ଟିପିଏନଓଡିଏଲ୍ ଲୋକ ସମ୍ପର୍କ ଅଧିକାରୀ ସିଏସଇଏସରୁ ସମ୍ମାନିତ
ଯାଜପୁର: ଇଣ୍ଡସ ଭେଲି ଟାଇମ୍ସ ଓ ସେଂଟର ଫର୍ ସୋସିଓ ଇକୋନୋମିକ ଷ୍ଟଡିଜ୍ (ସିଏସଇଏସ) ପକ୍ଷରୁ ଆୟୋଜିତ ଭାଇବ୍ରାଂଟ ଓଡ଼ିଶା ସମ୍ମିଳନୀରେ ଟିପିଏନଓଡିଏଲ୍ ଲୋକ ସମ୍ପର୍କ ଅଧିକାରୀ ଚିତରଞ୍ଜନ ପ୍ରଧାନଙ୍କୁ ସମ୍ମାନୀତ କରାଯାଇଛି । ଭୁବନେଶ୍ୱରରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଏହି ସମ୍ମାନ ପ୍ରଦାନ କରିଛନ୍ତି । ଲୋକ ସମ୍ପର୍କ କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଯୋଗଦାନ ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ଉତ୍ସବରେ ଉପମୁଖ୍ୟ ମନ୍ତ୍ରୀ ଶ୍ରୀ ସିଂ ଦେଓଙ୍କ ସମେତ ସରକାରୀ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ, ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡାÿଇ ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ ।