ମୋଟର ସାଇକେଲ ଚୋର ଗିରଫ
ମାଲକାନଗିରି : ମାଲକାନଗିରି ଜିଲ୍ଲା ପଡି ଥାନା ଅଞ୍ଚଳରେ ପୋଲିସ ଦ୍ୱାରା ଦୁଇଜଣ ମୋଟର ସାଇକେଲ ଚୋର ଗିରଫ ହୋଇଥିବା ବେଳେ ମୋଟର ସାଇକେଲକୁ ଜବତ କରିଛନ୍ତି । ଗିରଫ ୨ଜଣ ହେଲେ ଏମଭି୭୯ ଗ୍ରାମର ମଙ୍ଗଲ ଦାସ ଓ ଅର୍ଜୁନ ପାଲ ବୋଲି ଜଣାପଡିଛି । ଜଭୟଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ପରେ କୋର୍ଟ ଚାଲାଣ କରାଯାଇଛି । ସୂଚନା ମୁତାବକ ପଡିଆ ବ୍ଲକ କାର୍ଯ୍ୟାଳୟ ନିକଟରେ ରହୁଥିକବା ବିଜୟ ରାୟଙ୍କ ଏକ ଦାମୀ ମୋଟର ସାଇକଲ ଗତ କିଛିଦିନ ପୂର୍ବେ ଚୋରି ହୋଇଯାଇଥିଲା । ଏ ନେଇ ସେ ପଡିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଯାହାକୁ ଆଧାର କରି ପଡିଆ ଥାନା ଅଧିକାରୀ ରାମେଶ୍ୱର ପ୍ରଧାନଙ୍କ ନିଦେ୍ର୍ଦଶକ୍ରମେ ଏଏସଆଇ ନିରୋଦ କୁମାର ବାଘ ଏକ ଟିମ୍ ନେଇ କାଲିମେଳା ଓ ଏମଭି ୭୯ ଅଞ୍ଚଳର ବିଭିନ୍ନ ସ୍ଥାନରେ ତଦନ୍ତ କରିଥିଲେ । ଶେଷରେ ଏମଭି୭୯ ଗ୍ରାମରେ ଉକ୍ତ ମୋଟର ସାଇକେଲକୁ କେହି ଜଣେ ଚଳାଉଥିବା ସୂଚନା ପାଇ ପୋଲିସ ଚଢାଉ କରି ମୋଟର ସାଇକଲ ସହ ଦୁଇଜଣ ଯୁବକଙ୍କୁ ଗିରଫ କରିଥିଲା । ଏହାପରେ ଉଭୟଙ୍କୁ ପଚରାଉଚୁରା କରାଯିବା ପରେ ସ୍ୱାସ୍ଥ୍ୟ ପରୀକ୍ଷା କରି କୋର୍ଟ ଚାଲାଣ କରାଯାଇଛି । ଏ ନେଇ ପଡିଆ ଥାନାରେ ମାମଲା ସଂଖ୍ୟା ୩୧/୨୦୨୫ ରୁଜୁ କରାଯାଇ ଘଟଣାର ତଦନ୍ତ ଜାରିଥିବା ପୋଲିସ ପକ୍ଷରୁ କୁହାଯାଇଛି ।