ଶିକ୍ଷକ ଅଭାବ, ପାଠପଢା ଠପ୍
କେନ୍ଦ୍ରାପଡାରୁ ରବିନାରାୟଣ ପତି: କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁର ରେ ଥିବା ପନ୍ଦରଶିଳା ହାଇସ୍କୁଲ ରେ ଶିକ୍ଷକ ଅଭାବ ଥିବାରୁ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ମାନଙ୍କର ପାଠପଢା ରେ ବ୍ୟାଘାତ ସୃଷ୍ଟି ହେଉଥିବା ନେଇ ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ଅଭିଯୋଗରୁ ପ୍ରକାଶ ଯେ, ଏହି ଉଚ୍ଚ ବିଦ୍ୟାଳୟରେ ଶତାଧିକ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ମାତ୍ର ୨ ଜଣ ଶିକ୍ଷକ ଥିବାରୁ ପାଠପଢାରେ ବ୍ୟାଘାତ ସୃଷ୍ଟି ହେବା ସହ ଛାତ୍ରଛାତ୍ରୀଙ୍କ ଜୀବନ ଅନ୍ଧାରମୟ ହେବାରେ ଲାଗିଛି । ସ୍କୁଲରେ ୨ ଜଣ ଶିକ୍ଷକଙ୍କ ମଧ୍ୟରୁ ଆସନ୍ତା ୨୦୨୫ ମସିହାରେ ଜଣେ ଶିକ୍ଷକ ଅବସର ନେବେ । ତୁରନ୍ତ ଏହି ସ୍କୁଲରେ ଶିକ୍ଷକ ନିଯୁକ୍ତି କରିବା ପାଇଁ ନନ୍ଦ କିଶୋର ଦାସ, ଅଭୟ କୁମାର ଦାସ, ସନ୍ତୋଷ ଦାସ, ଦିଲିପ ଦାସ, ଗୋଲଖ ବିହାରୀ ଦାସ, ସୁକାନ୍ତି ଦାସ, ଚିନ୍ମୟୀ ଦାସ, ତୃପ୍ତିମୟୀ ଦାସ ପ୍ରମୁଖ ଦାବି କରିଛନ୍ତି ।