ଯାଜପୁର ରୋଡ଼ ମେଡ଼ିକାଲରେ ରୋଗୀଙ୍କୁ ଦିଆଯାଉଛି ଏକ୍ସପାଇରୀ ସାଲାଇନ୍

ବ୍ୟାସନଗର: ରୋଗରେ ପଡ଼ି ଯାଜପୁର ରୋଡ଼ ମେଡ଼ିକାଲକୁ ଆସୁଥିବା ରୋଗୀଙ୍କୁ ଏକ୍ସପାଇର ସାଲାଇନ୍ ଦିଆଯାଉଛି । ରୋଗୀ ହେଉ କି ଆଟେନାଣ୍ଡ ଦେଖିବା ପରେ ଏକଥା ଜଣାପଡ଼ୁଛି । କିନ୍ତୁ ଯେଉଁ ମାନେ ଔଷଧ ଓ ଇଞ୍ଜେକସନ କି ସାଲାଇନ୍ ଦେବା ଦାୟୀତ୍ୱରେ ରହିଛନ୍ତି, ସେମାନେ ମନଇଛାରେ କାର୍ଯ୍ୟ କରୁଛନ୍ତି । ଦାୟିତ୍ୱହିନତାର ଏକ ନିଚ୍ଛକ ନମୁନା ଆଜି ଦେଖିବାକୁ ମିଳିଥିଲା ମେଡ଼ିକାଲରେ । ବ୍ୟାସନଗର ପୈାରାଞ୍ଚଳ କୋପଣ୍ଡ ଗ୍ରାମର ସାବିତ୍ରୀ ରାଉତ(୬୧) ଝାଡ଼ାବାନ୍ତି ହେବାରୁ ପରିବାର ଲୋକେ ତାଙ୍କୁ ଯାଜପୁର ରୋଡ଼ ମେଡ଼ିକାଲରେ ଭର୍ତ୍ତି କରିଥିଲେ । ମେଡ଼ିକାଲରେ କାର୍ଯ୍ୟରତ ଥିବା ଡ଼ାକ୍ତର ମିନତୀ ସେନାପତି ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ଆଡ଼ମିସନ କରାଇଥିଲେ । ଚିଠାରେ ଡ଼ାକ୍ତର ମିନତୀଙ୍କୁ ସାଲାଇନ୍ ଦେବାକୁ ଲେଖିଥିଲେ । ଡ଼ାକ୍ତର ଚିଠା ନେଇ ପରିବାର ଲୋକେ ନର୍ସଙ୍କୁ ଦେଇଥିଲେ । ଚିଠା ଅନୁଯାୟୀ ନର୍ସ ମିନତୀଙ୍କୁ ସାଲାଇନ୍ ଦେଇଥିଲେ । ସାଲାଇନଟି ଅଧାଅଧି ସରିବାକୁ ଥିବା ବେଳେ ମିନତୀଙ୍କ ପରିବାର ଲୋକେ ସାଲାଇନଟି ଏକ୍ସପାଇର ହୋଇଯାଇଥିବା ଦେଖିବାକୁ ପାଇଥିଲେ । ଏନେଇ ସେ ନର୍ସଙ୍କୁ ଜଣାଇଥିଲେ । ନର୍ସ ଭୂଲରେ ଦିଆଯାଇଥିବା କହି ଏକ୍ସପାଇର ସାଲାଇନ କାଢି ତାରିଖ ଥିବା ସାଲାଇନ୍ ଦେଇଥିଲେ । ଯାହାକୁ ନେଇ ପରିବାର ଲୋକେ ପାଟିତୁଣ୍ଡ କରିବା ପରେ ନର୍ସ ଦୋଷ ସ୍ୱିକାର କରିଥିଲେ । ତେବେ ପ୍ରଶ୍ନ ଉଠୁଛି ଦାୟୀତ୍ୱରେ ଥିବା ନର୍ସ କିଭଳି ବେଫିର ଭାବେ କାର୍ଯ୍ୟ କରୁଛନ୍ତି । ଜଣେ ରୋଗୀଙ୍କୁ ଏକ୍ସପାଇର ସାଲାଇନ ଦେଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଥିବା ବେଳେ ଯଦି କିଛଇ ଅଘଟଣ ଘଟିଥାନ୍ତା, ତେବେ ସେଥିପାଇଁ କିଏ ଦାୟୀ ହୋଇଥାନ୍ତା? ଏଦିଗରେ ଜିଲା ସ୍ୱାସ୍ଥ୍ୟ ବିଭାଗ ଏବଂ ମେଡ଼ିକାଲ ଅଫିସ ତଦାରକ କରି କାର୍ଯ୍ୟାନୁଷ୍ଠାନ ଆବଶ୍ୟକତା ରହିଛି । ଅନ୍ୟପକ୍ଷରେ ଆଜିର ଘଟଣାରୁ ଏକଥା ଜଣାପଡ଼ୁଛି, କି କୈାଣସି ଔଷଧ କି ସାଲାଇନ ଏକ୍ସାପଇର କେବେ କରିବ, ତାହାକୁ ଦାୟୀତ୍ୱରେ ଥିବା କର୍ମଚାରୀ କରୁ ନାହାନ୍ତି । ଅତଏବ କର୍ମଚାରୀ ଦାୟୀତ୍ୱକୁ ଠିକ ଭାବେ ସଂପାଦନ କରୁ ନାହାନ୍ତି । ସ୍ୱାସ୍ଥୃ୍ୟ ବିଭାଗ ଏଥିପ୍ରତି କେତେ ଯତ୍ନବାନ ହେଉଛି ଦେଖିବାର ଅଛି ।