ଗଣେଶ ପୂଜା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ


ାା ପ୍ରଭାନୁ୍ୟଜ୍ ।ା ତାଳଚେର: ଅଗ୍ରପୂଜ୍ୟ ଗଜାନନଙ୍କ ଭସାଣୀ ଉସôବ ଯେତିକି ପାଖେଇ ଆସୁଛି ତାଳଚେର ଅଂଚଳରେ ଦିନକୁ ଦିନ ସେହି ପରିମାଣରେ ଦର୍ଶକଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଅପରାହ୍ଣ ୫ଘଟିକାରୁ ରାତି ୧୦ଘଟିକା ପର୍ଯ୍ୟନ୍ତ ହାଣ୍ଡିଧୂଆଁ ଛକ ଠାରୁ ଆରମ୍ଭକରି ଶର୍ମାଛକ, ଆଇଟିଆଇ ଛକ, ହାଟତୋଟା ଅଂଚଳର, ବସଷ୍ଟାଣ୍ଡ ଛକ, ବାଇପାସ୍ ଛକ, ଫାଷ୍ଟଗେଟ୍, ରାମଚନ୍ଦ୍ରବଜାର, ହନୁମାନପଡା, ମହାବଳପଡା, ବଡବଜାର, ଜାମ୍ବୁବଣିଆ, ନୂଆବଜାର, ବଉଳଛକ, ଭୈରବୀ ସାହି, ସିଂହସାହି, ବଡଦାଣ୍ଡ ସାହି, କାରଗିଲ ଗ୍ରୁପ୍, ଘୋଡାଶାଳ ଛକ, ବାପୁଜୀନଗର, ମୁନୁ୍ୟସିପାଲିଟି ଛକ, ଜାମ୍ବୁବଣିଆ ସାହି, କୁମ୍ଭାର ସାହି, ଲିଙ୍ଗରାଜ ରୋଡ, ଚାଳିଆକୂଟ୍ଟା ପ୍ରାୟ ୮୦ରୁ ଉର୍ଦ୍ଧ୍ୱ ଛୋଟବଡ ପୂଜାମଣ୍ଡରେ ଗଣେଶ ପୂଜା ପାଉଛନ୍ତି । ପାଗ ଅନୁକୂଳ ରହିଥିବାରୁ ଜନସଂଖ୍ୟା ବୃଦ୍ଧି ପାଇବା ସହିତ କାରବାର ମଧ୍ୟ ବୃଦ୍ଧି ପାଇଥିବା ଜଣାପଡିଛି  । ଭିଡକÿୁ ଦେଖି ପୁଲିସ୍ ପ୍ରଶାସନ ପକ୍ଷରୁ ବିଭିନ୍ନ ଛକରେ ଅସ୍ଥାୟୀ ଟେଂଟ୍ କରିବା ସହ ବିଭିନ୍ନ ଛକରେ ସୁରକ୍ଷା ବ୍ୟବସ୍ଥା କରାଯାଇଛି । କେନ୍ଦ୍ରୀୟ ଗଣେଶପୂଜା କମିଟି ପକ୍ଷରୁ ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ଦୁଇଟି ବିଭାଗ କ ଓ ଖ ବିଭାଗର ଏମାନଙ୍କୁ ନିୟୋଜିତ କରାଯାଇଛି  । ତେବେ ବିଭିନ୍ନ ସ୍ଥାନରେ ବାୟୋଟଏଲେଟ୍ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ସେଗୁଡିକ ଆରମ୍ଭ ହେବା ଦିନଠାରୁ ବର୍ତ୍ତମାନ ସୁଦ୍ଧା ତାଲା ଫିଟି ନାହିଁ । ପାନୀୟ ଜଳ ବ୍ୟବସ୍ଥା କରାଯାଇନଥିବାରୁ ଲୋକମାନେ ବାଧ୍ୟହୋଇ ବାହାର ପାନୀୟଜଳ ଉପରେ ନିର୍ଭର କରୁଛନ୍ତି  । ପୂଜା କମିଟି ତରଫରୁ ତାଳଚେର ମେଡିକାଲ ଟିମ୍ ପାଇଁ କୌଣସି ଅସ୍ଥାୟୀ ଗୃହ ନିର୍ମାଣ କରାଯାଇନଥିବାରୁ ସେମାନେ ବାଧ୍ୟହୋଇ ଏଣେତେଣେ ସ୍ୱାସ୍ଥ୍ୟ ପରୀକ୍ଷା କରୁଛନ୍ତି । ମଦ ଦୋକାନ ଉପରେ କୌଣସି ରୋକ ଲଗାଯାଇ ନଥିବାରୁ ମଦ୍ୟପୀମାନଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇବାରେ ଲାଗିଛି । ତେଣୁ  ଏଥିପ୍ରତି  ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।