ମା’ ନଣ୍ଡେଇଶୁଣୀଙ୍କ ନବମୀ ପୂଜା
ବନ୍ତ : ବନ୍ତ ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତ ନିମପଡ଼ା ଗ୍ରାମର ମା’ ନଣ୍ଡେଇଶୁଣୀଙ୍କ ପୀଠରେ ଶ୍ରଦ୍ଧା ଓ ଭକ୍ତିର ସହ ବାସନ୍ତୀ ନବମୀ ପୂଜା ଚାଲିଛି । ଗାଁ ପୋଖରୀରୁ ଘଟୋତ୍ତୋଳନ କରି ପୀଠରେ ସ୍ଥାପନ କରାଯିବା ସହ ନବମୀ ପୂଜା କରାଯାଇଥିଲା । ପରେ ଚଣ୍ଡୀ ପାଠ ହୋଇଥିଲା । ମା’ଙ୍କ ଦର୍ଶନ ପାଇଁ ସ୍ଥାନୀୟ ଅଞ୍ଚଳରୁ ଭକ୍ତଙ୍କ ସମାଗମ ହୋଇଥିଲା । ପ୍ରଫୁଲ ରାଉଳ ଓ ପନôୀ ଭଗବତୀ ମୁଖ୍ୟ କଳସ ଆଣିଥିଲେ । ଅନ୍ନଦା କରଶର୍ମା ଓ ଜୟନ୍ତ କୁମାର ଶୁଆର ପ୍ରମୁଖ ପୂଜା କର୍ମ ସଂପାଦନ କରିଥିଲେ । ସୂର୍ଯ୍ୟମଣୀ ରାଉଳ, ରବିନ୍ଦ୍ରନାଥ ରାଉତ, ପ୍ରମୋଦ କୁମାର ରାଉଳ, ଭୀମସେନ ରାଉଳଙ୍କ ସହ ଗ୍ରାମବାସୀ ଏହାକୁ ସହଯୋଗ କରିଥିଲେ ।