ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣି
କୁଆଖିଆ : ରସୁଲପୁର ବ୍ଲକରେ ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଛି । ଶିବିରରେ ଜିଲ୍ଲାପାଳ ଅମ୍ବର କର, ଏସ୍ପି ୟସ୍ ପ୍ରତାପ ଶ୍ରୀମଲ୍, ଏଡିଏମ୍ ଶିବାନନ୍ଦ ସ୍ୱଇଁ, ଜିଲ୍ଲା ପରିଷଦ ସମ୍ପ୍ରସାରଣ ଅଧିକାରୀ ଅଶୋକ ବେହୁରିଆ, ଉପଜିଲ୍ଲାପାଳ ତାପସ ରଞ୍ଜନ ଦେଉରୀ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ବିଜୟ ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ନିବେଦିତା ପ୍ରଧାନ, ତହସିଲଦାର ସୀଦ୍ଧାର୍ଥ ବେହେରା, ବିଡିଓ ସତ୍ୟାନନ୍ଦ ଦାଶ ଉପସ୍ଥିତ ଅଭିଯୋଗ ଗୁଡିକର ଶୁଣାଣି କରିଥିଲେ । ଏଥିରେ ମୋଟ ୧୫୨ଟି ଅଭିଯୋଗ ଆସିଥିବା ବେଳେ ସେଥି ମଧ୍ୟରୁ ବ୍ୟକ୍ତିଗତ ୮୦ଟି, ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ୍ର ୬୯ଟି ଏବଂ ୭୨ଟି ଅଭିଯୋଗର ତକôାଳ ସମାଧାନ ହୋଇ ସାମୁହିକ ୩ଟିର କରିଥିଲେ । ଶିବିରରେ ମଧୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଡାକ୍ତର,ରଶ୍ମି ରଞନ ପଶାୟତ, ଡାକ୍ତର ବସନ୍ତ ପଣ୍ଡା, ରସୁଲପୁର ଅବକାରୀ ବିଭାଗର ଅଧିକାରୀ ଶ୍ରୀକାନ୍ତ ପଣ୍ଡା, ପ୍ରଭୃତି ଜିଲ୍ଲା ତଥା ବ୍ଲକ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲା ବେଳେ ନୂତନ ଜିଲ୍ଲାପାଳ ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କ ସହିତ ପରିଚିତ ହୋଇ ଜିଲ୍ଲାର ବିକାଶମୂଳକ କାର୍ଯ୍ୟକୁ ଆଗେଇ ନେବାପାଇଁ ପରାମର୍ଶ ଦେଇଥିଲେ ।