ଅପରେସନ ସିନ୍ଦୂରର ପ୍ରଭାବ

 ସୌମେନ୍ଦ୍ର ଜେନା ଅପରେସନ : ସିନ୍ଦୂର କାଳରେ କିଏ ଶତ୍ରୁ ଓ କିଏ ମିତ୍ର ତାହା ଦେଖିବାକୁ ଭାରତ ସୁଯୋଗ ପାଇଛି । ତେଣୁ ଆଦାନୀ ପରି·ଳିତ ଅହମ୍ମଦାବାଦ ଓ ମୁମ୍ବାଇ ପରି ଅନେକ ବିମାନ ବନ୍ଦରରେ କାର୍ଯ୍ୟରତ ତୁର୍କୀର ସେଲେବି ଆଭିଏସନ୍କୁ କାର୍ଯ୍ୟରୁ ଅନ୍ତର କରାଯାଇଛି । ଏହି ସଂସ୍ଥା ଅଧୀନରେ ହଜାର ହଜାର ଭାରତୀୟ କର୍ମ·ରୀ ରହିଥିଲେ, ଯେଉଁମାନଙ୍କୁ ସ୍ଥାନାନ୍ତରିତ କିମ୍ବା ପୁନଃ ନିଯୁକ୍ତିର ସୁଯୋଗ ମିଳିବ ବୋଲି କୁହାଯାଇଛି । ସାଧାରଣ ଲୋକେ ଆର୍ଥôକ କ୍ଷେତ୍ରରେ ତୁର୍କୀ ଏବଂ ଆଜରବୈ÷ଜାନକୁ ବୟକଟ କରିବାକୁ ଆହ୍ୱାନ ଦେବାପରେ ବ୍ୟବସାୟୀମାନେ ମଧ୍ୟ ଏଥିଲେ ସାମିଲ ହୋଇଛନ୍ତି । ହିମାଚଳ ଏବଂ ପୁନେର ଫଳ ବ୍ୟବସାୟୀ ସଂଘ ତୁର୍କୀ ସେଓ ବିକ୍ରି କରିବା ବନ୍ଦ କରିବାକୁ ପଦକ୍ଷେପ ନେଇଛନ୍ତି । ସେମିତି ତୁର୍କୀର ମାର୍ବଲ ମଧ୍ୟ ଆମଦାନି ବନ୍ଦ କରିବାକୁ ମତପ୍ରକାଶ ପାଇଛି । ବାର୍ଷିକ ଭାରତକୁ ୮୪୭ କୋଟି ମୂଲ୍ୟର ସେଓ ତୁର୍କୀକୁ ଆସିଥାଏ । ସେମିତି ବାର୍ଷିକ ୩ଲକ୍ଷ ୫୦ହଜାର ପର୍ଯ୍ୟଟକ ଭାରତରୁ ତୁର୍କୀ ଯାଇଥାନ୍ତି । ବିଗତ ତିନିବର୍ଷରେ ଏମାନଙ୍କଠାରୁ ତୁର୍କୀ ୬୬୪୦ କୋଟି ଟଙ୍କା ଆୟ କରିଛି । ପର୍ଯ୍ୟଟନ ଏଜେଣ୍ଟ ଏବଂ କମ୍ପାନୀମାନେ ତୁର୍କୀ ବୁକିଂକୁ ରଦ୍ଦ କରିବାରେ ଲାଗିଛନ୍ତି । ସେମାନେ ଯାତ୍ରୀମାନଙ୍କୁ ବିକଳ୍ପ ଭାବେ ଗ୍ରୀସ ଏବଂ ଆର୍ମେନିଆ ଯିବାକୁ ସୁଯୋଗ ଦେଉଥିବାରୁ ଆଗାମୀ ଦିନରେ ୟୁରୋପର ଏହି ଦୁଇଟି ଛୋଟ ଦେଶରେ ଭାରତୀୟ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧିପାଇବ ବୋଲି କୁହାଯାଉଛି । ଆର୍ଥôକ ଦୃଷ୍ଟିରୁ ମଧ୍ୟ ଭାରତର ଏହି ଦୁଇ ବନ୍ଧୁ ରାଷ୍ଟ୍ର ଉପକୃତ ହେବେ । ଯାହା ଫଳରେ ସେମାନେ ଭାରତଠାରୁ ପ୍ରତିରକ୍ଷା ସାମଗ୍ରୀ କ୍ରୟ ପାଇଁ ଯେଉଁ ଖର୍ଚ୍ଚ କରୁଛନ୍ତି ସେଥିରେ ଭାରତୀୟଙ୍କ ସହଯୋଗ ରହିବା ସମ୍ଭବ ହେବ । 
ଅପରେସନ ସିନ୍ଦୂର ପାକ୍ ବିରୁଦ୍ଧରେ ମାତ୍ର ୪ଦିନର ସୀମିତ ଆକ୍ରମଣ ଥିଲେ ମଧ୍ୟ ଆମକୁ ବହୁତ କିଛି ଶିକ୍ଷା ଦେଇଛି । ଗଣମାଧ୍ୟମରେ କେତେକ ପାକ୍ପ୍ରେମୀ ପାକ୍ -ତୁର୍କୀର ପରାଜୟରେ ଶୋକପାଳନ କରୁଛନ୍ତି । ସାମାଜିକ ଗଣମାଧ୍ୟମରେ ସକ୍ରିୟ ରହିଥିବା ଏହି ଗୋଷ୍ଠୀଙ୍କ ଭିତରୁ କିଛି ତୁର୍କୀ ଯିବାକୁ ମନ କରିଛନ୍ତି । ଭାରତରେ ତୁର୍କୀକୁ ବିରୋଧ ହେଉଥିବାରୁ ସେମାନେ ଦୁଃଖିତ ଥିବା ଜଣାପଡୁଛି । କାରଣ ଇସ୍ଲାମିଷ୍ଟଙ୍କ ଚରଣବନ୍ଦନା କରୁଥିବା ଏବଂ ସନ୍ତ୍ରାସବାଦୀଙ୍କ ପ୍ରତି ଶ୍ରଦ୍ଧା ରଖୁଥିବା ଏହି ଗୋଷ୍ଠୀ ସେମାନଙ୍କଠାରୁ ଅନେକ ଅର୍ଥ ଭିନ୍ନ ଭିନ୍ନ ବାଟରେ ପାଉଛନ୍ତି । କିଏ ଭାରତକୁ ଖବରକାଗଜରେ ଗାଳି ଦେଇ ପାଉଛି, କିଏ ଭିଡିଓ କରି ପାଉଛି । ସେମିତି ଭିନ୍ନ ଭିିନ୍ନ ରାଜ୍ୟରୁ ୧୬ ଜଣ ପାକ୍ ଗୁପ୍ତଚରଙ୍କୁ ଗିରଫ କରାଯାଇଛି । ହରିୟାଣା -ଉତ୍ତର ପ୍ରଦେଶରେ ୧୫୦ଜଣ ଲୋକଙ୍କୁ ନେଇ ଇକବଲ ରାଣା ସହ ମିଶି ଆଇଏସ୍ଆଇ ପାଇଁ ଏକ ଗୋଷ୍ଠୀ କାର୍ଯ୍ୟ କରୁଥିଲେ । ଦିଲ୍ଲୀ-ଜାମ୍ମୁ ସେନାଙ୍କ ଟ୍ରେନ, ଭିନ୍ନ ଭିନ୍ନ ପ୍ରତିରକ୍ଷା ଅନୁଷ୍ଠାନର ଫଟୋ ନୋମାନ ଇଲାହୀ ନାମକ ଏକ ଗୁପ୍ତଚର ହାତରେ ୮ଟି ପାର୍ଟପୋର୍ଟ ସମେତ ଅନେକ  ମୋବାଇଲ ରହିଥିଲା । ନୋମାନ ପାକ୍ ପାଇଁ ସ୍ଲିପର ସେଲ ଗଢୁଥିଲା । 
ଅପରେସନ ସିନ୍ଦୂର ଦେଶ ବାହାରେ ଭାରତ ବିରୋଧୀ ଗୋଷ୍ଠୀଗୁଡିକର କ୍ଷତିସାଧନ କରିବାକୁ ମାର୍ଗ ପ୍ରଶସ୍ତ କରିଥିଲାବେଳେ ଦେଶ ଭିତରେ ଥିବା ଆତ୍ମଘାତୀ, ଗୃହଶତ୍ରୁଙ୍କର ମୁଖା ଖୋଲିଦେଇଛି । ସେମିତି ଯୁଦ୍ଧକାଳରେ ରାଜସ୍ଥାନ ଗସ୍ତ କରି ସେଠାରୁ ସେନାବାହିନୀର ପ୍ରସ୍ତୁତି ସଂକ୍ରାନ୍ତରେ ଖବର ଦେଉଥିବା ଅଭିଯୋଗରେ ନୂଆଦିଲ୍ଲୀସ୍ଥିତ ପାକ୍ ହାଇକମିଶନରେ ନିଯୁକ୍ତ ଅଧିକାରୀ ୟାମିନ ମହମ୍ମଦ ଏବଂ ଗଜଲା ନାମ୍ନୀ ଜଣେ ମହିଳାଙ୍କୁ ଗିରଫ କରାଯିବା ପରେ ପାକ୍ ଅଧିକାରୀଙ୍କୁ ଭାରତରୁ ବିଦା କରି ଦିଆଯାଇଛି । ଏମାନେ ସ୍ଥାନୀୟ ଲୋକମାନଙ୍କୁ ଅର୍ଥ ପ୍ରଦାନକରି ତଥ୍ୟ ସଂଗ୍ରହ କରୁଥିଲେ । ଏମାନେ ସୋସିଆଲ ମିଡିଆ ଆକାଉଣ୍ଟ ମାଧ୍ୟମରେ ଅର୍ଥ ଏବଂ କାଗଜପତ୍ର ଦେଣନେଣ କରୁଥିଲେ । ସେମିତି ରାଜସ୍ଥାନର ଜୈ÷ସାଲମେରରୁ ୫ଜଣ ପାକିସ୍ତାନୀ ଗୁପ୍ତଚରଙ୍କୁ ଗିରଫ କରାଯାଇଛି । ମୁସଲମାନ ସଂପ୍ରଦାୟର ଏହି ପାକ୍ ଗୁପ୍ତଚରଗଣ ପୋଖରାନ ଏବଂ ·ନ୍ଦଣରୁ ଭାରତୀୟ ସେନାବାହିନୀର ଗତିବିଧି ସଂକ୍ରାନ୍ତରେ ତଥ୍ୟ ସଂଗ୍ରହ କରୁଥିଲେ । ଠିକ୍ ସେମିତି ଆଇଏସ୍ଆଇଏସ୍ ପାଇଁ କାର୍ଯ୍ୟକରୁଥିବା ଦୁଇଜଣ ସନ୍ତ୍ରାସବାଦୀଙ୍କୁ ପୁଣେରୁ ଗିରଫ କରାଯାଇଛି । ଏହି ଦୁଇଜଣ ହେଲେ ତଲହା ଲିୟାକତ ଖାଁ ଏବଂ ଅବଦୁଲ୍ଲା ଫୟାଜ ଶେଖ । ଆଇଏସ୍ ଆଇଏସ୍ ଗୋଷ୍ଠୀ ମହାରାଷ୍ଟ୍ର ସମେତ ପଶ୍ଚିମବଙ୍ଗ, ଉତ୍ତର ପ୍ରଦେଶ, ଆସାମ ଏବଂ ବିହାରରେ ସକ୍ରିୟ କରି କାର୍ଯ୍ୟକରୁଛି । ପଶ୍ଚିମବଙ୍ଗର ମାଲ୍ଦା ଏବଂ ମୁର୍ଶିଦାବାଦର ଅଲ ବଙ୍ଗାଲୀ ମିଡିଆ ଉର୍ଦ୍ଦୁ ପାମ୍ପଲେଟ ଛାପି ଇସଲାମିକ ଷ୍ଟେଟ ଅଫ୍ ବେଙ୍ଗଲ ନାମରେ ବଣ୍ଟନ କରିଛି । ଭାରତରେ ଏହି ଗୋଷ୍ଠୀ ତିନୋଟି ଶାଖାରେ କାର୍ଯ୍ୟକରୁଛି (୧) ୟୁସୁଫ ଅଲ୍ ହିନ୍ଦ, (୨) ଅନ୍ସାରୁଲ ତୁହିଦ ଏବଂ (୩) ହରକତ୍ ଉଲ ହର୍ବେସ ଇସଲାମୀ । ଆଇଏସ୍ଆଇଏସ୍ର ଦୁଇଜଣଙ୍କୁ ହାଇଦ୍ରାବାଦରେ ବିସ୍ଫୋରଣ ଷଡଯନ୍ତ୍ର ପାଇଁ ଗିରଫ କରାଯାଇଛି । ୨୦୨୩ରେ ପାକ୍ର ଆଇଏସ୍ଆଇ ସହଯୋଗରେ କାଶ୍ମୀରରେ ଗ୍ଲୋବାଲ ଇସଲାମିକ କାଲିଫେଟ ଖୋଲାଯାଇଥିଲା । ଏବେ ତାହା ଗ୍ଲୋବାଲ ଇସଲାମିକ କାଉନସିଲ ନାମରେ କାର୍ଯ୍ୟକରୁଛି,ଯାହା ଆଗାମୀ ଦିନରେ ଆଉ ଏକ ହୁରିୟାତ୍ ସଂଗଠନ ଭାବେ ମୁଣ୍ଡ ଟେକିବ । 
ଗୋଟିଏ ପଟେ ସୀମାନ୍ତରେ ଅପରେସନ ସିନ୍ଦୂର ଜାରିଥିଲା ବେଳେ ଏଣେ ଦେଶ ଭିତରେ ପାକ୍ ଆଇଏସ୍ଆଇ ସମର୍ଥକ ଜିହାଦି ଗୋଷ୍ଠୀ ବେଶ୍ ସକ୍ରିୟ ହୋଇ ଉଠିଥିଲେ । ଉତ୍ତରପ୍ରଦେଶର ସମ୍ଭଲର ବହଜୋଇର ଜଣେ ମୁସଲିମ ଯୁବକ ମହମ୍ମଦ ରିୟାଜକୁ ନିକଟରେ ପୋଲିସ ଗିରଫ କରିଛି, ଯିଏକି ଯୁଦ୍ଧ ସମୟରେ ପ୍ର·ର କରୁଥିଲା “ଯାହା ହେଉପଛେ ଆମେ ପାକିସ୍ତାନକୁ ସମର୍ଥନ କରିବୁ” । ସେମିତି ମୁଜାଫର ନଗର ପୋଲିସ ଦ୍ୱାରା ଅନୱଲ ଜାମିଲ ମଧ୍ୟ ପାକ୍କୁ  ସମର୍ଥନ କରି ଗିିରଫ ହୋଇଛି । ଉତ୍ତର ପ୍ରଦେଶର ସହାରନପୁରର ୧୧ଶ ଶ୍ରେଣୀର  ଛାତ୍ରୀ ଜେବା ଅଫ୍ରୋଜ, ଶାହଜହାଁପୁରର ମହମ୍ମଦ ଜୈ÷ଦୀ ସମେତ ଭୋପାଳରେ ପାକ୍ ସମର୍ଥନରେ ବାତାବରଣ ଗଢୁଥିବା ଲୋକମାନଙ୍କୁ ଗିରଫ କରାଯାଇଛି । ହରିୟାଣାର ୟୁଟୁ୍ୟବର ଜ୍ୟୋତି ମାଲହୋତ୍ରାଙ୍କ ସମେତ ୧୫ଜଣଙ୍କୁ ଆଇଏସ୍ଆଇ ପାଇଁ କାମକରୁଥିବା ଅଭିଯୋଗରେ ଗିରଫ କରାଯାଇଛି । ସେ ‘ଟ୍ରାଭେଲ ୱିଥ୍ ଜୋ’ ନାମକ ଏକ ୟୁଟୁ୍ୟବ ଚ୍ୟାନେଲ ଚଲାଉଥିଲେ । ୨୦୨୩ରେ ଜ୍ୟୋତି ପାକ୍ ଗସ୍ତ କରିଥିଲେ । ସେ ତାଙ୍କ ଭିସା ଜଣେ କମିଶନ ଏଜେଣ୍ଟ ନିକଟରୁ ସଂଗ୍ରହ କରିଥିଲେ । ଏହି ଘଟଣାରେ ପଞ୍ଜାବର ମାଲେର କୋଟଲାର ୟାମିନ ମହମ୍ମଦ, ହରିୟାଣାର କୈ÷ଥଲର ଦେବୀନ୍ଦର ସିଂହ ସଂପୃକ୍ତ ଥିଲେ । ହରିୟାଣା ନୁହର ଅର୍ମାନକୁ ଗିରଫ କରାଯାଉଛି । ସେ ୨୦୨୩ରେ ପାକ୍ ହାଇକମିଶନର ଅଫିସର କର୍ମ·ରୀ ଅହସାନ-ଉର-ରହିମ ଓରଫ ଦାନିସ ମାଧ୍ୟମରେ ଆଇଏସ୍ଆଇ ଏଜେଣ୍ଟର ସଂପର୍କରେ ଆସିଥିଲେ । ସେ ଅନେକଥର ପାକିସ୍ଥାନକୁ ଗସ୍ତ କରିବା ସହ ଭାରତର ପ୍ରତିରକ୍ଷା ସଂସ୍ଥାଗୁଡିକ ସଂପର୍କରେ ଅନେକ ତଥ୍ୟ ଯୋଗାଇ ଆସୁଥିଲେ । ସେ ଜାଲି ନାମରେ ଆକାଉଣ୍ଟ ଖୋଲି ହ୍ୱାଟସ ଆପ୍, ଟେଲିଗ୍ରାମ, ସ୍ନାପ·ଟ ମାଧ୍ୟମରେ ଆଇଏସ୍ଆଇ ସଂପର୍କରେ ରହିଥିଲେ । ପାକ୍ ହାଇକମିଶନରୁ ସୁଟିଂ ନିମନ୍ତ୍ରଣ ପାଇ ଜ୍ୟୋତି ପାକିସ୍ଥାନକୁ ଯାଉଥିଲେ । ଏହା କେବଳ ବାହାରକୁ ଲୁ·ଇବା ପାଇଁ ଥିଲା । ଅସଲରେ ସେ ବାରମ୍ବାର ପାକ୍ ଏଜେଣ୍ଟ ସହ ମିଶିବା ପାଇଁ ଯାଉଥିଲେ । ସେହିପରି କୈ÷ଥଲ ଜିଲ୍ଲାର ମସ୍ତଗଡଚିକାର ୨୫ ବର୍ଷୀୟ ଦେବେନ୍ଦର ଧିଲୋଁ ପାତିଆଲାର ଖାଲସା କଲେଜରେ ପଢିବାବେଳେ କର୍ତ୍ତାରପୁର ସାହିବ ଦର୍ଶନ କରିବାକୁୁ ପାକିସ୍ଥାନକୁ ଯାଇ ଆଇଏସ୍ଆଇ ଏଜେଣ୍ଟର ସଂପର୍କରେ ଆସିଥିଲେ । ଦେଭେନ୍ଦର ସୋସିଆଲ ମିଡିଆରେ ପାକ୍ର ପ୍ରଶଂସା କରୁଥିଲେ । ତାକୁ ଏନ୍ଏସ୍ଏ ଆଇନରେ ଗିରଫ କରାଯାଇଥିବା ଜଣାପଡିଛି । ଦେଶ ଭିତରେ ଏଭଳି ଗୃହଶତ୍ରୁ ଭାବେ କାର୍ଯ୍ୟ କରୁଥିବା ଅନେକ ଲୋକଙ୍କୁ ଏନ୍ଆଇଏ ଗିରଫ କରିବା ସତ୍ତ୍ୱେ ଦୁର୍ବଳ ଆଇନର ଗଳାବାଟ ଦେଇ ସେମାନେ ପରବର୍ତ୍ତୀ ସମୟରେ ଖସି ଆସିବାକୁ ସକ୍ଷମ ହେଉଛନ୍ତି, କିମ୍ବା ସେମାନଙ୍କୁ ଓକିଲଙ୍କ ଦ୍ୱାରା ଖସାଇ ଦିଆଯାଉଛି । ଅପରେସନ ସିନ୍ଦୂରର ପ୍ରଭାବ ଦେଶ ଭିତରେ ଯେମିତି ପଡିଛି ତେଣେ ଦେଶ ବାହାରେ ମଧ୍ୟ ପଡିଛି । 
ପାକ୍ର ଆଣବିକ ଅସ୍ତ୍ରାଗାର ଉପରେ କ୍ଷେପଣାସ୍ତ୍ର ମାଡ ହେବାକ୍ଷଣି ଟ୍ରମ୍ପଙ୍କ ଚିନ୍ତା ଯୁଦ୍ଧବିରତି ପାଇଁ ବଢିଲା କାହିଁକି? ତା’ର କାରଣ ହେଲା ପାକ୍ରେ ଥିବା ଆଣବିକ  ଯୁଦ୍ଧାସ୍ତ୍ରଗୁଡିକ ମୁଖ୍ୟତଃ ଆମେରିକା ସହଯୋଗରେ ନିର୍ମିତ ଯାହାକୁ ପାକିସ୍ଥାନରେ ଲୁ·ଇ ରଖାଯାଇଛି ରୁଷିଆ ଏବଂ ଭାରତକୁ ନିୟନ୍ତ୍ରଣ କରିବା ପାଇଁ । ଏପରିକି ପାକ୍ର ଭୂମିକା ସଂପର୍କରେ ଜାଣି ମଧ୍ୟ ଅସ୍ତ୍ରକିଣା ପାଇଁ ଆମେରିକା ଆଇଏମ୍ଏଫ୍ ଋଣ ମଧ୍ୟ ଦେଇଛି । ସମାନ ଢଙ୍ଗରେ ଏବେ ବଙ୍ଗଳାଦେଶକୁ ମଧ୍ୟ ଋଣ ମିଳିଛି ଭାରତର ବିକାଶକୁ ନିୟନ୍ତ୍ରିତ କରିବାପାଇଁ । ଏହା ଟ୍ରମ୍ପଙ୍କ ଆଉ ଏକ ·ଲ । ୫କୋଟି ଟଙ୍କା ମୂଲ୍ୟର ଭାରତୀୟ ଆମ୍ବକୁ ବିକ୍ରି ପାଇଁ  ଆମେରିକାରେ ପ୍ରବେଶାଧିକାର ନମିଳିବା ଏବଂ ପ୍ରବାସୀ ଭାରତୀୟଙ୍କ ଦ୍ୱାରା ଭାରତକୁ ପଠାଯାଉଥିବା ଅର୍ଥ ଉପରେ ୫ ପ୍ରତିଶତ ଟିକସ ପ୍ରସ୍ତାବ  ତାର ପ୍ରମାଣ । ଅଭ୍ୟାସଗତ ମିଥ୍ୟାବାଦୀ ଭାବେ ପରିଚିତ ଆମେରିକା ରାଷ୍ଟ୍ରପତି ଏବେ ସାଉଦି ଆରବ ଗସ୍ତକରି ସିରିଆର ସନ୍ତ୍ରାସବାଦୀ ନେତାଙ୍କ ସହ ଫଟୋ ଉଠାଇବା ତାଙ୍କ ମୂର୍ଖତାର ପରିଚୟ ଦେଇଥାଏ । ଗୋଟିଏ ପଟେ ପାକ୍-ଭାରତ ସଂଘର୍ଷ ବନ୍ଦ କରିବାର ଶ୍ରେୟ ନେବା ଏବଂ ପୁଣି ଥରେ ସେଥିରୁ ଓହରିଯିବା ଟ୍ରମ୍ପଙ୍କ ବୟସାଧିକ୍ୟ ଦୃଷ୍ଟିରୁ ମାନସିକ ଅସ୍ଥିରତାକୁ ଦର୍ଶାଉଛି । ଯେମିତି ଚୀନ ଉପରେ ଆର୍ଥôକ କଟକଣା ଜାରିକରି ଏବେ ଚୀନ ସହ ବାଣିଜ୍ୟ ପାଇଁ ବୁଝାମଣା କରିବା ତାଙ୍କର ଅସ୍ଥିର ନୀତିକୁ ସ୍ପଷ୍ଟ କରିଛିି । 
ଭାରତ-ପାକ୍ ମଧ୍ୟରେ ସୀମିତ ଯୁଦ୍ଧରୁ ଯାହା ଜଣାପଡିଛି ବିଦେଶୀ ରାଷ୍ଟ୍ରଗୁଡିକର ଭୂମିକା ଏ ସଂପର୍କରେ ସ୍ପଷ୍ଟ ନୁହେଁ ।      ଅନେକ ପାଶ୍ଚାତ୍ୟ ରାଷ୍ଟ୍ରରେ ବହୁ ମିଛ ଖବରମାନ ସେଠାକାର ଗଣମାଧ୍ୟମଗୁଡିକରେ ପ୍ରସାରିତ ହୋଇଛି । ସନ୍ତ୍ରାସବାଦୀଙ୍କୁ ଅନେକ ବନ୍ଧୁକଧାରୀ କିମ୍ବା ବିଦ୍ରୋହୀ ଭାବେ ମଧ୍ୟ ବର୍ଣ୍ଣନା କରିଛନ୍ତି । ଭାରତ ସଂପର୍କରେ ସେହିସବୁ ରାଷ୍ଟ୍ର ବିଶେଷ କିଛି ମନ୍ତବ୍ୟ ଦେଇନାହାନ୍ତି । ଏପରିକି ରୁଷିଆର ବିଦେଶମନ୍ତ୍ରୀ ଲାଭାରୋଭ ଇଣ୍ଡୋ-ପାସିଫିକ୍ ବଦଳରେ ଏସିଆ-ପାସିଫିକ୍ କହିବା ସହ ଆମେରିକା ଭାରତକୁ ଚୀନ ବିରୋଧରେ ଯିବାଲାଗି ଉସକାଉଥିବା ପରି ପିଲାଳିଆମି କଥା କହିଛନ୍ତି । ଏଥିରୁ ଯାହା ବୁଝିବାକୁ ହେବ ଯେ ଭାରତକୁ ଆଗାମୀ ଦିନରେ ଏକାକୀ ଯୁଦ୍ଧ ଲଢିବାକୁ ହେବ । ଭାରତର ଦ୍ରୁତ ବିକାଶ, ସ୍ୱଦେଶୀ ଜ୍ଞାନ କୋ÷÷ଶଳ, ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳତାର ବୃଦ୍ଧି, ନିଜସ୍ୱ ଅସ୍ତ୍ରଶସ୍ତ୍ର, ଆମେରିକା ଓ ଚୀନଠାରୁ ଅଧିକ ସଫଳ ହେବା ଅନେକଙ୍କର ହଜମ ହୋଇନାହିଁ । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର କୁଶଳୀ ନେତୃତ୍ୱ ମଧ୍ୟ ଅନେକ ବଡରାଷ୍ଟ୍ରଙ୍କ ପାଇଁ ଗାତ୍ରଦାହର କାରଣ ହୋଇଛି । ତା ନହୋଇଥିଲେ ଭାରତରେ ଆଇଫୋନ୍ ନିର୍ମାଣ ବନ୍ଦକରି ଆମେରିକାରେ ନିର୍ମାଣ କରିବାକୁ କମ୍ପାନୀର ମୁଖ୍ୟଙ୍କୁ ଟ୍ରମ୍ପ କହିନଥାନ୍ତେ । 
ଅତୀତରେ ଭାରତର ଆଣବିକ ବିକାଶକୁ କ୍ଷତିଗ୍ରସ୍ତ କରିବାକୁ ଆମେରିକା ଭାରତର ବୈ÷ଜ୍ଞାନିକ ବିକ୍ରମ ସାରାଭାଇ ଏବଂ ପ୍ରଧାନମନ୍ତ୍ରୀ ଶାସ୍ତ୍ରୀଜୀଙ୍କୁ ହତ୍ୟା କରିଥିଲା । କ୍ରାୟୋଜେନିକ ଇଞ୍ଜିନ ଲାଭ କରିବାଲାଗି ଭାରତ ଉଦ୍ୟମ କଲାବେଳେ ରୁଷିଆ ଉପରେ ସେଥିପାଇଁ କଟକଣା ଲଗାଇଥିଲା ଆମେରିକା । ଏସବୁ ସତ୍ତ୍ୱେ ବିଳମ୍ବ ହେଲେ ମଧ୍ୟ ଭାରତ ସେଥିରେ ନିଜ ଜ୍ଞାନକୋ÷÷ଶଳକୁ ନେଇ ସଫଳ ହେଲା । ପାକିସ୍ତାନକୁ ଯୁଦ୍ଧରେ ଚକ୍ମା ଦେଖାଇ ଯୁଦ୍ଧବିମାନର ମଡେଲକୁ ଉଡାଇ ପାକ୍ସେନାର ଦୃଷ୍ଟିକୁ ସେ ଆଡକୁ ନେଇଯିବା ପରେ ଆବଶ୍ୟକ ଟାର୍ଗେଟଗୁଡିକ ଉପରେ କ୍ଷେପଣାସ୍ତ୍ର ମାଡ କରି ସଫଳ ହୋଇଥିଲା । ଭାରତ ସରକାରଙ୍କୁ ଆଗାମୀ ଦିନରେ ·ପଗ୍ରସ୍ତ କରି ରଖିବାଲାଗି ବିଦେଶୀ ରାଷ୍ଟ୍ରମାନେ ·ହିଁବେ । କିନ୍ତୁ ପ୍ରଧାନମନ୍ତ୍ରୀ ମୋଦି ୨୦୨୫ରେ ୨୦୫୦ର ବିକଶିତ ଭାରତ ଗଠନକୁ ଲକ୍ଷ୍ୟ ରଖି କାର୍ଯ୍ୟ କରୁଥିବା ଜଣାପଡ଼େ । ତେଣୁ ଅନ୍ତରୀଣ ବଜେଟରେ ୫୦ହଜାର କୋଟିର ଅଧିକ ବଜେଟ ଯୁଦ୍ଧାସ୍ତ୍ରକ୍ରୟ ପାଇଁ ସେନାବାହିନୀକୁ ଦେବାଲାଗି ସରକାର କହିବା ସଶକ୍ତ ଭାରତର ପ୍ରତିଶ୍ରୁତି ବୋଲି ଗ୍ରହଣ କରିବାକୁ ହେବ । ଭାରତର ପ୍ରତିରକ୍ଷା କମ୍ପାନୀଗୁଡିକର ସେୟାର ଦର ଆଶାତୀତ ଭାବେ ବୃଦ୍ଧିପାଇବା, ଅନେକ ରାଷ୍ଟ୍ର ଭାରତର କ୍ଷୁଦ୍ଧ କ୍ଷମତା ଉପରେ ବିଶ୍ୱାସ ରଖିବା, ଯୁଦ୍ଧାସ୍ତ୍ର ପ୍ରତି ଆଗ୍ରହ ଦେଖାଇବା ଏହାର ପ୍ରମାଣ । ତୁର୍କୀ, ଚୀନ, ଆଜରବୈ÷ଜାନ ପରି ରାଷ୍ଟ୍ରଙ୍କ ଚିନ୍ତା ବୃଦ୍ଧି ଏହା ଦର୍ଶାଇଥାଏ । ଅପରେସନ ସିନ୍ଦୂରର ବ୍ୟାପକ ପ୍ରଭାବ ଅନେକ ଦେଶରେ ଦେଖାଦେବ, ଏହା ନିଶ୍ଚିତ । ସାସଂଦ ମଣ୍ଡଳୀଙ୍କ ବିଶ୍ୱଗସ୍ତ ବେଳେ ଏହା ଦେଖିବାକୁ ମିଳିବ ।
ଭାରତୀୟ ସମ୍ବାଦ ସେବା (ଭାସ୍)
ଭୁବନେଶ୍ୱର-୭୫୧୦୦୩