ଲକ୍ଷାଧିକ ଟଙ୍କାର କେନ୍ଦୁପତ୍ର ସହ ଗାଡି ଜବତ; ୨ଜଣ ଗିରଫ


ାା ପ୍ରଭାନୁ୍ୟଜ ।ା ବ୍ୟାସନଗର: ଗୁରୁବାର ବୌଦ୍ଧ ଜିଲାରୁ କୋଲକତାକୁ ଯାଉଥିବା ଏକ କେନ୍ଦୁପତ୍ର ବୋଝେଇ ପିକ୍ଅପ୍ ଭ୍ୟାନ ନୂଆଗଡ ଗୋଲେଇ ଛକରୁ ଜବଦ କରିବା ସହ ଦୁଇଜଣଙ୍କୁ ଗିରଫ କରିଛି ବନ ବିଭାଗ । ଜବଦ କେନ୍ଦୁପତ୍ରର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଆକଳନ କରାଯାଇଛି । ସୂଚନା ଅନୁଯାୟୀ ଲକ୍ଷାଧିକ ଟଙ୍କାର କେନ୍ଦୁପତ୍ର ବୋଝେଇ ଏକ ପିକ ଅପ୍ ଭ୍ୟାନ ବୌଦ୍ଧ ଜିଲ୍ଲାରୁ ବୋଝେଇ ହୋଇ କୋଲକତାକୁ ଯାଉଥିବା କଟକ ବନଖଣ୍ଡ ଅଧିକାରୀ ପି. ଅର୍ଥନାରୀ ଜାଣିବାକୁ ପାଇଥିଲେ । ନୂଆଗଡ଼ ଗୋଲେଇ ଛକରେ ଜଗି ରହିଥବା ଯାଜପୁର ରୋଡ଼ ବନ ବିଭାଗର କର୍ମଚାରୀ  ଅତର୍କିତ ଗାଡି ଉପରେ ଚଢ଼ାଉ କରିଥଲେ । ଯାଜପୁର ରୋଡ ରେଞ୍ଜର ଜ୍ୟୋତି ରଞ୍ଜନ ମହାପାତ୍ରଙ୍କ ସମେତ କର୍ମଚାରୀ ଚଢ଼ାଉ କରି ପିକଅପ୍ ଗାଡି ଓ କେନ୍ଦୁପତ୍ରକୁ ଜବତ କରିବା ସହିତ ଡ୍ରାଇଭର ଓ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହେଇଥିଲେ । ଗିରଫ ଅଭିଯୁକ୍ତ ଅନୁଗୁଳ ଜିଲା ମଝିଗାଁର ଡ୍ରାଇଭର ସନ୍ତୋଷ କୁମାର ପ୍ରଧାନ ଓ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ କୁମାର ମାଝୀ ବୋଲି ଜଣାପଡିଛି । ଚଢ଼ାଉରେ ଫରେଷ୍ଟର ନିଳୀମା ପ୍ରିୟଦର୍ଶିନୀ ନାୟକ, ସସ୍ମିତା ସାମଲ, ନିର୍ମଳ ମଲ୍ଲିକ, ସ୍ୱରୂପ ନାୟକ, ତ୍ରିଲୋଚନ ଦାସ ଓ ବାଦଲ ଦାସ ପ୍ରମୁଖ କର୍ମଚାରୀ ସାମିଲ ହୋଇଥିଲେ ।