ସମ୍ବଲପୁର ପ୍ରଫେସର ବିଦା ହେଲେ

ବୁର୍ଲା: ମହଙ୍ଗା ପଡିଲା ଲାଞ୍ଚ ନେବ। । କାର୍ୟ୍ୟରୁ ବିଦା ହେଲେ ସମ୍ବଲପୁର ପ୍ରଫେସର। ‘ନାକ୍‌’ ରେଟିଂ ବୃଦ୍ଧି ପାଇଁ ଲାଞ୍ଚ କାରବାର ମାମଲା‌ରେ ପ୍ରଫେସର ବୁଲୁ ମହାରଣାଙ୍କୁ ବୁଧବାର ସମ୍ବଲପୁର ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ନିଲମ୍ବିତ କରିଛନ୍ତି । ପୂର୍ବରୁ ତାଙ୍କୁ ସିବିଆଇ ଗିରଫ କରି ତଦନ୍ତ ଚଳାଇଛି।

ସିବିଆଇ ଦ୍ୱାରା ଗିରଫ ହୋଇ ତଦନ୍ତର ସମ୍ମୁଖୀନ ହୋଇଥିବା ଅଭିଯୁକ୍ତ  ପ୍ରଫେସର ମହାରଣାଙ୍କୁ କୁଳପତିଙ୍କ ନିର୍ଦ୍ଦେଶକ୍ରମେ  କୁଳସଚିବ ଓଡ଼ିଶା ଚାକିରି ସେବା ନିୟମ-୧୯୬୨ର  ଧାରା ୧୨ ଅନୁଯାୟୀ ନିଲମ୍ବନ ଆଦେଶ ଦେଇଛନ୍ତି ।  ଚିଠିସଂଖ୍ୟା ୫୬୭ରେ ଗତ ୪ ତାରିଖରେ ଏହି  ନିର୍ଦ୍ଦେଶନାମା ଜାରି ହୋଇଛି । ପ୍ରଫେସର ଶ୍ରୀ  ମହାରଣାଙ୍କଠାରୁ ସମସ୍ତ ପ୍ରାଶାସନିକ ଦାୟିତ୍ୱ  ଅପସାରଣ କରାଯାଇ ଲାଇବ୍ରେରି ଏବଂ ସୂଚନା ବିଜ୍ଞାନ  ବିଭାଗର ବିଭାଗୀୟ ମୁଖ୍ୟଙ୍କୁ ହସ୍ତାନ୍ତର କରାଯାଇଛି ।  କୁଳପତିଙ୍କ ବିନା ଆଦେଶରେ ସେ କାର୍ୟ୍ୟସ୍ଥଳୀ ଛାଡ଼ିପାରିବେ ନାହିଁ ବୋଲି ଏଥିରେ ଉଲ୍ଲେଖ ରହିଛି ।  

ସୂଚନାଯୋଗ୍ୟ, ହାଇଦ୍ରାବାଦର ଏକ  ବିଶ୍ୱବିଦ୍ୟାଳୟକୁ ଏ ++ ରେଟିଂ ଦେବା ପାଇଁ ‘ନାକ୍‌’ କମିଟି ଦଳ ଲାଞ୍ଚ ମାଗିଥିଲେ । ଏହି ‘ନାକ୍‌’ କମିଟିର ୧୦ ଜଣ ସଦସ୍ୟଙ୍କ ମଧ୍ୟରେ ପ୍ରଫେସର ବୁଲୁ ମହାରଣା ଥିଲେ । ଲାଞ୍ଚ ନେବା ବେଳେ ସିବିଆଇ ସମସ୍ତ ୧୦ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ତଦନ୍ତ ଚଳାଇଛି ।