ଯୁବକ ନିଖୋଜ ଅଭିଯୋଗ
ଦାନଗଦୀ : ଦାନଗଦୀ ବ୍ଲକ୍ ଶାଳୀଜଙ୍ଗା ପଞ୍ଚାୟତର ନୀଳକଣ୍ଠପୁର ଗ୍ରାମର ମୁକ ବଧିର ଯୁବକ ନିଖୋଜ ହୋଇଯାଇଥିବା ନେଇ କଳିଙ୍ଗନଗର ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ମତେ ଏହି ଗାଁର କିଶୋର ପେରାଇ ଓ କବିତା ପେରାଇଙ୍କ ପୁଅ ସିଲୁ (୨୦) ଗତ ମାସ ୧୦ତାରିଖ ଦିନ ସକାଳୁ କେଉଁ ଆଡେ ପଳାଇଯାଇଛି । ଘରଲୋକ ଓ ଗ୍ରାମବାସୀ ବହୁତ ଖୋଜା ଖୋଜି କରିଲା ପରେ ନିରାଶ ହୋଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଘର ଲୋକ କହିବା କଥା ସିଲୁ ଗଲାବେଳେ କଳା ରଙ୍ଗର ଟ୍ରାକ ପ୍ୟାଂଟ ଓ କଳା ଗଞ୍ଜି ପିନ୍ଧିଥିବା ବେଳେ ତାର ରଙ୍ଗ ଗୋରା, ତାଙ୍କ ପରିବାରରେ ଜଣେ ଝିଅ ବଡ ଓ ଦୁଇ ପୁଅଙ୍କ ମଧ୍ୟରେ ସିଲୁ ବଡ଼, କଥା କହି ନ ପାରିଲେ ସୁଦ୍ଧା ଆଖ ପାଖରେ କାମ କରେ । ଆଜକୁ ୨୦ଦିନ ହେବ କୌଣସି ସନ୍ଧାନ ମିଳିପାରୁନାହଁ । କଳିଙ୍ଗନଗର ପୁଲିସ୧୮ତାରିଖ ଠାରୁ ଏତଲା ରଖି ଖୋଜାଖୋଜି ଆରମ୍ଭ କରୁଥିବା ଜଣାପଡିଛି ।