ଲଘୁଚାପ ବର୍ଷା ଲାଗି ସ୍କୁଲ ଛୁଟି ଘୋଷଣା

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ଜିଲାରେ ଲଘୁଚାପ ଜନୀତ ବର୍ଷା ଲାଗି ରହିଥିବା ବେଳେ ବଡ଼ ଘୋଷଣା କରିଛି ପ୍ରଶାସନ। ମାଲକାନଗିରି ଜିଲାରେ ଲଗାଣ ବର୍ଷା ଯୋଗୁ ବୁଡିଲା ପୋଲ। କାଳିମେଳା-ପଡିଆ ମୁଖ୍ୟ ରାସ୍ତାର କନ୍ୟା ଆଶ୍ରମ ପୋଲ ଉପରେ ୩ ଫୁଟ ପାଣି ଚାଲୁଛି। ଫଳରେ କାଲିମେଳାରୁ ପଡିଆ ପର୍ଯ୍ୟନ୍ତ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଗତ ୨ ଦିନ ହେବ ମାଲକାନଗିରି ଜିଲାରେ ବର୍ଷା ଲାଗି ରହିଛି। ତେଣୁ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ମୟୂରଭଞ୍ଜର ସବୁ ସରକାରୀ ଓ ବେସରକାରୀ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି।ବଙ୍ଗୋପ ସାଗରରେ ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ଲାଗି ରହିଛି ବର୍ଷା । ଅତିରୁ ଅତି ପ୍ରବଳ ବର୍ଷା ହେବା ନେଇ ରାଜ୍ୟର ୪ ଜିଲ୍ଲାକୁ ରେଡ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ସେ ସବୁ ଜିଲା ହେଉଛି ମୟୁରଭଞ୍ଜ, କେନ୍ଦୁଝର, ଭଦ୍ରକ ଏବଂ ବାଲେଶ୍ବର । ତେବେ ଅତି ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ମୟୂରଭଞ୍ଜ ଜିଲାର ସବୁ ସରକାରୀ ଓ ବେସରକାରୀ ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି। ଆସନ୍ତା ୧୨ ଘଣ୍ଟାରେ ମୟୂରଭଞ୍ଜରେ ପ୍ରବଳ ବର୍ଷା ସମ୍ଭାବନା। ତେଣୁ ଆଗୁଆ ପଦକ୍ଷେପ ସ୍ବରୂପ ଜିଲ୍ଲା ପ୍ରଶାସନ ଏହି ନିଷ୍ପତ୍ତି ନେଇଛନ୍ତି। କଚ୍ଚା ଘର ଥିବା ହଷ୍ଟେଲର ଅନ୍ତେବାସୀମାନଙ୍କୁ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦିଆଯାଇଛି।