୦ ଲକ୍ଷ ଲେକ ପ୍ରାଣ ହରାଇଥିଲେ । ଏ ସମ୍ପର୍କରେ ଇଂରେଜ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାରେ ଉକଳ ଦୀପିକାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ପରବର୍ତ୍ତୀ ସମୟରେ ମନୀଷୀ, ସାହିତି୍ୟକ, ଯୁଗପୁରୁଷ ଶଶୀଭୂଷଣ ରଥ ସମସାମୟିକ ଭାରତୀୟ ଗଦ୍ୟ ସାହିତ୍ୟରେ ଓଡ଼ିଆ ସାହିତ୍ୟର ମହତ୍ୱ ପ୍ରତିପାଦନ କରିଯାଇ ଅଛନ୍ତି । ସମ୍ବାଦପତ୍ରର ସ୍ୱରୂପ ବିଶେଷ କରି ଓଡ଼ିଆ ଭାଷାରେ ଆଜି ଯେଉଁ ପରିକଳ୍ପନା ଅର୍ଜନ କରିପାରିଛି ତାର ମୂଳରେ ସାମ୍ବାଦିକ ଶଶୀଭୂଷଣ ରଥଙ୍କ ପ୍ରେରଣା ଓ ଦିଗ୍ଦର୍ଶନ ଥିବା କେହି ଅସ୍ୱୀକାର କରିପାରିବେ ନାହିଁ । ସଂଯତ, ସୁଚିନ୍ତିତ ଯୁଗୋପଯୋଗୀ, ସର୍ବେଜନ ବୋଧ, ଦାମ୍ଭିକତା ତଥା ପୌରୁଷପୂର୍ଣ୍ଣ ବ୍ୟଞ୍ଜନା ଶୈଳୀ ଶଶୀଭୂଷଣଙ୍କ ସମ୍ବାଦ ସାହିତ୍ୟର ମହନୀୟ ଗୌରବ ଯାହାକି ଆଜିର ଓଡ଼ିଆ ସମ୍ବାଦ ସାହିତ୍ୟରେ ଏକ ଉଜ୍ୱଳ ପରମ୍ପରା ଓ ପ୍ରଶସ୍ତ ବିର ବିବେଚନା ପାଇଁ ମାର୍ଗ ପ୍ରଦର୍ଶନ କରି ଆସୁଅଛି । ଏପରି ଗୌରବମୟ ପରମ୍ପରାର ସୁଯୋଗ୍ୟ ରଥୀ ସଂଗ୍ରାମୀ ଶଶୀଭୂଷଣ ।
୧୯୦୧ ମସିହାରୁ ଦେଶ ମିଶ୍ରଣ ଆନେ୍ଦାଳନ ଗଞ୍ଜାମ ଜିଲ୍ଲାରୁ ଆରମ୍ଭ ହେଲା ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପାଇଁ ବିକ୍ଷିପ୍ତ ଭାବେ ବିଭିନ୍ନ ଓଡ଼ିଆ ଭାଷାଭାଷୀ ଅଞ୍ଚଳରେ ସଂଗଠନମାନେ ଦାବି କରି ଆସୁଥିଲେ । ଖଲିକୋଟ ରାଜା ପ୍ରାତଃ ସ୍ମରଣୀୟ ହରିହର ମର୍ଦ୍ଦରାଜ ଦେବ ନିଜର ପୁତ୍ର ରାମଚନ୍ଦ୍ରଙ୍କ ସ୍ୱନକ୍ଷତ୍ର ଅବସରରେ ରମ୍ଭା ରାଜ ପ୍ରାସାଦରେ ଏକ ବନ୍ଧୁ ମିଳନର ଆୟୋଜନ କରିଥିଲେ । ଓଡ଼ିଶାର ବରପୁତ୍ରମାନେ ସେହି ବର୍ଣ୍ଣାଢ଼୍ୟ ଉତ୍ସବରେ ଯୋଗ ଦେଇଥିଲେ ସେଠାରେ ଓଡ଼ିଆ ମାନଙ୍କର ବିଭିନ୍ନ ପ୍ରଦେଶରେ ଅକଥନୀୟ ନିର୍ଯାତନା ଓ ଦୁର୍ଦ୍ଦଶା ସଂପର୍କରେ ଆଲୋଚନା କରାଯାଇଥିଲା ଏବଂ ଆନେ୍ଦାଳନାତ୍ମକ କାର୍ଯ୍ୟପନ୍ଥା ଗ୍ରହଣ କରିବା ଦିଗରେ ମତ ପ୍ରକାଶ ପାଇଥିଲା । ପ୍ରଥମେ ଗଞ୍ଜାମ ସମ୍ମିଳନୀ ବ୍ରହ୍ମପୁରରେ ଆୟୋଜନ କରାଯାଇଥିଲା ଓ ପରେ ତାକୁ ଉକ୍ରଳ ସମ୍ମିଳନୀରେ ନାମିତ କରଯାଇ ବିଧିବଦ୍ଧ ଦେଶ ମିଶ୍ରଣ ଆନେ୍ଦଳନ ଆରମ୍ଭ କରାଯାଇଥିଲା କୁଳବୃଦ୍ଧ ମଧୁସୂଦନ ଓ ଫକୀର ମୋହନ ପ୍ରମୁଖ ସେହି ସମ୍ମିଳନୀରେ ଯୋଗ ଦେଇଥିଲେ । ବ୍ରହ୍ମପୁର ପରେ କଟକରେ ଉକ୍ରଳ ସମ୍ମିଳନୀ ହେଲା ଓ ଦେଶ ମିଶ୍ରଣ ଆନେ୍ଦାଳନ ଆରମ୍ଭ କରାଯାଇଥିଲା । ସର୍ବତ୍ର ଜନସମର୍ଥନ ମିଳିଲା । ୧୯୧୧ ଜନଗଣନା ବେଳେ ବଙ୍ଗ, ବିହାର, ଓ ମାନ୍ଦ୍ରାଜର ଅଫିସରମାନେ ଓଡ଼ିଆ ଭାଷାଭାଷୀଙ୍କ ସମ୍ପର୍କରେ ବିକୃତ ତଥ୍ୟ ପ୍ରଦାନ କରିଥିଲେ ତିନୋଟିଯାକ ରାଜ୍ୟରେ ଅନ୍ୟ ଭାଷାଭାଷୀଙ୍କ ସଂଖ୍ୟା ବଢ଼ିଥିଲା ବେଳେ ଓଡ଼ିଆଙ୍କ ସଂଖ୍ୟାକୁ ହ୍ରାସ କରାଯାଇଥିଲା । ଅଫିସରମାନଙ୍କ ଅସାଧୁ ଉଦ୍ୟମ ଓଡ଼ିଆଙ୍କ ମଧ୍ୟରେ ଉଦବେଗ ସୃଷ୍ଟି କରିଥିଲା ଯାହାକି ବିଲାତ ତଥା ଭାରତ ସରକାରଙ୍କୁ ବିସ୍ମିତ କରିଥିଲା । ଓଡ଼ିଆମାନେ ଆନେ୍ଦାଳନ କରି ଜାଣିନଥିବାରୁ ନିର୍ଯାତନା ସହ୍ୟ କରିବାକୁ ପଡ଼ୁଛି ବୋଲି ଲର୍ଡ କର୍ଜନ ପ୍ରକାଶ କରିଥିବା କୁହାଯାଇଛି । ମାକକଲମ ସ୍କଟ ନାମକ ଜନୈକ ପାର୍ଲାମେଣ୍ଟ ସଭ୍ୟ ଓଡ଼ିଆ ଭାଷାଭାଷୀଙ୍କ ଜନଗଣନା ତଥ୍ୟ ଉପରେ ବ୍ରିଟିସ କନଭେନସନ୍ ସଭାରେ ପ୍ରଶ୍ନ ଉଠାଇ ସେମାନଙ୍କୁ ଗୋଟିଏ ପ୍ରଦେଶରେ ଏକତ୍ରିତ କରି ରଖିବା ପାଇଁ ଯୁକ୍ତି ବାଢ଼ିଥିଲେ । ୧୯୧୨ ଉକ୍ରଳ ସମ୍ମିଳନୀର ବ୍ରହ୍ମପୁର ଅଧିବେଶନରେ ମାନ୍ଦ୍ରାଜ ପ୍ରସିଡ଼େନ୍ସିରୁ ଓଡ଼ିଆ ଅଞ୍ଚଳ ଅପସାରଣ ପାଇଁ ଦାବି କରିଥିଲେ । ଏହି ଅଧିବେଶନରେ ଦେଶ ମିଶ୍ରଣ ବାର୍ତ୍ତାକୁ ପ୍ରସାର କରିବା ଲାଗି ନୀତି ନିର୍ଦ୍ଧାରଣ କରାଯାଇ ଶଶୀଭୂଷଣ, ପଣ୍ଡିତ ଗୋପବନ୍ଧୁ ଏବଂ ଅନନ୍ତ ମିଶ୍ରଙ୍କୁ ଏହି ଦାୟିତ୍ୱ ଦିଆଯାଇଥିଲା । ରାଜା ହରିହର ମର୍ଦ୍ଦରାଜଙ୍କ ପୃଷ୍ଠପୋଷକତାରେ ପ୍ରକାଶ ପାଉଥିବା ପ୍ରଜାବନ୍ଧୁ ପତ୍ରିକାର ପ୍ରକାଶନ ବନ୍ଦ ହେବା ପରେ ବଡ଼ଖେମୁଣ୍ଡି ରାଜା କୃପାମୟ ଦେବଙ୍କ ନେତୃତ୍ୱରେ ଗଞ୍ଜାମ ଗୁଣଦର୍ପଣ ନୀଳମଣି ବିଦ୍ୟାରନôଙ୍କ ସମ୍ପାଦକତ୍ୱରେ କିଛିକାଳ ଏହା ପ୍ରକାଶ ପାଉଥିଲା । ଶଶୀଭୂଷଣଙ୍କ ସଂପାଦକତ୍ୱରେ ୧୯୧୩ ସାଲରେ ସାପ୍ତାହିକ "ଆଶା' ପ୍ରକାଶ ପାଇଲା ପରେ ସାମ୍ବାଦିକତା କ୍ଷେତ୍ରରେ ଏକ ନୂତନ ଯୁଗର ସୃଷ୍ଟି ହେଇଥିଲା । ୧୯୨୮ରେ ଦୈନିକ ଖବର କାଗଜ ଭାବେ "ଆଶା' ପ୍ରତିଷ୍ଠିତ ହେଇ ଜାତୀୟବାଦୀମାନଙ୍କ ମନରେ ଆନନ୍ଦ ଓ ଉତ୍ସାହ ସୃଷ୍ଟି କରିଥିଲା । ୧୯୩୩ରେ ଶଶୀଭୂଷଣଙ୍କ "ନୁ୍ୟ ଓଡ଼ିଶା' ଜନ୍ମ ନେଲା ପରେ ଦେଶ ମିଶ୍ରଣ ଆନେ୍ଦାଳନକୁ ସର୍ବଭାରତୀୟ ରୂପରେଖ ଦେବାରେ ସମର୍ଥ ହେଇଥିଲେ । ଓଡ଼ିଶା ତଥା ଭାରତର ବହୁ ବୁଦ୍ଧିଜୀବୀ ଏହି ପତ୍ରିକା ସହିତ ସଂପର୍କ ରକ୍ଷା କରିଥିଲେ ଏହା ପୂର୍ବରୁ ଶଶୀଭୂଷଣ ରଥ "ଇଷ୍ଟ କୋଷ୍ଟ' ନାମକ ଏକ ସାପ୍ତାହିକ ପତ୍ରିକା ଆଶା ପ୍ରେସରୁ ପ୍ରକାଶ କରି ଏହି ଇଂରେଜ ପତ୍ରିକାର ଦାୟିତ୍ୱ ଗୋଦାବରିଶ ମିଶ୍ରଙ୍କୁ ଦେଇଥିଲେ । ଶଶୀବାବୁ ମାସିକ ପତ୍ରିକା ବୈତରଣୀ ପ୍ରକାଶ କରିଥିଲେ । ପ୍ରଖ୍ୟାତ ସ୍ୱାଧୀନତା ସଂଗ୍ରାମୀ ଶଶୀଭୂଷଣ ତାଙ୍କର ପ୍ରତିଷ୍ଠିତ "ଆଶା' ଓ "ନୁ୍ୟ ଓଡ଼ିଶା'କୁ ଦେଶ ମିଶ୍ରଣ ଆନେ୍ଦଳନ ସହିତ ସ୍ୱାଧୀନତା ସଂଗ୍ରାମର ବାର୍ତ୍ତା ପ୍ରସାର ଓ କାର୍ଯ୍ୟକ୍ରମରେ ସମ୍ପୃକ୍ତ ଆନେ୍ଦଳନର ମୁଖପାତ୍ର ଭାବେ କାର୍ଯ୍ୟ କରୁଥିଲେ । ‘ଆଶା’ ଥିଲା ଜନସାଧାରଣଙ୍କ ଆଶା ଓ ଭରସାର ଉତ୍ସ ଓ ଓଡ଼ିଆଙ୍କର ମୁଖପତ୍ର । ପଣ୍ଡିତ ଗେପବନ୍ଧୁ, ପଣ୍ଡିତ ନୀଳକଣ୍ଠ, ପଣ୍ଡÿିତ ଗୋଦାବରିଶ, ଜଷ୍ଟିସ ଲିଙ୍ଗରାଜ ପାଣିଗ୍ରାହୀ, ଶ୍ୟାମସୁନ୍ଦର ମିଶ୍ର, କପିଳେଶ୍ୱର ଦାସ, ପଣ୍ଡÿିତ ବିଶ୍ୱନାଥ ମିଶ୍ର, ମଞ୍ଚଶ୍ରୀ ସତ୍ୟନାରାୟଣ ପଣ୍ଡା, ମଧୁସୂଦନ ମହାପାତ୍ର, ଡଃ ସତ୍ୟନାରୟଣ ରାଜଗୁରୁ, ସାମ୍ବାଦିକ ରାମଚନ୍ଦ୍ର ଦାସ, ନାଟ୍ୟକାର କୈଳାସ ଚନ୍ଦ୍ର ମିଶ୍ର, ରାମକୃଷ୍ଣ ପାଢ଼ୀ, ପଣ୍ଡÿିତ ହରିକୃଷ୍ଣ ସାହୁ ପ୍ରମୁଖ ସୁଲେଖକମାନେ ରୀତିମତ କର୍ତ୍ତବ୍ୟ ବିଷୟରେ ଲେଖାମାନ ଲେଖୁଥିଲେ । ଭାଷା ଆନେ୍ଦାଳନକୁ ଉଜ୍ଜୀବିତ କରିବା ଲାଗି କଟକରେ ଉକଳ ଦୀପିକା, ବାମଣ୍ଡାରେ ‘ସମ୍ବଲପୁର ହିତୈଷିଣୀ’, ବ୍ରହ୍ମପୁରରେ ‘ସ୍ୱଦେଶୀ’ ଓ ‘ବାର୍ତ୍ତାଲହରୀ’ ପ୍ରକାଶିତ ହେଇ ବିଖଣ୍ଡିତ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଜାତୀୟ ଜାଗରଣ ସୃଷ୍ଟି କରିଥିଲା । "ଦୈନିକ ଆଶା' ପ୍ରାକୃତିକ ଓଡ଼ିଶାରେ ଜନଜାଗରଣ ସୃଷ୍ଟି କରିଥିଲା ଶଶୀଭୂଷଣ ଥିଲେ ଏକ ଅଦ୍ୱିତୀୟ ସମ୍ପାଦକ ତଥା ବଳିଷ୍ଠ ସଂଗଠକ । ତାଙ୍କର "ଆଶା' ମାଧ୍ୟମରେ ରାଜ୍ୟର ନେତୃବୃନ୍ଦଙ୍କ ମଧ୍ୟରେ ସେ ଯୋଗସୂତ୍ର ସ୍ଥାପନ କରିବାରେ ସକ୍ଷମ ହେଇଥିଲେ । ଶଶୀବାବୁ ମହାତ୍ମା ଗାନ୍ଧୀ, ସର୍ଦ୍ଦାର ପଟେଲ, ପଣ୍ଡÿିତ ମୋତିଲାଲ ନେହେରୁ, ଡଃ ରାଜେନ୍ଦ୍ର ପ୍ରସାଦ, ରାଜାଜୀ, ପଟାଭି ସୀତାରାମେୟା, ସୁବାଷ ବୋଷ, ପଣ୍ଡÿିତ ରବିଶଙ୍କର ଶୁକ୍ଳା, ଶରତ ବୋଷ ପ୍ରମୁଖ ଦେଶର ବରେଣ୍ୟ ସଂଗ୍ରାମୀଙ୍କ ସହିତ ସୁସମ୍ପର୍କ ସ୍ଥାପନ କରିବାରେ ସକ୍ଷମ ହେଇଥିଲେ । ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ମହାରାଜା ବିକ୍ରମ ଦେବ ବର୍ମା, ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ଦେଓ, ଜଷ୍ଟିସ ଲିଙ୍ଗରାଜ ପାଣିଗ୍ରାହୀ, ଶିଳ୍ପପତି ପରମାନନ୍ଦ ସାହୁ ପ୍ରମୁଖ ଶଶୀବାବୁଙ୍କୁ ସକ୍ରିୟ ସହଯୋଗ କରି ଓଡ଼ିଆ ସାମ୍ବାଦିକତାକୁ ପରିପୁଷ୍ଟ କରିଥିଲେ ।
ଶଶୀଭୂଷଣ ରଥ ଗଞ୍ଜାମ ଜିଲ୍ଲା ସୋରଡାର ପ୍ରଖ୍ୟାତ ମହାପାତ୍ର ପରିବାରରେ ୧୮୮୫ ସାଲରେ ଜନ୍ମଗ୍ରହଣ କରି ମହୁଲିଆ (ଭଞ୍ଜନଗର ନିକଟ) ପିଉସାଙ୍କୁ ପୋଷ୍ୟପୁତ୍ର ହେଇ ରଥ ହେଇଯାଇଥିଲେ । ଶଶୀଭୂଷଣଙ୍କ ପ୍ରଚଣ୍ଡ ବ୍ୟକ୍ତିତ୍ୱ ଓ ବିଚକ୍ଷଣ ସାଂଗଠନିକ ଶକ୍ତି ଦେଶ ମିଶ୍ରଣ ଓ ଆନେ୍ଦାଳନକୁ ସତେଜ ଓ ଶକ୍ତିଶାଳୀ କରି ଗଢ଼ିତୋଳିଥିଲା ଯାହା ଫଳରେ ୧୯୩୬ ଏପ୍ରିଲ ପହିଲରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ପ୍ରତିଷ୍ଠିତ ହେଲା । ଶଶୀଭୂଷଣଙ୍କ ଅବିସ୍ମରଣୀୟ ଅବଦାନ ଅଭୁଲା ରହିବ । ଶଶୀବାବୁ ସଂସ୍କୃତ, ଓଡ଼ିଆ, ତେଲୁଗୁ, ତାମିଲ, ହିନ୍ଦୀ, ଗୁଜରାଟି, ବର୍ମୀଜ, ବଙ୍ଗାଳୀ, ଇଂରାଜୀ, ଜର୍ମାନୀ ପ୍ରଭୃତି ବହୁ ଭାଷାରେ ପାଣ୍ଡତ୍ୟ ଅର୍ଜନ କରି ନେତାମାନଙ୍କର ନିକଟତର ହେଇପାରିଥିଲେ । ଗାନ୍ଧିଜୀଙ୍କ ଗୁଜରାଟୀ ଗୀତା ସେ ଜେଲରେ ଥିଲାବେଳେ ଓଡ଼ିଆରେ ଅନୁବାଦ କରିଥିଲେ । ଶଶୀବାବୁ ଦେଶ ମିଶ୍ରଣ ଆନେ୍ଦାଳନର ଯେଭଳି ଅଗ୍ରଭାଗରେ ଥିଲେ ଜଣେ ପ୍ରଖ୍ୟାତ ସ୍ୱାଧୀନତା ସଂଗ୍ରାମୀ ଭାବେ ମଧ୍ୟ ବହୁବାର କାରାବରଣ କରି ସ୍ୱାଧୀନତା ସଂଗ୍ରାମକୁ ସୁଦୃଢ଼ କରିଥିଲେ ଓ ସ୍ୱଦେଶୀ ଆନେ୍ଦାଳନକୁ ଜନଗଣଙ୍କ ମଧ୍ୟରେ ପ୍ରସାର କରିବାରେ ସଫଳକାମୀ ହେଇଥିଲେ । ସମାଜ ସଂସ୍କାର ଦିଗରେ ଶଶୀଭୂଷଣଙ୍କ ଉଦ୍ୟମ ଚିର ପ୍ରଶଂସିତ । ତାରାତାରିଣୀ ପୀଠରେ ବଳିବନ୍ଦ ଆନେ୍ଦଳନ ୧୯୩୦ ସାଲରେ ଚହଳ ପକାଇ ଦେଇଥିଲା ୫୮ ବର୍ଷ ବୟସରେ ୨୦.୩.୧୯୪୩ ସାଲରେ ସ୍ୱାଧୀନତା ସଂଗ୍ରାମୀ, ଦେଶମିଶ୍ରଣ ଆନେ୍ଦାଳନର ଅନ୍ୟତମ କର୍ଣ୍ଣଧାର, ଜନସେବକ, ଶିକ୍ଷାବିତ, ପ୍ରଖ୍ୟାତ ସାମ୍ବାଦିକ ଗୀତାଟୀକାକାର, ପୁରୁଷ ପୁଙ୍ଗବ, ସଂସ୍କାରକ, ବହୁଭାଷା ବିଷାରଦ, ବାଗ୍ମୀ, ଦୂରଦୃଷ୍ଟି ସଂପନ୍ନ, ଦେବୀଭକ୍ତ ପଣ୍ଡିତ ପ୍ରବାହ ଜନନାୟକ ଶଶୀଭୂଷଣଙ୍କ ପ୍ରଚଣ୍ଡ ବ୍ୟକ୍ତିତ୍ୱର ଅବସାନ ଘଟିଲା । ଶଶୀବାବୁ ଆମ ଭିତରୁ ୫୬ ବର୍ଷ ହେଲା ଚିର ବିଦାୟ ନେଇଥିଲେ ମଧ୍ୟ ଜନମାନସରେ ତାଙ୍କର କୀର୍ତ୍ତିରାଜି ଏବେ ମଧ୍ୟ ସତେଜ ରହିଛି ।
ମୋ:୯୮୬୧୦ ୧୩୭୮୦