ବିଦୁ୍ୟତ ଖୁଣ୍ଟ ଚୋରି ଘଟଣାରେ ଦୁଇ କୋର୍ଟ ଚାଲାଣ
ରାଜନଗର : ରାଜନଗର ବ୍ଲକ ସାନବଡଗୋପାଳପୁର-କେରଡାଗଡ ରାସ୍ତାର ସାନବଡଗୋପାଳପୁର ଗାଁ ନିକଟରେ ପଡିଥିବା ବିଦୁ୍ୟତ ଖୁଂଟ(ଲୁହା) ଚୋରୀ ଘଟଣାରେ ଦୁଇଜଣଙ୍କୁ କୋର୍ଟ ଚାଲାଣ କଲା ପୋଲିସ । ରାଜନଗର ବିଦୁ୍ୟତ ସବଡିଭିଜନ ଅନ୍ତର୍ଗତ ସେକ୍ସନ-୧ ର ମ୍ୟାନେଜର ଜିତେନ୍ଦ୍ରକୁମାର ବିଶ୍ୱାଳ ଗତ ଅକ୍ଟୋବର ୨୩ତାରିଖ ଦିନ ରାସ୍ତା କଡରେ ଥିବା ୧୮ଟି ବିଦୁ୍ୟତ ଖୁଂଟ ଚୋରୀ ହୋଇଥିବା ନେଇ ରାଜନଗର ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଏହି ଘଟଣାରେ ୩୯୮/୨୪ରେ ମାମଲା ରୁଜୁକରି ତଦନ୍ତ ଚଳାଇଥିଲା । ଏହି ଚୋରୀ ଘଟଣାରେ ସଂପୃକ୍ତ ଦୁଇଜଣଙ୍କୁ ଭଦ୍ରକରୁ ଗିରଫ କରି ଥାନାକୁ ଆଣିଥିଲା । ଗିରଫ ହୋଇଥିବା ଦୁଇଜଣ ଡେରାବିଶ ବ୍ଲକ ଚାନେ୍ଦାଳର ସଂଜୀବ ମହାନ୍ତି ଓ ନିକୁଂଜକିଶୋର ସ୍ୱାଇଁଙ୍କୁ ପୋଲିସ ରବିବାର ଦିନ କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି ।