ଜିଲା ପଞ୍ଚାୟତ ପିଅନ ମହାସଂଘ ବୈଠକ
ାା ପ୍ରଭାନୁ୍ୟଜ ।ା ପାଣିକୋଇଲି: ଓଡିଶା ଗ୍ରାମ ପଞ୍ଚାୟତ କର୍ମଚାରୀ ପିଅନ ମହାସଂଘ ଯାଜପୁର ଜିଲ୍ଲା ଶାଖାର ବୈଠକ ଜିଲାସଭାପତି ବଳରାମ ଚୁଆଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସମ୍ପାଦକ ଉଦୟନାଥ ସାହୁ, କୋଷାଧ୍ୟକ୍ଷ ଗୋପିନାଥ ପଣ୍ଡାଙ୍କ ସମେତ ଜିଲ୍ଲାର ବିଭିନ୍ନ ପଞ୍ଚାୟତର ପିଅନ ଯୋଗଦେଇଥିଲେ । ସ୍ଥାୟୀ ନିଯୁକ୍ତି ଓ ନିୟମିତ ଦରମା, ସମାନ କାମକୁ ସମାନ ଦରମା, ୨୦୧୪ ମସିହା ନିୟମ ୧୨୫ ଓ ୧୯୭୪ ମସିହା୧୨୩ ଆଇନକୁ ତୁରନ୍ତ ସଂଶୋଧନ, ରାଜ୍ୟ ବଜେଟରେ ଏହି କର୍ମଚାରୀ ମାନଙ୍କ ପାଇଁ ସ୍ୱତନ୍ତ୍ର ବଜେଟ ରଖିବା, ପଞ୍ଚାୟତରାଜ ବିଧି ବ୍ୟବସ୍ଥାରେ ଅର୍ନ୍ତଭୁକ୍ତ କରିବା ସହିତ ଇ-ଗଭର୍ଣ୍ଣାସ ପୋଟାଲ ପି.ଆର ବିଭାଗରେ କର୍ମଚାରୀଙ୍କ ନାମ ତାଲିକାକୁ ପଞ୍ଜୀକରଣ କରିବା । ଶିକ୍ଷାଗତ ଯୋଗ୍ୟତା ଭିତିରେ ପଦୋନ୍ନତି, ଶ୍ରମ ଓ ନିୟୋଜନ ବିଭାଗ ଦ୍ୱାରା ଘୋଷଣା କରାଯାଇଥିବା ସର୍ବନିମ୍ନ ମଜୁରୀ ୪୫୦ଟଙ୍କାରୁ କମ ହେଉନଥିବା ପାରଶ୍ରମିକ ପି.ଆର ବିଭାଗରୁ ଏକ ଷ୍ଟାଣ୍ଡିଙ୍ଗ ଅର୍ଡର ପ୍ରତ୍ୟେକ ପଞ୍ଚାୟତକୁ ପଠାଇବା, ଚାକିରି କ୍ଷେତ୍ରରେ ସୁରକ୍ଷା ପ୍ରଦାନ, ବିଗତ ଦିନରେ ଯେଉଁଭଳି ଭାବେ ପଞ୍ଚାୟତ ସମ୍ପାଦକ ମାନଙ୍କୁ ରାଜ୍ୟ ସରକାର ଏବଂ ଉଚ୍ଚସ୍ତରୀୟ କ୍ଷମତା କମିଟି ଓ ଅତିରିକ୍ତ ଶାସନ ସଚିବଙ୍କୁ ନେଇ ସରକାରୀ ଅନୁଦାନ ଯୋଗାଇଦେବା ବ୍ୟବସ୍ଥାା ଗ୍ରାଣ୍ଟ-ଇନ-ଏଡ କର୍ମଚାରୀଙ୍କ ସହାୟତା କରିଥିଲେ ସେହିଭଳି ଏହି କର୍ମଚାରୀ ମାନଙ୍କ ନିମନ୍ତେ ପଞ୍ଚାୟତରାଜ ବିଭାଗରେ କମିଟି ବ୍ୟବସ୍ଥା କରାଯିବା ସର୍ମ୍ପକରେ ଆଲୋଚନ କରାଯାଇଥିଲା ।