କୋଇଲା ଗାଡି ଜବତ, ଡ୍ରାଇଭର ଗିରଫ
ଧାମନଗର: ଧାମନଗର ଅଞ୍ଚଳରେ ଏବେ ବିଭିନ୍ନ ସମୟରେ ଅସାମାଜିକ କାର୍ଯ୍ୟ ସହ ଚୋରି ଓ ଧର୍ଷଣ ବଢିବାରେ ଲାଗିଛି । ବିଶେଷ କରି ଚୋର ମାନେ ଏବେ ଧାମନଗରକୁ ନିଜକୁ ସୁରକ୍ଷିତ ଭାବି ଏହି ଚୋରା କାରବାରରେ ଲିପ୍ତ ରହୁଛନ୍ତି ।
ବିଭିନ୍ନ ସମୟରେ ବଡବଡ ଟ୍ରକ, କାରକୁ ଆଣୀ କବାଡିଆ ଦୋକାନୀ ମାନେ ବିକି ଲାଲେଲାଲ ହେଉଥିବା ବେଳେ ଏବେ ଚୋରା କୋଇଲା ବେପାର ବଡି ଚାଲିଚି । ଧାମରା ଅଂଚଳରୁ ଚୋରା କୋଇଲା ଚାଲାଣ ଧାମନଗରକୁ ଆସୁଥିବା ବେଳେ ନିକଟରେ ଧାମନଗର ପୋଲିସ ଜବତ କରିଥିବା ବେଳେ ଗୁରୁବାର ବିଳମ୍ୱିତ ରାତିରେ ଧାମନଗର ପୋଲିସ ଆଉ ଗୋଟିଏ ଚୋରା କୋଇଲା ଗାଡି ଧରିବାରେ ସଫଳ ହୋଇଛି । ସୂଚନା ଥାଉକି ୧୬ ନମ୍ବର ଜାତୀୟ ରାଜପଥ ଧାମନଗର ଛକ ନିକଟରୁ ଗୁରୁବାର ରାତିରେ ପୋଲିସ ପେଟ୍ରୋଲିଂ ବେଳେ ଧାମନଗର ପୁଲିସି ଏକ ୧୬ ଚକିଆ ଟ୍ରକରେ ପାଖାପାଖି ୨୫ ଟନ୍ରୁ ଉର୍ଦ୍ଧ କୋଇଲି ଥିବା ଅନୁମାନିକ ଜବତ କରାଯାଇଥିଲା ବେଳେ ଯାହା ରମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ । ଜବତ ଗାଡିଟି ନମ୍ବର ଓଡ଼ି.୩୫.ଡି.୪୫୧୯ ହୋଇଥିଲା ବେଳେ ଧାମନଗର ପୁଲିସ ଗାଡିକୁ ଜବତ କରି ଥାନାକୁ ଆଣିଛନ୍ତି । ତେବେ କୋଇଲା ଟ୍ରକ ଟି ଭଦ୍ରକ ଆଡୁ କଟକ ଅଭିମୁଖେ ଯାଉଥିବାବେଳେ ପୋଲିସ ପେଟ୍ରୋଲିଂରେ ଧାମନଗର ଥାନାର ଏସ ଆଇ ରାଜେଶ ସେଠୀ ଉକ୍ତ ଟ୍ରକକୁ ଅଟକାଇ କାଗଜପତ୍ର ଦେଖି ଥିଲେ । ଏବଂ ଅଧିକ ତଦନ୍ତ ପାଇଁ ଡ୍ରାଇଭର ସହ ଟ୍ରକକୁ ଥାନାକୁ ନିଆଯାଇଥିଲା । ତଦନ୍ତ କାରି ଅଧିକାରୀ ଶ୍ରୀ ସେଠୀ ଡ୍ରାଇଭର ରଞ୍ଜନ ବେହେରାକୁ ଗିରଫ କରିବା ଶହ କେସ ନମ୍ବର ୧୪୪/୨୪ ରେ ଏକ ମାମଲା ରୁଜୁ କରିଛନ୍ତି । ତେବେ ଟ୍ରକରେ କେତେ କୋଇଲା ଅଛି ଓ ତାହାର ପ୍ରକୃତ ମୂଲ୍ୟ ଓଜନ ପରେ ଜଣାଯିବ ବୋଲି ପୋଲିସ କହିଛନ୍ତି । ତେବେ ଧାମନଗର ଅଂଚଳରେ ଯେଉ ଚୋରି ହେଉଚି ବୋଲି ଅଭିଯୋଗ ଆସୁଛି ତାହାକୁ ଶ୍ରୀ ସେଠୀ ଖଣ୍ଡନ କରିଛନ୍ତି । ବିଭିନ୍ନ ସ୍ଥାନରେ ସି ସି କ୍ୟାମେରା ଲଗାଯାଇ ଚୋରଙ୍କ ଗତିବିଧିକୁ ଲକ୍ଷ କରାଯାଉଛି ବୋଲି ସେ କହିଛନ୍ତି । ତେବେ ଧାମନଗର ଅଞ୍ଚଳର ବିଭିନ୍ନ ଛକ ବଜାରରେ ରାତ୍ରି କାଳୀନ ପୋଲିସ ବେବସ୍ଥା କରାଗଲେ ଚୋରି ବୃଦ୍ଧି ହୁଅନ୍ତା ନାହିଁ ବୋଲି ବିଭିନ୍ନ ମହଲରୁ ଦାବି ହୋଇଛି ।