ଲେଖାଶ୍ରୀଙ୍କ ପ୍ରାର୍ଥିପତ୍ର ଦାଖଲ

ବାଲେଶ୍ୱର: ବାଲେଶ୍ୱର ଲୋକସଭା ଆସନରୁ ପ୍ରତିଦ୍ୱନ୍ଦିତା କରୁଥିବା ବିଜେଡି ପ୍ରାର୍ଥୀ ଲେଖାଶ୍ରୀ ସାମନ୍ତସିଂହାର ଶୁକ୍ରବାର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଦଳିୟ କର୍ମୀ ଓ ସମର୍ଥକଙ୍କ ସହ ଏକ ବିଶାଳ ଶୋଭା ଶୋଭାଯାତ୍ରାରେ ଗାନ୍ଧୀ ସ୍ମୃତୀ ଭବନ ଠାରୁ ବାହାରି ଷ୍ଟେସନ୍ ଛକ, ଫକୀର ମୋହନ ଗୋଲେଇ, ଫାଣ୍ଡି ଛକ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଁଚିଥିଲେ । ପାଣ୍ଡି ଛକରେ ଥୁବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ବିବେକାନନ୍ଦ ମାର୍ଗ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଁଚିଥିଲା । ପରେ ପରେ ସେ ଜିଲ୍ଲାପାଳଙ୍କ ନିକଟରେ ତାଙ୍କର ପ୍ରାର୍ଥିପତ୍ର ଦାଖଲ କରିଥିଲେ । ଏହି ଶୋଭାଯାତ୍ରରେ ପ୍ରାର୍ଥୀ ଲେଖାଶ୍ରୀଙ୍କ ସହିତ ଜଳେଶ୍ୱର ବିଧାୟକ ପ୍ରାର୍ଥୀ ଅଶ୍ୱିନୀ ପାତ୍ର, ଭୋଗରାଇ ବିଧାୟକ ପ୍ରାର୍ଥୀ ଗୌତମବୁଦ୍ଧ ଦାସ, ରେମୁଣା ବିଧାୟିକା ପ୍ରାର୍ଥୀ ବିଦ୍ୟାସ୍ମିତା ମହାଳିକ, ବସ୍ତା ବିଧାୟିକା ପ୍ରାର୍ଥୀ ସୁବାସିନୀ ଜେନା, ନିଳଗିରୀ ବିଧାୟକ ପ୍ରାର୍ଥୀ ସୁକାନ୍ତ ନାୟକ, ସଦର ବିଧାୟକ ପ୍ରାର୍ଥୀ ସ୍ୱରୂପ ଦାସ, ଜିଲ୍ଲାପରିଷଦ ସଭାପତି ନାରାୟଣ ପ୍ରଧାନ ପ୍ରମୁଖ ପ୍ରମୁଖ ଉପସ୍ଥିତ ଥିଲେ ।