କଲବଲ କରୁଛି ମଇଥାନ କଳା ପାଉଁଶ
ଯଖପୁରା : କଳିଙ୍ଗନଗର ଶିଳ୍ପାଞ୍ଚଳ ରେ ବସବାସ କରୁଥିବା ସାଧାରଣ ଲୋକଙ୍କ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଲା । ଦିନକୁ ଦିନ ସ୍ଥାନୀୟ ଅଞ୍ଚଳ ପ୍ରଦୂଷିତ ହେବାରେ ଲାଗିଛି । ଜଳ ଠାରୁ ଆରମ୍ଭ କରି ବାୟୁ ପର୍ଯ୍ୟନ୍ତ ପ୍ରଦୂଷିତ ହେଉଛି । ଶିଳ୍ପାଞ୍ଚଳ ରେ ଅନେକ କଳକାରଖାନା ମନମାନି କରି ବାୟୁ ପ୍ରଦ୍ୟୁଷଣ କରୁଛନ୍ତି । କାରଖାନା ସବୁରୁ ନିର୍ଗତ କଳା ଧୁଆଁ ଠାରୁ ଆରମ୍ଭ କରି ବର୍ଯ୍ୟବସ୍ତୁ ସବୁ ସ୍ଥାନୀୟ ଅଞ୍ଚଳକୁ ପ୍ରଦୂଷଣ କରୁଛି । କାରଖାନା ଉପରେ କାହାର ଲଗାମ ଥିଲା ପରି ଲାଗୁନାହିଁ । ଦିନକୁ ଦିନ ଏହା ବଢ଼ି ବଢ଼ି ଚାଲିଛି । କଳିଙ୍ଗନଗର ପ୍ରଦୂଷଣ ବିଭାଗ ନିଦାବିଷ୍ଣୁ ପାଲଟିଛି । ସ୍ଥାନୀୟ ଅଧିବାସୀ ଯେତେ ଅଭିଯୋଗ କରିଲେ ମଧ୍ୟ ଫଳ ଶୂନ । ନାମକୁ ମାତ୍ର ତଦନ୍ତ ହେଉଛି । ତଦନ୍ତ କରୁଥିବା ତଥ୍ୟ ସବୁ ଫାଇଲ ତଳେ ଚାପି ହେଇ ରହୁଛି । ଯାହା ଫଳରେ କାରଖାନା ସବୁ ବିଭାଗର ନିଦେ୍ର୍ଦଶ କୁ ଫୁ କରି ଉଡେଇ ଦେଉଛନ୍ତି । ସେମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଯଖପୁରା ଥାନା ଅନ୍ତର୍ଗତ ମଇଥାନ କାରଖାନାରେ । କଳିଙ୍ଗନଗର ଅଞ୍ଚଳରେ ଯେତେ ସବୁ କାରଖାନା ଅଛି ସବୁଠାରୁ ଅଧିକ ପ୍ରଦୂଷଣ କରୁଛି ମଇଥାନ କାରଖାନା । ମଇଥାନ କାରଖାନା ପରିସରରେ ଅନେକ ଦିନରୁ କଳା ପାଉଁଶ ଗଦା ପଡ଼ିରହିଛି । ଯେଉଁ ପାଉଁଶ ଅନେକ ଦିନରୁ ସ୍ଥାନୀୟ ଅଞ୍ଚଳର ଜଳ ବାୟୁକୁ ପ୍ରଦୂଷିତ କରିଆସୁଛି । ସୂଚନା ମୁତାବକ କାରଖାନା ପରିସରରେ ପାହାଡ ସଦୃଶ କଳା ପାଉଁଶ ଗଦାକୁ ହଟାଇବା ପାଇଁ କାରଖାନା କତୃପକ୍ଷ ସ୍ଥାନୀୟ ଅଞ୍ଚଳର ଦୁଇଜଣ ଠିକାଦାରକୁ କାର୍ଯ୍ୟାଦେଶ ଦେଇଛି । ଠିକାଦାର କାର୍ଯ୍ୟାଦେଶ ପାଇବା ପରେ ବର୍ଷବର୍ଷ ଧରି ବିଷାକ୍ତ କଳା ପାଉଁଶକୁ ସ୍ଥାନୀୟ ଅଞ୍ଚଳରେ ଏଣେ ତେଣେ ପକାଉଛନ୍ତି । ଯାହା କରିବାକୁ କୌଣସି ଅନୁମତି ପଦୂଷଣ ବିଭାଗ ପକ୍ଷରୁ ମିଳିନି । ପ୍ରଦୂଷଣ ବିଭାଗର ବିନା ଅନୁମତିରେ ଠିକାଦାର କିଭଳି ପାଉଁଶ ନେଇ ଏଠି ସେଠି ପକାଉଛନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ବିଶେଷ କରି କାର୍ଯ୍ୟାଦେଶ ପାଇଥିବା ଶରତ ବାରିକ ନାମକ ଠିକାଦାର ସର୍ବାଧିକ ପାଉଁଶ ସବୁକୁ ଅଧିକ ମାତ୍ରାରେ ପରିବହନ କରୁଛି । ସ୍ଥାନୀୟ ଅଞ୍ଚଳରେ ପାଉଁଶ ସବୁ ବିଲ ବାଡି ଠାରୁ ଆରମ୍ଭ କରି ଖାଲ ଜାଗାକୁ ପୋତା ଯିବାରେ ବ୍ୟବହାର କରୁଛନ୍ତି । କେଉଁଠି ଖାଲ ବିଲରେ ପକା ଯାଉଛି ତ କେଉଁଠି ପାଣିରେ ପକା ଯାଉଛି । ଯାହାଫଳରେ ପାଣି ଠାରୁ ରାସ୍ତା ନିର୍ମାଣରେ ବ୍ୟବହାର କରାଯାଉଛି । ଫଳରେ କଳା ପାଉଁଶ ସବୁକୁ ଏଣେ ତେଣେ ପଡୁଥିବାରୁ ପାଉଁଶ ସବୁ ଉଡ଼ି ପଥ ଚାରୀଙ୍କ ପାଇଁ ଅଭିଶାପ ପାଲଟିଛି । ଯେତେବେଳେ କି ଏହି ବାର୍ଯ୍ୟ କଳା ପାଉଁଶକୁ କେବଳ ଫ୍ଲାଏ ଆସ ଇଟା ପ୍ରସ୍ତୁତି ପାଇଁ ବ୍ୟବହାର କରିବାର ଅନୁମତି ଅଛି । ମାତ୍ର ଠିକାଦାର ଏସବୁ ନିୟମକୁ ପାଲନ ନକରି ଲାଭ ଖୋର ମନୋଭାବ ପାଇଁ ଏହି କଳା ପାଉଁଶ କୁ ଚଢ଼ା ଦରରେ ବିକ୍ରୀ କରୁଛନ୍ତି । କଳା ପାଉଁଶ ବିକ୍ରୀ କରି ଠିକାଦାର ମାଳେମାଲ ହେଉଥିବା ବେଳେ ସାଧାରଣ ଲୋକ କଲବଲ ହେଉଛନ୍ତି । କଳା ପାଉଁଶ ଯୋଗୁଁ ସ୍ଥାନୀୟ ନାଳ ନଦୀ ପାଣି ପ୍ରଦୂଷିତ ହେଉଛି । କଳା ପାଉଁଶ ପାଇଁ ଚାଷ ଜମିର ଉର୍ବରତା ନଷ୍ଟ ହେଉଛି । ବିଶେଷ କରି ଏହି କଳା ପାଉଁଶକୁ ନେଇ କୋଇଲା ସହିତ ମିଶାଇ ତାକୁ ଉଚ୍ଚ ଦରରେ ବିକ୍ରୀ କରାଯାଉଛି । କଳା ପାଉଁଶ ଗଦା ଜଖପୁରା ଥାନା ପଛ ପଟରେ ଥିବାରୁ ଅନେକ ସମୟରେ ଉଡ଼ି ଥାନା ଭିତରେ ପଶିଯାଉଛି । ଫଳରେ ଥାନାରେ କାର୍ଯ୍ୟ କରିବା କଷ୍ଟ ହୋଇପଡିଛି । ଯାହାକୁ ନେଇ ଥାନାର କର୍ମଚାରୀ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି । ମଇଥାନ କାରଖାନାର କଳା ପାଉଁଶ ପାଇଁ ରାସ୍ତା ଘାଟ, ନଦୀ, ନାଳ, ଚାଷ ଜମି ସବୁ ନଷ୍ଟ ହେଉଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳର ଲୋକେ ଅସୁବିଧା ଭୋଗୁଛନ୍ତି । କାରଖାନା ନିଜର ସ୍ୱାର୍ଥ ହାସଲ ପାଇଁ ସାଧାରଣ ଲୋକଙ୍କ ଜୀବନ ସହିତ ଖେଳୁଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖା ଦେଇଛି । ଆଗାମୀ ଦିନରେ ଯଦି ଏହାର ପ୍ରତିକାର କରା ନ ଯାଏ ତେବେଜନ ଆନେ୍ଦାଳନ କରାଯିବ ବୋଲି ସ୍ଥାନୀୟ ଅଞ୍ଚଳ ବାସୀ କହିଛନ୍ତି ।