ପାରାଦୀପ ବନ୍ଦରର ‘ପୁରସ୍କାର ନାଇଟ' କାର୍ଯ୍ୟକ୍ରମ 


 ।ା ପ୍ରଭାନୁ୍ୟଜ ।ା ପାରାଦୀପ: ପଣ୍ୟ କାରବାର କ୍ଷେତ୍ରରେ  ଉଲ୍ଲେଖନୀୟ ସଫଳତା ହାସଲ ପରେ ପାରାଦୀପ ବନ୍ଦର ପ୍ରାଧିକରଣ (ପିପିଏ) ପକ୍ଷରୁ ଭୁବନେଶ୍ୱର ସ୍ଥିତ ମେଫେୟାର ହୋଟେଲ ଠାରେ ଏକ ପୁରସ୍କାର ନାଇଟ୍ ୨୦୨୪ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି, ହିତାଧିକାରୀ ଏବଂ ସାମୁଦ୍ରିକ କ୍ଷେତ୍ରର ପ୍ରମୁଖ ବ୍ୟକ୍ତିମାନେ ଯୋଗ ଦେଇ ପାରାଦୀପ ବନ୍ଦରର ଉଲ୍ଲେଖନୀୟ ଅଗ୍ରଗତି ଏବଂ ଭାରତୀୟ ସାମୁଦ୍ରିକ ଶିଳ୍ପରେ ନୂତନ ମାନଦଣ୍ଡ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ପାରାଦୀପ ବନ୍ଦର ଅଧ୍ୟକ୍ଷ ପିଏଲ ହରନାଦ ତାଙ୍କ ସମ୍ବୋଧନରେ ବନ୍ଦରର ସଫଳତା ପାଇଁ ଗର୍ବ ଅନୁଭବ କରିବା ସହ ବନ୍ଦରର ୫୬ ବର୍ଷ ଇତିହାସରେ ଏହା ଏକ ପ୍ରମୁଖ ମୁହୂର୍ତ୍ତ ଭାବରେ ଚିହ୍ନିତ କରିଥିଲେ । ୨୦୨୩-୨୪ ଆର୍ଥିକ ବର୍ଷରେ ପଣ୍ୟ ପରିଚାଳନା କ୍ଷେତ୍ରରେ ପାରାଦୀପ ବନ୍ଦର ସର୍ବଭାରତୀୟ ବୃହତ ବନ୍ଦର ମଧ୍ୟରେ ପ୍ରଥମ ସ୍ଥାନ ହାସଲ କରିପାରିଛି । ଚଳିତ ବର୍ଷ ୧୪୫.୩୮ ନିୟୁତ ମେଟ୍ରିକ୍ ଟନ୍  ଚମକôାର ପଣ୍ୟ ପରିଚାଳନା ସହିତ ପୂର୍ବ ରେକର୍ଡକୁ ଅତିକ୍ରମ କରିଛି ପାରାଦୀପ ବନ୍ଦର । ଆଗାମୀ ଦିନରେ ପ୍ରମୁଖ ପ୍ରକଳ୍ପଗୁଡିକୁ ବର୍ଣ୍ଣନା କରି ବନ୍ଦର ଅଧ୍ୟକ୍ଷ ଶ୍ରୀ ହରନାଦ ୱେଷ୍ଟର୍ଣ୍ଣ ଡକ୍ ପ୍ରକଳ୍ପ ସହିତ ବନ୍ଦରର କ୍ଷମତା ଏବଂ ସାମର୍ଥ୍ୟକୁ ବିସ୍ତାର କରିବ, ଯାହା ବନ୍ଦରକୁ ୨୦୨୬ ସୁଦ୍ଧା ସମ୍ପୂର୍ଣ୍ଣ ଓଜନଦାର କେପ୍ (ବୃହତ) ଜାହାଜ ପରିଚାଳନା କରିବାରେ ସକ୍ଷମ ହେବ ଏବଂ ଏହାର କ୍ଷମତାକୁ ୩୦୦ ନିୟୁତ ମେଟ୍ରିକ୍ ଟନ୍କୁ ଅତିକ୍ରମ କରିବ ।  ପାରାଦୀପ ବନ୍ଦର ମଧ୍ୟ ଏହାର ଭିତ୍ତିଭୂମି  ଆହୁରି ସୁଦୃଢ କରି ୨୦୩୦ ସୁଦ୍ଧା ୧୦୦% ବର୍ଥ ଯାନ୍ତ୍ରିକରଣ କରିବାକୁ ଲକ୍ଷ୍ୟ ରଖିଛି ।  ତେବେ ଏହି ସଫଳତା ପାଇଁ ଶ୍ରୀ ହରନାଦ ସମସ୍ତ ହିତାଧିକାରୀ, ଅଧିକାରୀ, କର୍ମଚାରୀ, ୟୁନିଅନ୍ ଏବଂ ଅଂଶୀଦାରମାନଙ୍କୁ  କୃତଜ୍ଞତା ଜଣାଇଛନ୍ତି  । ତେବେ ପୁରସ୍କାର ରାତ୍ରି ୨୦୨୪ ଏହି ମାଇଲଖୁଣ୍ଟ ଗୁଡିକର ଏକ ଉତ୍ସବ ଥିଲା, ପାରାଦୀପ ବନ୍ଦରର ଅଭିବୃଦ୍ଧି ଏବଂ ସଫଳତାର ଯାତ୍ରା ସହିତ ଜଡିତ ସମସ୍ତଙ୍କ ସାମୂହିକ ପ୍ରୟାସକୁ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମ ଶେଷରେ ବନ୍ଦର ଉପାଧ୍ୟକ୍ଷ ନୀଳାଭ୍ର ଦାସଗୁପ୍ତା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।