ବିଦ୍ୟାଳୟରେ ପୋଷାକ ବଣ୍ଟନ

ଦଶରଥପୁର: ଥାଲକୁଡି ପଞ୍ଚାୟତସ୍ତ କସବା ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ସରୋଜ ତ୍ରିପାଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବିତରଣ ଉତ୍ସବରେ ଅତିଥିଭାବେ ଦଶରଥପୁର ବ୍ଲକର ପ୍ରାକ୍ତନ ମଣ୍ଡଳ ଶିକ୍ଷା ଅଧିକାରୀ ଅର୍ଣ୍ଣଦା ପ୍ରସାଦ ରଣା, ଅର୍ଣ୍ଣପୂର୍ଣ୍ଣା ନୋଡାଲ ଆଞ୍ଚଳିକ ସାଧନ କେନ୍ଦ୍ରର ସିଆରସିସି ଗୌତମ ବେହେରା, ବିଦ୍ୟାଳୟ ପରିଚାଳନା ସଭାପତି ଦୀପକ ମଲ୍ଲିକ, ସହକାରୀ ଶିକ୍ଷୟତ୍ରୀ ସଲମା. ମୁର୍ମୁ ପ୍ରମୁଖ ଯୋଗଦେଇ ବିଦ୍ୟାଳୟର ପ୍ରଥମରୁ ପଞ୍ଚମ ଶ୍ରେଣୀର ମୋଟ ୫୬ଜଣ ଛାତ୍ରଛାତ୍ରୀମାନଙ୍କୁ ପୋଷାକ ବଣ୍ଟନ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସଭ୍ୟ ଦିପୁ ମଲ୍ଲିକ, ଅଞ୍ଜନା ଦଳାଇ, ପ୍ରତାପ, ୱାର୍ଡସଭ୍ୟ କାଳନ୍ଦୀ ଚରଣ ମଲ୍ଲିକ, ଅନଳ ମଲ୍ଲିକ, କଳ୍ପନା ମଲ୍ଲିକ, ବିନୋଦିନୀ ମଲ୍ଲିକ ପ୍ରମୁଖ ସହଯୋଗ କରିଥିଲେ ।