ବିଜେପି ପ୍ରାର୍ଥୀଙ୍କୁ ନେଇ ଅସନ୍ତୋଷ


 ଜଗତସିଂହପୁର,: ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ରଘୁନାଥପୁର, ତିର୍ତ୍ତୋଲ ଓ ବିରିଡି ବ୍ଲକକୁ ନେଇ ଗଠିତ । ଚଳିତ ୨୦୨୪ ସାଧାରଣ ନିର୍ବାଚନ ପାଇଁ ବିଜେଡିରୁ ପ୍ରଫେସର ରମାକାନ୍ତ ଭୋଇ, କଂଗ୍ରେସରୁ ଇଁ ହିମାଂଶୁ ଭୂଷଣ ମଲ୍ଲିକ ଓ ବିଜେପିରୁ ଆଡ଼ଭୋକେଟ ରାଜକିଶୋର ବେହେରା ପ୍ରତିଦ୍ୱନ୍ଦୀତା କରୁଛନ୍ତି । ନିର୍ବାଚନକୁ ଆଉ ଦିନ କେଇଦିନ ରହିଥିବାବେଳେ ତିନି ଦଳର ଆଖିଦୁର୍ଶଆ ପ୍ର·ର ଦେଖାଯାଉନି ।  ହିମାଂଶୁ ଏକ ପ୍ରକାର ବିଜେଡି ଓ ବିଜେପି ପ୍ରାର୍ଥୀଙ୍କ ଠାରୁ ଟିକେ ଆଗରେ ଥିବା ଆଲୋଚନା ହେଉଛି । ବିଜେଡି ବିଧାୟକ ପ୍ରାର୍ଥୀ ସଭା ସମିତି ଓ ମଣ୍ଡପରେ ବସି କର୍ମୀ ମାନଙ୍କ ମାନଭଂଜନ କରୁଥିବାବେଳେ ବିଜେପି ପ୍ରାର୍ଥୀ ରାଜକିଶୋର ବେହେରା କର୍ମୀ ଓ ଭୋଟରଙ୍କ ଠାରୁ ବହୁ ଦୁରେରେ ଥିଲାଭଳି ଲାଗୁଛି । ରାଜକିଶୋର ବେହେରା ୨୦୦୯ ଓ ୨୦୧୪ ରେ  କଂଗ୍ରେସରୁ ପ୍ରତିଦ୍ୱନ୍ଦୀ କରୁଥିବାବେଳେ ୨୦୨୦ ତିର୍ତ୍ତୋଲ ଉପ ନିର୍ବାଚନରେ ବିଜେପିରୁ ପ୍ରତିଦ୍ୱନ୍ଦୀ କରିଥିଲେ । ତିନି ତିନି ଥର ପରାଜୟ ବରଣ କରିବାପରେ ନିର୍ବାଚନ ମଣ୍ଡଳୀରୁ ଉଭାନ ହୋଇଯାଇଥିଲେ । ଚଳିତ ର୍ନିବାଚନ ରେ ଦଳ ପ୍ରାର୍ଥୀ କରିଛି ସତ ହେଲେ ଭରସା ପାଉନଥିବା କର୍ମୀମାନେ ଆଲୋଚନା କରୁଛନ୍ତି । ତିର୍ତ୍ତୋଲ ବିଜେପିରେ ମଧ୍ୟ ବିଦ୍ରୋହ ଆରମ୍ଭ ହେଲାଣି । କେତେକ ପ୍ରାର୍ଥୀ କେବଳ ଦଳୀୟ ଅର୍ଥ ଆତ୍ମସାତ କରିବାପାଇଁ ହିଁ ରାଜନୀତିଙ୍କୁ ଆସିଥାନ୍ତି ବୋଲି କର୍ମୀମାନେ ଆଲୋଚନା କରୁଛନ୍ତି । ବିଜେପିର କେତକ ପ୍ରଭାବଶାଳୀ କର୍ମୀମାନେ ରାଜକିଶୋର ବେହେରାଙ୍କ ହାତ ଛାଡ଼ିବାପାଇଁ ନିଷ୍ପତ୍ତି ନେଇଥିବା ଜରାପଡିଛି ।