ଇମ୍ଫାରେ ଖଣି ସୁରକ୍ଷା ସପ୍ତାହ ପାଳିତ

 କାଳିଆପାଣି : କାଳିଆପାଣି ଖଣି ଅଞ୍ଚଳରେ ଇମ୍ଫାର ମହାଗିରି ଓ ସୁକିନ୍ଦା ଖଣିରେ ୪୨ତମ ଖଣି ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି । ସପ୍ତାହ ବ୍ୟାପି ଚାଲିବାକୁ ଥିବା କାର୍ଯ୍ୟକ୍ରମର ପ୍ରଥମ ଦିନରେ ମହାଗିରି ଖଣିଠାରେ ଖଣି ମୁଖ୍ୟ ଇଂ ସନ୍ଦୀପ ବାପୁରାଓଜି ନାରାଡେ ସୁରକ୍ଷା ପତାକା ଉତ୍ତୋଳନ କରିଥିବାବେଳେ ସୁକିନ୍ଦା ଖଣିଠାରେ ବରିଷ୍ଠ ଖଣି ମହାପ୍ରବନ୍ଧକ ଇଂ ଲଲାଟେନ୍ଦୁ ମହାପାତ୍ର ପତଳା ଉତ୍ତୋଳନ କରିଥିଲେ । ଉଭୟ ଖଣିଠାରେ ପତାକା ଉତ୍ତୋଳନ ପରେ ଉପସ୍ଥିତ ସମସ୍ତ କର୍ମଚାରୀ ଖଣିନିୟମ ପାଳନ କରିବା ଶହ ସୁରକ୍ଷାକୁ ଗୁରୁତ୍ୱ ଦେବାପାଇଁ ଶପଥ ପାଠ କରାଇଥିଲେ । ପରିଦର୍ଶକ ମଣ୍ଡଳୀର ଆବାହକ ନିହାର ମିତ୍ରଙ୍କ ନେତୃତ୍ତ୍ୱରେ ମହାଗିରି ଖଣି ପରିଦର୍ଶନ କରିଥିବାବେଳେ ଆବାହକ ଅରୁଣଦୀପ ଭଟ୍ଟାଚାର୍ଯ୍ୟଙ୍କ ନେତୃତ୍ୱରେ ସୁକିନ୍ଦା ଖଣି ପରିଦର୍ଶନ କରିଥିଲେ । ସନ୍ଧ୍ୟାରେ ଆୟୋଜିତ କାର୍ଯ୍ୟକ୍ରମକୁ ଇମ୍ଫାର ଖଣି ମୁଖ୍ୟ ସନ୍ଦୀପ ବାପୁରାଓ ନାରାଡେଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । କାର୍ଯ୍ୟକ୍ରମରେ କ୍ରିସ୍ନେନ୍ଦୁ ମଣ୍ଡଳ ଖଣି ସୁରକ୍ଷା ନିଦେ୍ର୍ଦଶକ ଏବଂ ହରିପ୍ରସାଦ ଉପ ଖଣି ସୁରକ୍ଷା ନିଦେ୍ର୍ଦଶକ ଭୁବନେଶ୍ୱର ରିଜିଅନର ଯୋଗ ଦେଇଥିଲେ । ସୁକିନ୍ଦା ଖଣିର ବରିଷ୍ଠ ଖଣି ପରିଚାଳକ ସରୋଜ କୁମାର ମହାନ୍ତ ସ୍ୱାଗତ ଅଭିଭାଷଣ ରଖିଥିବାବେଳେ ଖଣି ମୁଖ୍ୟ ଶ୍ରୀ ନାରାଡେ ଏବଂ ଅନ୍ୟ ଅତିଥିଗଣ ଖଣି ସୁରକ୍ଷା ତଥା ଜୀବନ ସୁରକ୍ଷାର ବିଭିନ୍ନ ଦିଗ ପ୍ରତି ଆଲୋକପାତ କରିଥିଲେ । ପରିଶେଷରେ ମହାଗିରି ଖଣି ଉପ ମହାପ୍ରବନ୍ଧକ ରାଜେଶ ରାମଧର ଶର୍ମା ଧନ୍ୟବାଦ ଅର୍ପଣ କରିଥିଲେ । ଖଣିର କର୍ମଚାରୀ, କଲୋନୀର ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବକ୍ତୃତା, ସ୍ଲୋଗାନ, ପୋଷ୍ଟର ପ୍ରତିଯୋଗିତା କରାଯାଇ କୃତି ପ୍ରତିଯୋଗିଙ୍କୁ ପୁରସ୍କୃତ କରାଯାଇଥିଲା । ଦୀର୍ଘଦିନ ଦୁର୍ଘଟଣା ମୁକ୍ତ କର୍ମଚାରୀ ହିସାବରେ ଇମ୍ଫା ମହାଗିରି ଖଣିର ଶ୍ୟାମସୁନ୍ଦର ଜେନା ଏବଂ ସୁକିନ୍ଦା ଖଣିର ହେମନ୍ତ ମହାନ୍ତ ପୁରସ୍କୃତ ହୋଇଥିଲେ । ଇମ୍ଫାର କଳାକାର ମାନଙ୍କ ଦ୍ୱାରା ସୁରକ୍ଷା ସମ୍ବନ୍ଧୀୟ ସଚେତନାତ୍ମକ ସୁକ୍ଷ୍ମ ନାଟକ ମଞ୍ଚସ୍ଥ କରାଯାଇଥିଲା । ଖଣି ବିଭାଗ ଅଧିକାରୀ ନିଶିଗୁପ୍ତା ଓ ଖଣି ବିଭାଗ ଅଧିକାରୀ ଶୁଭମ କୁମାର ସିଂ ମଞ୍ଚ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମକୁ ସୁରକ୍ଷା ବିଭାଗ ପରିଚାଳକ ବିନୋଦ କୁମାର ଚୌଧରୀ ଓ ପରିଚାଳକ ଲେନିନ ଦାସ ମହାପାତ୍ର ପରିଚାଳନା କରିଥିବା ବେଳେ ସୁରକ୍ଷା ବିଭାଗର ଅନ୍ୟାନ୍ୟ ଅଧିକାରୀ, କର୍ମଚାରୀ, ପ୍ରଶାସନିକ, ଲୋକସମ୍ପର୍କ ବିଭାଗ ଓ ଶାଖା କର୍ମଚାରୀ ସଂଘ ପ୍ରମୁଖ ସହଯୋଗ କରିଥିଲେ ।