ଟାଟାଷ୍ଟିଲ୍ର ‘ଭଲ ଓ ଖରାପ ସ୍ପର୍ଶ’ ଉପରେ ସଚେତନତା


ାା ପ୍ରଭାନୁ୍ୟଜ ।ା କାଳିଆପାଣି: ଟାଟାଷ୍ଟିଲ୍ ଫେରୋ ଆଲଏଜ୍ ଆଣ୍ଡ ମିନେରାଲ୍ସ ଡିଭିଜନ ପକ୍ଷରୁ ସୁକିନ୍ଦା କ୍ରୋମାଇଟ୍ ଖଣି ପରିସରରେ ପିଲାମାନଙ୍କ ପାଇଁ ‘ଭଲ ଓ ଖରାପ ସ୍ପର୍ଶ’ ଉପରେ ଏକ ସଚେତନତା ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ଅସୁରକ୍ଷିତ ପରିସ୍ଥିତି ତଥା ଅନୁପଯୁକ୍ତ ବ୍ୟବହାର ନେଇ ଛୋଟ ଛୋଟ ପିଲାମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ସହ ସେମାନଙ୍କ ପାଇଁ ଏକ ସୁରକ୍ଷିତ ପରିବେଶ ସୁନିଶ୍ଚିତ କରିବା ଲକ୍ଷ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଅଭିଜ୍ଞ ଶିଶୁ ମନୋବିଜ୍ଞାନୀ ତଥା ଝାଡ଼ଖଣ୍ଡ ରାଜ୍ୟ ସରକାରଙ୍କ ଶ୍ରମ କମିସନର ସଦସ୍ୟ ଭାବେ କାର୍ଯ୍ୟକରିଥିବା ବିକାଶ ଡୋଡରାଜକା ଏହି ଅଧିବେଶନ ପରିଚାଳନା କରିବା ସହ ପିଲାମାନଙ୍କୁ ଶାରିରୀକ ଉପଯୁକ୍ତ ଓ ଅନୁପଯୁକ୍ତ ସ୍ପର୍ଶ ଭିତରେ ଥିବା ପ୍ରଭେଦ ନେଇ ସଚେତନ କରିଥିଲେ । ଅଧିବେଶନରେ ସେ ବୟସ ଉପଯୋଗୀ ଓ ଅନୁପଯୋଗୀ ଆଚରଣ ବିଷୟରେ ମଧ୍ୟ ପିଲାମାନଙ୍କୁ ବୁଝାଇଥିଲେ । କାହାଣୀ ଓ ଅନ୍ୟାନ୍ୟ ମାଧ୍ୟମରେ ସେ ପିଲାମାନଙ୍କ ଅଧିକାରଗୁଡ଼ିକ ବିଷୟରେ ମଧ୍ୟ ଅବଗତ କରାଇଥିଲେ ।
 ଏହି ଅବସରରେ ଫେରୋ ଆଲଏଜ୍ ଓ ମିନେରାଲ୍ସ ଡିଭିଜନର ଏକଜିକୁ୍ୟଟିଭ ଇନଚାର୍ଜ ପଙ୍କଜ ସତିଜା କହିଛନ୍ତି ଯେ ଏକ ଦାୟିତ୍ୱବାନ କର୍ପୋରେଟ୍ ସଂସ୍ଥା ଭାବେ ଶିଶୁ ସୁରକ୍ଷା ଭଳି ଗୁରତ୍ୱପୂର୍ଣ୍ଣ ଆବଶ୍ୟକତାକୁ ପ୍ରାଧାନ୍ୟ ଦେଇ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ଯାହା ଆମ ଭବିଷ୍ୟତ ପିଢ଼ିଙ୍କୁ ସୁରକ୍ଷିତ ଭାବେ ଆଗକୁ ବଢ଼ିବା ପାଇଁ ସହାୟକ ହେବ । ଉପଯୁକ୍ତ ଶିକ୍ଷା ଓ ସଚେତନତା ମାଧ୍ୟମରେ ପିଲାମାନଙ୍କ ପାଇଁ ଏକ ଭୟମୁକ୍ତ ବାତାବରଣ ସୃଷ୍ଟି କରିବା ପାଇଁ ଆମର ଏପରି ପ୍ରୟାସ ଆଗକୁ ମଧ୍ୟ ଜାରି ରହିବ । କାର୍ଯ୍ୟକ୍ରମରେ ପିଲାମାନଙ୍କ ସହିତ ସେମାନଙ୍କ ଅଭିଭାବକ, ପିତାମାତା ଓ ଶିକ୍ଷକଶିକ୍ଷୟିତ୍ରୀମାନେ ମଧ୍ୟ ଯୋଗ ଦେଇଥିଲେ । ଏଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ପିଲାମାନଙ୍କ ସହିତ କିଭଳି କଥାବାର୍ତ୍ତା କରିବାକୁ ହୁଏ, ବିପଦର ସଙ୍କେତଗୁଡ଼ିକୁ ଚିହ୍ନଟ କରିବା ଏବଂ ନିଜ ସମସ୍ୟା ବିଷୟରେ ଆଲୋଚନା କରିବା ଲାଗି ପିଲାମାନଙ୍କ ପାଇଁ ବିଶ୍ୱାସର ଏକ ପରିବେଶ କିଭଳି ସୃଷ୍ଟି କରାଯାଇପାରିବ ତାହା ଉପରେ ସେମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରାଯାଇଥିଲ । କାର୍ଯ୍ୟକ୍ରମ ଶେଷରେ ଏକ ପ୍ରଶ୍ନୋତ୍ତର ଅଧିବେଶନ ଆୟୋଜନ କରାଯାଇଥିଲା ଯେଉଁଥିରେ ପିଲାମାନଙ୍କୁ ଓ ସେମାନଙ୍କ ଅଭିଭାବକମାନଙ୍କୁ ନିଜ ସମସ୍ୟା ବିଷୟରେ ସ୍ୱର ଉଠାଇବାକୁ ଉତ୍ସାହିତ କରାଯାଇଥିଲା । କାର୍ଯ୍ୟକ୍ରମରେ କମ୍ପାନିର ଏଫ୍ଏଏମଡି ପ୍ରଶାସନିକ ମୁଖ୍ୟ ପ୍ରମୋଦ କୁମାର, ସୁକିନ୍ଦା ଖଣି ମୁଖ୍ୟ ଦେବରାଜ ତିୱାରୀ, ସାରୁଆବିଲ ଓ କମର୍ଦ୍ଦା ଖଣି ମୁଖ୍ୟ ନବୀନ ଶ୍ରୀବାସ୍ତବଙ୍କ ସହ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।