ରାଜସ୍ଥାନ ରୟାଲ୍ସର ମୁଖ୍ୟ ପ୍ରଶିକ୍ଷକ ପଦ ଛାଡିଲେ ଦ୍ରାବିଡ଼

ରାଜସ୍ଥାନ ରୟାଲ୍ସର ମୁଖ୍ୟ ପ୍ରଶିକ୍ଷକ ପଦ ଛାଡିଲେ ଦ୍ରାବିଡ଼

ନୂଆଦିଲ୍ଲୀ :  ଗୋଟାଏ ସିଜିନ୍ ପରେ ରାଜସ୍ଥାନ ରୟାଲ୍ସର ମୁଖ୍ୟ ପ୍ରଶିକ୍ଷକ ପଦ ଛାଡିଲେ ରାହୁଲ ଦ୍ରାବିଡ । ଦଳ ଭଲ ପ୍ରଦର୍ଶନ ନକରିବାରୁ ସେ ଏଭଳି ନିଷ୍ପତ୍ତି ନେଇଥିବା ଜଣାଯାଇଛି । ଜୟପୁର-ଭିତ୍ତିକ ଫ୍ରାଞ୍ଚାଇଜ୍ ଶନିବାର ଏକ୍ସରେ ଏହି ଘୋଷଣା କରିଛି । ଦ୍ରାବିଡଙ୍କ ଗୋଟାଏ ସିଜିନ୍ ପରେ ତାଙ୍କ ପଦରୁ ଇସ୍ତଫା ଦେବା ଖବରକୁ ଫ୍ରାଞ୍ଚାଇଜ୍ ନିଶ୍ଚିତ କରିଛି ।
ରାଜସ୍ଥାନ ରୟାଲ୍ସ ପାଇଁ ଆଇପିଏଲରେ ୪୬ଟି ମ୍ୟାଚ୍ ଖେଳିଥିବା ଦ୍ରାବିଡ ଗତ ବର୍ଷ ଭାରତୀୟ ଦଳ ସହିତ ମୁଖ୍ୟ ପ୍ରଶିକ୍ଷକ ଭାବରେ କାର୍ଯ୍ୟକାଳ ଶେଷ ହେବା ପରେ ରାଜସ୍ଥାନ ରୟାଲ୍ସର ମୁଖ୍ୟ ପ୍ରଶିକ୍ଷକ ଭାବରେ ଯୋଗ ଦେଇଥିଲେ । କିନ୍ତୁ ବିଶ୍ୱର ସବୁଠାରୁ ଧନୀ ଫ୍ରାଞ୍ଚାଇଜ୍ କ୍ରିକେଟ୍ ଲିଗର ୨୦୨୫ସଂସ୍କରଣରେ ଦ୍ରାବିଡ ଭଲ ପ୍ରଦର୍ଶନ କରିବାରେ ବିଫଳ ହୋଇଥିଲେ । ତାଙ୍କ ମାର୍ଗଦର୍ଶନରେ ରାଜସ୍ଥାନ ରୟାଲ୍ସ ୧୪ଟି ମ୍ୟାଚରୁ କେବଳ ୪ଟିରେ ଜିତିପାରିଥିଲା ଏବଂ ସେମାନେ ଲିଗ୍ ଟେବୁଲରେ ନବମ ସ୍ଥାନ ଅଧିକାର କରିଥିଲେ । ଦ୍ରାବିଡ ହେଉଛନ୍ତି ଦ୍ୱିତୀୟ ମୁଖ୍ୟ ପ୍ରଶିକ୍ଷକ ଯିଏ ଆଇପିଏଲ ୨୦୨୬ର ମେଗା ନିଲାମ ପୂର୍ବରୁ ଆଇପିଏଲ ଫ୍ରାଞ୍ଚାଇଜ୍ଠାରୁ ଅଲଗା ହୋଇଛନ୍ତି । ଗତ ମାସରେ ଚନ୍ଦ୍ରକାନ୍ତ ପଣ୍ଡିତ କୋଲକାତା ନାଇଟ୍ ରାଇଡର୍ସର ହାତ ଛାଡିଥିଲେ । ୨୦୨୩ ଆଇପିଏଲ୍ ପୂର୍ବରୁ କେକେଆରରେ ମୁଖ୍ୟ ପ୍ରଶିକ୍ଷକ ଭାବରେ ଯୋଗ ଦେଇଥିବା ପଣ୍ଡିତ ୨୦୨୪ ମସିହାରେ ମୁଖ୍ୟ ପ୍ରଶିକ୍ଷକ ଭାବରେ ଆଇପିଏଲ୍ ଟାଇଟଲ ଜିତିଥିଲେ । ଆଶିଷ ନେହେରାଙ୍କ ପରେ ସେ ମୁଖ୍ୟ ପ୍ରଶିକ୍ଷକ ଭାବରେ ଆଇପିଏଲ୍ ଟାଇଟଲ ଜିତିଥିବା ଦ୍ୱିତୀୟ ଭାରତୀୟ ।