ରଥଯାତ୍ରା ପାଇଁ ଇଫକୋ ପକ୍ଷରୁ ବ୍ୟାରିକେଡ ପ୍ରଦାନ 

 ପାରାଦ୍ୱୀପ: ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାରେ ଭକ୍ତ ତଥା ଶ୍ରଦ୍ଧାଳୁମାନଙ୍କ ସୁରକ୍ଷା ନିମନ୍ତେ ଇଫକୋ ପାରାଦ୍ୱୀପ ୟୁନିଟ ପକ୍ଷରୁ ପୁରୀ ପ୍ରଶାସନକୁ ଦୁଇଶହ ରୋଡ ବ୍ୟାରିକେଡ ପ୍ରଦାନ କରାଯାଇଛି । ଇଫକୋର ଏହି ପଦକ୍ଷେପ ତାର ସିଏସଆର ପାଣ୍ଠିରୁ ସଡକ ସୁରକ୍ଷା ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ ଉଦ୍ଧିଷ୍ଟ । ପୁରୀ ଜିଲ୍ଲାପାଳଙ୍କ ଉପସ୍ଥିତିରେ ଇଫକୋ ପାରାଦ୍ୱୀପ ୟୁନିଟ ମୁଖ୍ୟ ପି.କେ.ମହାପାତ୍ର ଏବଂ ଇଫକୋ ଲୋକସମ୍ପର୍କ ଅଧିକାରୀ ପ୍ରସନ୍ନ କୁମାର ବେଉରା ଏହି ବ୍ୟାରିକେଡ ପ୍ରଦାନ କରିଥିଲେ । ରଥଯାତ୍ରା ସମୟରେ ପୁରୀର ମୁଖ୍ୟ ମାର୍ଗ ଓ ଜନଗହଳି ପୂର୍ଣ୍ଣ ସ୍ଥାନ ମାନଙ୍କରେ  ଏହି ବ୍ୟାରିକେଡ ଲଗାଯାଇ ଟ୍ରାଫିକ ସମସ୍ୟା ନିୟନ୍ତ୍ରଣ କରାଯିବ । ତେବେ ସମାଜ କଲ୍ୟାଣ ପାଇଁ ପାରାଦ୍ୱୀପ ଇଫକୋ ନିରନ୍ତର ବିଭିନ୍ନ ଜନହିତକର କାର୍ଯ୍ୟ ଜାରି ରଖିଛି  ବୋଲି ଇଫକୋର  ପାରାଦୀପ ୟୁନିଟ ମୁଖ୍ୟ ଶ୍ରୀ ମହାପାତ୍ର  ପ୍ରକାଶ କରିଛନ୍ତି । ଏହି  କାର୍ଯ୍ୟକ୍ରମକୁ ଇଫକୋ ଲୋକସମ୍ପର୍କ ଅଧିକାରୀ ପ୍ରସନ୍ନ ବେଉରା ପରିଚାଳନା କରିଥିଲେ ।