କଳୁଷିତ ସମାଜକୁ ସଂସ୍କାରିତ କରିବାରେ ଶିକ୍ଷକ ସମାଜର ଭୂମିକା ଗୁରୁତ୍ୱପୂର୍ଣ
ଆନନ୍ଦପୁର: କଳୁଷିତ ସମାଜକୁ ସଂସ୍କାରିତ କରିବାରେ ଶିକ୍ଷକ ସମାଜର ଭୂମିକା ଗୁରୁତ୍ୱପୂର୍ଣ । ପତଳାଶୁଣୀ ଉଚ୍ଚବିଦ୍ୟାଳୟ ଜଙ୍ଘାରର ପ୍ରଧାନଶିକ୍ଷକ ପ୍ରଦୀପ କୁମାର ମିଶ୍ରଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅବସରରେ ଏଭଳି ବକ୍ତବ୍ୟ ଦେଇଛନ୍ତି ଅତିଥି । ପତଳାଶୁଣୀ ମଧ୍ୟ ଇଂରାଜୀ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନଶିକ୍ଷକ ଅଯୋଧ୍ୟା ଘଡେଇଙ୍କ ସଭାପତିତ୍ୱରେ ଆୟୋଜିତ ଅବସରକାଳୀନ ସଭାରେ ଆନନ୍ଦପୁର ଗୋଷ୍ଠୀଶିକ୍ଷା ଅଧିକାରୀ ଅଜିତ କୁମାର ବାରିକ ଅତିଥି ଭାବେ ଯୋଗ ଦେଇ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରିଥିବା ବେଳେ ବକ୍ତାଭାବେ ଶାଳବଣୀ ଉଚ୍ଚ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନଶିକ୍ଷକ ସୌମ୍ୟକାନ୍ତ ଚୌଧୁରୀ ଯୋଗ ଶିକ୍ଷକ ସମାଜ ପାଇଁ ଶ୍ରେଣୀ ପ୍ରକୋଷ୍ଠରୁ ଭାରତ ବର୍ଷର ଭାଗ୍ୟ ନିର୍ମାଣ ହୁଏ ବୋଲି କହିଥିଲେ । ସେହିପରି ଅନ୍ୟତମ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସନାତନ ଘଡେଇ, ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ହେମେନ୍ଦ୍ର ନାଥ ମହାନ୍ତି, ଅହଲ୍ୟା ଜେନା, ଅବସରପ୍ରାପ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ଅତୁଲ ବଳ, ଉପଦେଷ୍ଟା ଓଷ୍ଟା କେନ୍ଦୁଝର ଶାନ୍ତନୁ କୁମାର ମିଶ୍ର, କଣ୍ଟିପାଳ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ବିଜୟ କୁମାର ସୁର, ପାତାଳସୁଣୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷୟତ୍ରୀ କବିତା ରାଣୀ ଦୀକ୍ଷିତ, ଓଷ୍ଟା କାର୍ଯ୍ୟକାରୀ ସଭାପତି ପ୍ରଦୀପ କୁମାର ହଜାରୀ ଯୋଗ ଦେଇଥିଲେ । ଇତ୍ୟବସରରେ ଓଷ୍ଟା ଆନନ୍ଦପୁର ତରଫରୁ ବିଦାୟୀ ପ୍ରଧାନଶିକ୍ଷକଙ୍କୁ ପୁଷ୍ପଗୁଛ ଏବଂ ଉତ୍ତରୀୟ ପ୍ରଦାନ କରାଯାଇଥିବା ବେଳେ ସ୍ୱର୍ଗତ ଭାଗବତ ପ୍ରସାଦ ସ୍ମୁତି ସଂସଦ କଣ୍ଟିପାଳ ପକ୍ଷରୁ ମଧ୍ୟ ଅବସରପ୍ରାପ୍ତ ପ୍ରଧାନଶିକ୍ଷକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମରେ ଶିକ୍ଷାବିତ ବୃନ୍ଦାବନ ଷଡ଼ଙ୍ଗୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପାତାଳସୁଣୀ ଉଚ୍ଚବିଦ୍ୟାଳୟର ଶିକ୍ଷକ ବିଷ୍ଣୁ ଚରଣ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ଅବସର ପ୍ରାପ୍ତ ପ୍ରଧାଶିକ୍ଷକ ପ୍ରଦୀପ ମିଶ୍ରଙ୍କ ସହଧର୍ମିଣୀ ଲିଲି ମିଶ୍ର, କେନ୍ଦୁଝର ଓଷ୍ଟା କମିଟି ସଦସ୍ୟ ନିରାକାର ମହାପାତ୍ର ଏବଂ ସୁଧାକର ପଣ୍ଡା ଉପସ୍ଥିତ ଥିବାବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ ଏବଂ କର୍ମଚାରୀ ସହଯୋଗ କରିଥିଲେ ।