ବୋଇତ ବନ୍ଦାଣ ପ୍ରସ୍ତୁତି
ାା ପ୍ରଭାନୁ୍ୟଜ୍ ।ା ପଟ୍ଟାମୁଣ୍ଡାଇ: ପଟ୍ଟାମୁଣ୍ଡାଇ ବିକାଶ ପରିଷଦ ଆନୁକୂଲ୍ୟରେ ୧୩ତମ ବୋଇତ ବନ୍ଦାଣ ଉସôବ ପାଳନ ପାଇଁ ପୌର ପରିଷଦ ପ୍ରେକ୍ଷାଳୟରେ ପ୍ରସ୍ତୁତି ବୈ÷ଠକ ଅନୁଷ୍ଠିତ ହୋଇଯାଇଛି । ପରିଷଦ ସଭାପତି କାଉନସିଲର ଗୋପୀବଲ୍ଲଭ ନାୟକଙ୍କ ପୌରହିତ୍ୟରେ ଆୟୋଜିତ ବୈଠକରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ରାଜନଗର ବିଧାୟକ ଧ୍ରୁବ ସାହୁ ପଟ୍ଟାମୁଣ୍ଡାଇର ସବୁବର୍ଗର ଲୋକମାନେ ସାମିଲ ହେବାକୁ ପରାମର୍ଶ ଦେଇଥିଲେ । ଅତିରିକ୍ତ ତହସିଲଦାର ଦିଲ୍ଲୀପ ନାୟକ, ପୌର ନିର୍ବାହୀ ଅଧିକାରୀ ଅଜିତ ନାରାୟଣ ଗିରି, ଆଦର୍ଶ ଥାନା ଆଇ.ଆଇ.ସି ସୁଶାନ୍ତ ସାହୁ, ମେଡିକାଲ ଅଫିସର ଡ. ନିରାକାର ପରିଡା, ଅଗ୍ନିଶମ ଅଧିକାରୀ ରାମକୃଷ୍ଣ ପଣ୍ଡା, ସିଡିପିଓ ଲଷ୍ମୀମଣି ସିଂ, ଏବିଇଓ ଚନ୍ଦ୍ରଶେଖର ତ୍ରିପାଠୀ, ଜନସ୍ୱାସ୍ଥ୍ୟ କନିଷ୍ଠ ଯନ୍ତ୍ରୀ ସୁଦାମ ସାହୁ, ପୌର ପରିଷଦ କନିଷ୍ଠ ଯନ୍ତ୍ରୀ ସୁଶୀଲ ବେହେରା, ବ୍ଲକ୍ ଭେଟନାରୀ ଅଫିସର ପ୍ରଦୀପ ଜେନା, ଅଗ୍ନିସମ ବିଭାଗ ରାମଚନ୍ଦ୍ର ପଣ୍ଡା, ଷ୍ଟେଟ ବ୍ୟାଙ୍କ ମୁଖ୍ୟ ପରିଚାଳକ ଅଶୋକ ରାଉତ, ପ୍ରଫେସର ରମେଶ ଜେନା, ଶିକ୍ଷକ ପ୍ରଦୀପ ନାୟକ, ସରୋଜ କାନ୍ତ ସ୍ୱାଇଁ , ଶିକ୍ଷାବିତ କଣ୍ଡୁରୀ ସ୍ୱାଇଁ, ପରିବେଶବିତ୍ ବିଜୟ କବି, ନାଟ୍ୟକାର ଗୋଲକ ମହାରଣା, ଶିକ୍ଷାବିତ୍ ରାଜ କୁମାର ବିଶ୍ୱାଳ, କବି ସଚିତ୍ର ବେହୁରା, ଇଂ. ତପନ ପାତ୍ର, ଆଡ଼ଭୋକେଟ ପ୍ରମୋଦ ସାହୁ, ଶିକ୍ଷାବିତ୍ ସୁରେଶ ଜେନା, କବି ଗୌରାଙ୍ଗ ମହାନ୍ତି, ରାଜେନ୍ଦ୍ର ପ୍ରସାଦ ସିଂ, କାଉନ୍ସିଲର ମଳୟ ଓଝା ଓ ସୁଧାମୟ ମଲିକ, ବାରେଣୀ ସେଠୀ, ଶିକ୍ଷକ ନେତା ସରୋଜ ସ୍ୱାଇଁ କୃପାସିନ୍ଧୁ ନାୟକ, ଚନ୍ଦନ ପାତ୍ର, ଗିରିଜା ସାମଲ, ପ୍ରମୋଦ ସାହୁ, ବିଜୟ କୁମାର କବି, ଶରତ ବିଶ୍ୱାଳ, ରାଜେଶ ମହାରଣା, ଟୁଟୁ ମିଶ୍ର, ବିଭୁତି ଦାଶ, ଅଶୋକ ନାୟକ, ଗୋବିନ୍ଦ ଶେଠୀ, ଚିଉତ୍ରାଞ୍ଜନ ସ୍ୱାଇଁ, ହାଡିବନ୍ଧୁ ନାୟକ ପ୍ରମୁଖ ଯୋଗ ଦେଇଥିଲେ । ବିକାଶ ପରିଷଦ ସମ୍ପାଦକ ଆଡ଼ଭୋକେଟ ଗୋପୀନାଥ ତ୍ରିପାଠୀ ବିବରଣୀ ପାଠ କରି ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । ଓ ବରିଷ୍ଠ ସଭ୍ୟ ବିଜୟ କୁମାର ସାହୁ ସ୍ୱାଗତଭାଷଣ ଓ ଶିକ୍ଷାବିତ ସୁରେଶ ଜେନା ଅତିଥି ପରିଚୟ ପ୍ରଦାନ କରିଥିଲେ ଶେଷରେ ଚିତରଞ୍ଜନ ମଲ୍ଲିକ ଧନ୍ୟବାଦ ଦେଇଥିଲେ ।