ଗୁଣି ସନେ୍ଦହରେ ୫ ଜଣଙ୍କୁ ଜାଳିଦେଲେ
ପାଟନା : ଗ୍ରାମାଞ୍ଚଳରେ ଆଜି ବି ଜୀବିତ ଅନ୍ଧବିଶ୍ୱାସ, ଗୁଣିଗାରେଡ଼ି ଭଳି କୁତ୍ସିତ ପରମ୍ପରା । ଏହାର କୁପରିଣାମ ସ୍ୱରୂପ କେତେବେଳେ କଙ୍ଗାରୁକୋର୍ଟ ବସିଲାଣି ତ ଆଉ କେତେବେଳେ ପରିବାରକୁ ଅକଥନୀୟ ନିର୍ଯାତନା । ଏମିତିକି ହତ୍ୟା କରାଯିବା ଭଳି ଜଘନ୍ୟ ଅପରାଧ ମଧ୍ୟ ନଜିର ରହିଛି । ଠିକ୍ ଏହିପରି ଏକ ଘୃଣ୍ୟ ଅପରାଧିକ କାର୍ଯ୍ୟକଳାପ ଆଜି ଦେଖିବାକୁ ମିଳିଛି ବିହାର ରାଜ୍ୟର ପୁର୍ଣ୍ଣିଆ ଜିଲ୍ଲା ତଥା ଗାଁରେ । ଗୁଣିଗାରେଡ଼ି ସନେ୍ଦହରେ ପୁର୍ଣ୍ଣିଆ ଗ୍ରାମବାସୀ ଏହି ଗାଁର ଗୋଟିଏ ପରିବାରର ୫ ସଦସ୍ୟଙ୍କୁ ପ୍ରବଳ ମାଡ଼ ମାରିବା ସହ ସେମାନଙ୍କୁ ପୋଡ଼ି ଅତି ନୃଶଂସ ଭାବେ ହତ୍ୟା କରିଛନ୍ତି । ଏହି ୫ଜଣଙ୍କ ମଧ୍ୟରୁ ୪ଜଣଙ୍କ ଦରପୋଡ଼ା ଶରୀର ନିକଟସ୍ଥ ଏକ ପୋଖରୀରୁ ଉଦ୍ଧାର କରାଯାଇଛି । କିଛିଦିନ ପୂର୍ବେ ଗାଁରେ ଘଟି ଚାଲିଥିବା ସିରିଜ୍ ଶିଶୁମୃତୁ୍ୟ ଓ ଅସୁସ୍ଥକୁ ନେଇ ଗ୍ରାମବାସୀ ଏହି ପରିବାରକୁ ଦାୟୀ କରିଥିଲେ । ସମ୍ପୃକ୍ତ ପରିବାର ଗାଁରେ ଭୌତିକକାଣ୍ଡ ଘଟାଉଥିବାରୁ ମୃତୁ୍ୟ ବଢ଼ୁଛି ବୋଲି ଗାଁଲୋକେ ବିଶ୍ୱାସ କରି ଏହି ପରିବାରକୁ ମରଣାନ୍ତକ ଆକ୍ରମଣ କରିଥିଲେ । ଆଉ ଶେଷରେ ମାରି ମାରି ମାରିଦେବା ପରେ ସେମାନଙ୍କୁ ଜାଳି ଦେଇଛନ୍ତି । ମୃତକମାନେ ହେଲେ ବାବୁଲାଲ ଓରାନ, ସୀତା ଦେବୀ, ମନ୍ଜୀତ ଓରାନ, ରାନିଆ ଦେବୀ ଏବଂ ତପ୍ତୋ ମୋସମାତ । ମୃତକଙ୍କ ପରିବାରରୁ ଜଣେ ଶିଶୁକୁ ଦରମରା ଅବସ୍ଥାରେ ଉଦ୍ଧାର କରାଯାଇ ମେଡିକାଲ୍ରେ ଭର୍ତ୍ତି କରାଯାଇଛି । ସେହି ଶିଶୁର ବୟାନ ଆଧାରରେପୁଲିସ୍, ଡଗ୍ ସ୍କ୍ୱାଡ୍ ଏବଂ ଫରେନସିକ୍ ଟିମ୍ ପହଞ୍ଚô ତଦନ୍ତ ଆରମ୍ଭ କରିଛନ୍ତି । ଏହାସହ ଅଞ୍ଚଳରେ ଶାନ୍ତି ବଜାୟ ରଖିବା ପାଇଁ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି । ତେବେ ଏ ପର୍ଯ୍ୟନ୍ତ ସ୍ଥାନୀୟ ଥାନାରେ କୌଣସି ଏଫ୍ଆଇଆର୍ ରୁଜୁ ହୋଇନ ଥିବା ବେଳେ ପୁଲିସ୍ ନିଜ ଆଡ଼ୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ସ୍ଥାନୀୟ ପୁଲିସ୍ ଅନୁସାରେ ଏହି ମାମଲାରେ ତିନି ଜଣକୁ ହେପାଜତକୁ ନେଇ କଡ଼ା ପଚରାଉଚରା କରାଯାଉଛି । ମାମଲାରେ ଜଡ଼ିତ ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ସ୍ପେଶାଲ୍ ସ୍କ୍ୱାଡ୍ ଗଠନ କରାଯାଇଥିବା ପୁର୍ଣ୍ଣିଆ ଏସ୍ପି ସୂଚନା ଦେଇଛନ୍ତି । ଗତ ତିନିଦିନ ତଳେ ଟେଟଗାଁରେ ଝଡ଼ାଫୁଙ୍କା ତଥା ଗୁଣିଗାରେଡ଼ି ନେଇ ଜଣେ ଶିଶୁର ମୃତୁ୍ୟ ହେବା ପରେ ସମ୍ପୂର୍ଣ୍ଣ ସନେ୍ଦହ ଏହି ପରିବାର ଉପରକୁ ଆସିଥିଲା । ହଠାତ ଆଜି ଆଉ ଜଣେ ଶିଶୁ ଅସୁସ୍ଥ ହେବା ପରେ ଝଡ଼ାଫୁଙ୍କା ତଥା ଗୁଣିଗାରେଡ଼ି କରୁଥିବା ରାମଦେବ ଓରାନ (ମୃତ)ଙ୍କୁ ଗାଁଲୋକେ ସିଧାସଳଖ ସନେ୍ଦହ କରିଥିଲେ । ଆଉ ଏହିଠାରୁ ହିଁ ଆରମ୍ଭ ହୋଇଥିବା ବ୍ୟତିକ୍ରମ ।