ଶିକ୍ଷାଧିକାରୀଙ୍କୁ ଦାବିପତ୍ର

ନବରଙ୍ଗପୁର: ରାଜ୍ୟ ସମନ୍ୱିତ ପ୍ରାଥମିକ ଶିକ୍ଷକ ସଂଘଠନ (ଆଇପିଟିଓ)ର ଆହ୍ୱାନ କ୍ରମେ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ୍ ଲେଭେଲ ୫(ଏ) ପ୍ରାଥମିକ ସଂଘଠନ ତରଫରୁ ୨ ଦଫା ସମ୍ବଳିତ ଦାବିପତ୍ର  ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ତେନ୍ତୁଳିଖୁଣ୍ଟି ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ମୋହନ ମଧୁସୂଦନ ବାଘଙ୍କୁ ପ୍ରଦାନ କରାଯାଇଛି । ଜାତୀୟ ଶିକ୍ଷା ଅଧିକାରୀ ଆଇନ୍ ଅନୁଯାୟୀ ପ୍ରାଥମିକ ଶିକ୍ଷକଙ୍କ ଗ୍ରେଡପେ ୪୨୦୦କୁ ବୃଦ୍ଧି କରିବା ଏବଂ ନେସନାଲ ଇନକ୍ରିମେଣ୍ଟ  ସହ ୬ ଓ ୮ ବର୍ଗର ଠିକା ଅବଧିକୁ ମୂଳ ଚାକିରୀରେ ମିଶାଇବାକୁ ଏଥିରେ ଦାବି କରାଯାଇଛି । ଏହି ଦାବି  ପୂରଣ ନ ହେଲେ ସାମୂହିକ ଭାବରେ ରାଜଧାନୀ ଭୁବନେଶ୍ୱର ଠାରେ ଆଇପିଟିଓର ଆହ୍ୱାନ କ୍ରମେ ହେବାକୁ ଥିବା ଆନେ୍ଦାଳନରେ ସମସ୍ତ ଶିକ୍ଷକଶିକ୍ଷୟତ୍ରୀ ସାମିଲ ହେବେ ବୋଲି ଦାବିପତ୍ରରେ ଉଲ୍ଲେଖ କରାଯାଇଛି । ଦାବିପତ୍ର ପ୍ରଦାନ ସମୟରେ ତେନ୍ତୁଳିଖୁଣ୍ଟି ବ୍ଲକରବ୍ରଜ ସଗରିଆ,ସିମାଞ୍ଚଳ ପୁଜାରୀ,ମଧୁସ୍ମିତା ଦାଶ,ସଞ୍ଜିତ ମହାନ୍ତି ପ୍ରମୁଖ ଉପସ୍ଥିତ ରହିଥିଲେ । ଦାବିପତ୍ର ପ୍ରଦାନ ପରେ ଶିକ୍ଷାଧିକାରୀ ଶ୍ରୀ ବାଘ ଶିକ୍ଷକଶିକ୍ଷୟତ୍ରୀଙ୍କୁ ସରକାରଙ୍କ ପଦକ୍ଷେପ ସମ୍ବନ୍ଧରେ ଏକ ସକାରାତ୍ମକ ବାର୍ତ୍ତା ଦେଇଥିଲେ । ଏଥିରେ ବ୍ଲକ୍ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ଦେବେନ୍ଦ୍ର ପ୍ରସାଦ ନାୟକ ମଧ୍ୟ ଉପସ୍ଥିତ ଥିଲେ ।