ରାମ କୁମାରଙ୍କ ରାଲି
ସାରସକଣାରୁ ମଳୟ କୁମାର ନାୟକ : ୨୦୨୪ ନିର୍ବାଚନକୁ ଆଖିରେ ରଖି ଅଣ୍ଟା ଭିଡ଼ିଲା ସାରସକଣା ଜାତୀୟ କଂଗ୍ରେସ ଦଳ । ମୟୂରଭଞ୍ଜ ଜିଲ୍ଲାର ସାରସକଣା ନିର୍ବାଚନମଣ୍ଡଳୀର ରାଜନୀତି ଜିଲ୍ଳାର ଅନ୍ୟ ୮ଟି ନିର୍ବାଚନମଣ୍ଡଳୀ ଠାରୁ ଭିନ୍ନ । ତିନିରାଜ୍ୟ ସୀମାନ୍ତରେ ରହିଥିବା ଏହି ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ଜାତି, ବିଭିନ୍ନ ଭାଷାଭାଷୀ ଲୋକେ ରୁହନ୍ତି । ଏଣୁ କୌଣସି ଏକ ଦଳ ଏକପାଖିଆ ନିର୍ବାଚନୀ ଫଳ ପାଇବା ଏଠାରେ କଷ୍ଟ । ତେବେ ୨୦୨୪ନିର୍ବାଚନ ମତଦାନ ଆସନ୍ତା ୧ତାରିଖ ରହିଥିବା ବେଳେ ରାଜ୍ୟ ସରକାରଙ୍କ ବିଜେଡ଼ି ଦଳ, କେନ୍ଦ୍ର ସରକାରଙ୍କ ବିଜେପି ଦଳ ଉଭୟେ ସାରସକଣାକୁ ଅକ୍ତିଆର କରିବା ପାଇଁ ପୁରା ଯୋର ଲଗାଇ ଦେଇଛନ୍ତି । ସେହିପରି ଜାତିୟ କଂଗ୍ରେସ୍ ଦଳ ସାରସକଣା ଆସନରେ ରାମ କୁମାର ସୋରେନଙ୍କୁ ପ୍ରାର୍ଥୀ କରିଥିବା ବେଳେ, ପ୍ରାର୍ଥୀଙ୍କୁ ନେଇ ଦଳ ଉସôାହିତ ରହିଛି । ରାମ କୁମାର ସୋରେନ ଜଣେ ଶିକ୍ଷିତ ଏବଂ ସକ୍ରିୟ କର୍ମୀ ଅଟନ୍ତି । ଦୀର୍ଘ ସମୟ ଧରି ବିଜୁ ଜନତା ଦଳ ର ସେ କର୍ମୀ ରହିଥିଲେ । ପ୍ରାର୍ଥୀ ଘୋଷଣା ପରେ ରାମ କୁମାର ପ୍ରଥମେ ବମ୍ବେଛକ ଠାରେ ନିଜର ସ୍ଥିତି ଜାହିର କରିଛନ୍ତି । ରାଜାଲୋକା ଛକ ଠାରୁ ଏକ ବିଶାଳ ମଟରସାଇକେଲ ରାଲିରେ ବାହାରି ରାମ କୁମାର ଶତାଧିକ କର୍ମୀଙ୍କ ସହ ଛକ ବଜାର ପରିକ୍ରମା କରି ବଡ଼ଚାଟରା ହାଟ ପଡ଼ିଆରେ ପହଞ୍ଚିଥିଲେ । ସେଠାରେ ଆୟୋଜିତ ସଭାରେ ସ୍ଥାନୀୟ ବ୍ଲକ କମିଟିର ସଭାପତୀ, ସଦସ୍ୟଙ୍କ ମାନଙ୍କ ସହିତ ଆଲୋଚନା କରି ଆସନ୍ତା ନିର୍ବାଚନରେ ଲୋକଙ୍କ ପାଖକୁ ପହଞ୍ଚି ଦୁଇ ପ୍ରମୁଖ ସରକାରୀ ଦଳର ମନମୁଖୀ ଶାସନ ବାବଦରେ କହିବା ସହିତ, କଂଗ୍ରେସର ନିର୍ବାଚନୀ ପ୍ରତିଶ୍ରୁତି ବାବଦରେ ଅବଗତ କରାଯିବ ବୋଲି କହିଛନ୍ତି । ଯାହାବି ହେଉନା କାହିଁକି କଂଗ୍ରେସ୍ ପୂର୍ବ ନିର୍ବାଚନ ଅପେକ୍ଷା ଭଲ ପ୍ରଦର୍ଶନ କରିବ ଏହା ଲୋକେ ପ୍ରକାଶ କରିଛନ୍ତି ।