ଗାଁ ଦାଣ୍ଡରେ ଜମି ରହୁଛି ପାଣି,ଗ୍ରାମବାସୀ ଅସନ୍ତୁଷ୍ଟ
ାା ପ୍ରଭାନୁ୍ୟଜ୍ାା ରାଜନଗର: ରାଜନଗର ବ୍ଲକ ସାନବଡଗୋପାଳପୁର ଗାଁ ଦାଣ୍ଡରେ ଦୀର୍ଘଦିନ ହେବ ବର୍ଷାଜଳ ନିଷ୍କାସନ ହୋଇନପାରି ଜମି ରହିଛି । ଏନେଇ ଭଗବାନ ରାଉତ, ଗୋବିନ୍ଦ ରାଉତ, ପ୍ରଭାକର ରାଉତ, ଲମ୍ବୋଦର ବିଶ୍ୱାଳ, ଭରତଚନ୍ଦ୍ର ରାଉତ, ପ୍ରମୋଦକୁମାର ରାଉତ, ନଟବର ବିଶ୍ୱାଳ, କେଶବଚନ୍ଦ୍ର ସ୍ୱାଇଁ, ଚକ୍ରଧର ବିଶ୍ୱାଳ, ଜନ୍ମେଜୟ ରାଉତ ପ୍ରମୁଖ ଗ୍ରାମବାସୀମାନେ ରାଜନଗର ବ୍ଲକରେ ହୋଇଥିବା ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣୀ ଶିବିରରେ ଗତ ୧୦ତାରିଖ ଦିନ ଅଭିଯୋଗ କରିଥିଲେ । ଜିଲ୍ଲାପାଳ ଗ୍ରାମ୍ୟ ଉନ୍ନୟନ ବିଭାଗ ନଂ-୧ ନିର୍ବାହୀ ଯନ୍ତ୍ରୀଙ୍କୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଦେ୍ର୍ଦଶ ଦେଇଥିଲେ । ଜିଲ୍ଲାପାଳଙ୍କ ନିଦେ୍ର୍ଦଶକୁ ୨୦ଦିନ ବିତି ଯାଇଥିଲେ ମଧ୍ୟ ଏଯାବତ୍ ପୂର୍ବଭଳି ଗାଁ ଦାଣ୍ଡରେ ପାଣି ଜମି ରହିଛି । ଜମି ରହିଥିବା ସେହି ପାଣିରେ ଦୁର୍ଗନ୍ଧ ସୃଷ୍ଟି ହେବା ସହ ମଶାବଂଶ ବୃଦ୍ଧି ପାଉଥିବା ପରିଲକ୍ଷିତ ହେଉଛି । ସବୁଠାରୁ ବଡକଥା ହେଉଛି, ଜିଲ୍ଲାପାଳଙ୍କ ନିଦେ୍ର୍ଦଶକୁ କାର୍ଯ୍ୟକାରୀ କରିବାରେ ନିର୍ବାହୀ ଯନ୍ତ୍ରୀ କେତେଦିନ ସମୟ ନେବେ ତାହା ଦେଖିବାକୁ ବାକି ରହିଲା ।