ଚିନ୍ମୟଙ୍କ ଘରେ ବିରଳ ବ୍ରହ୍ମକମଳ
ସିଂହପୁର : ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ବାଳମୁକୁଳି ଚିନ୍ମୟ ଜେନାଙ୍କ ଘର ଛାତ ବଗିଚାରେ ଫୁଟିଛି ବିରଳ ବ୍ରହ୍ମକମଳ ବା ପାରିଜାତ ଫୁଲ । ଏହି ବିରଳ ବ୍ରହ୍ମ କମଳ ଫୁଲ ଓଡିଶାରେ ବହୁ କମ୍ ସ୍ଥାନରେ ଦେଖିବାକୁ ମିଳିଥାଏ । ହେଟେଲ ବ୍ୟବସାୟୀ ଚିନ୍ମୟ ନିଜ ଛାତ ଉପରେ ବିଭିନ୍ନ ଫୁଲ ଗଛ ଲଗାଇଥିବାବେଳ ଏକ ବର୍ଷ ପୂର୍ବରୁ ଏକ ବ୍ରହ୍ମ କମଳ ଫୁଲ ଗଛ ଚାରାକୁ ନିଜର ଜଣେ ସମ୍ପର୍କୀୟଙ୍କ ଘରୁ ଆଣି ଲାଗାଇଥିଲେ । ତେବେ ବର୍ଷ ବର୍ଷ ବିତିବା ପରେ ମଧ୍ୟ ଅନେକ ବ୍ରହ୍ମକମଳ ଗଛରେ ଫୁଲ ଫୁଟୁନଥିବା ବେଳେ ମାତ୍ର ଏକ ବର୍ଷ ମଧ୍ୟରେ ଏହି ଗଛରେ ତିନି ତିନିଟି ଫୁଲ ଫୁଟିବାକୁ ନେଇ ବେଶ ଖୁସି ପ୍ରକଟ କରିଛନ୍ତି ଚିନ୍ମୟ ଓ ତାଙ୍କ ପରିବାର । ଏହି ଫୁଲ ପ୍ରଭୁ ଜଗନ୍ନାଥ ଓ ମହାଦେବ ଶିବଙ୍କର ଅତି ପ୍ରିୟ ହୋଇଥିବାରୁ ସର୍ବପ୍ରଥମେ ଏହି ଫୁଲକୁ ନିଜ ଘରେ ଥିବା ଜଗନ୍ନାଥ ଓ ଶିବଙ୍କ ନିକଟରେ ଲାଗି କରି ଲଗାଇଥିଲେ ଚିନ୍ମୟ ।
 
 Rasmita Behera
                                    Rasmita Behera                                 
    
 
    
 
 
 
