ଥାନାରେ ସୋନାଲି - ଶ୍ରୀକ୍ଷେତ୍ରଙ୍କ କୁନି ପୁଅ

ଭୁବନେଶ୍ୱର: ଯାତ୍ରା ଅଭିନେତ୍ରୀ ସୋନାଲି ବିବାଦ ପୁଣି ଥାନାକୁ ଗଲା । ତେବେ ଏଥର ସୋନାଲି କି ଶ୍ରୀକ୍ଷେତ୍ର ନୁହେଁ ବରଂ ଥାନାକୁ ଯାଇଛନ୍ତି ପୁଅ । ଅଧିକାର ଦାବିରେ ଥାନାର ଦ୍ବାରସ୍ଥ ହୋଇଛି କୁନି ପୁଅ । ପୁରୀ କୃଷ୍ଣପ୍ରସାଦ ଥାନାର ଦ୍ୱାରସ୍ଥ ହୋଇଛନ୍ତି ସୋନାଲିଙ୍କ ୧୨ ବର୍ଷର ପୁଅ । ତାଙ୍କ ବାପା ଶ୍ରୀକ୍ଷେତ୍ର ପ୍ରସାଦ ସାମନ୍ତ ସିଂହାରଙ୍କୁ ମିଛ ଅଭିଯୋଗରେ ଫସାଯାଉଛି । ଜାଣିଶୁଣି ଯାତ୍ରା ପାର୍ଟି ମାଲିକ ନାଣ୍ଡୁ ବାବୁ ଏସବୁ କରାଉଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ଛୋଟ ବେଳୁ ବାପାଙ୍କ ପାଖରେ ସେ ରହି ଆସୁଛନ୍ତି । ବାପା ଗିରଫ ହୋଇଗଲେ ସେ ଏକୁଟିଆ ହୋଇଯିବେ ବୋଲି କହି ଥାନାରେ ଲିଖିତ ଭାବେ ଜଣାଇଛନ୍ତି।ଗତ କିଛି ଦିନ ତଳେ ଯାତ୍ରା ଅଭିନେତ୍ରୀ ସୋନାଲି ନିଜ ସ୍ବାମୀଙ୍କ ନାଁରେ ଯାଜପୁର ବାଲିଚନ୍ଦ୍ରପୁର ଥାନାରେ ଏତଲା ଦେଇଥିଲେ। ଯଦି ତଦନ୍ତ ପୂର୍ବରୁ ବାପାଙ୍କୁ ଗିରଫ କରାଯାଏ, ତେବେ ସେ ବିଷ ପିଇ ଥାନା ସମ୍ମୁଖରେ ଆତ୍ମହତ୍ୟା କରିବା ପାଇଁ ବାଧ୍ୟ ହେବେ ବୋଲି ଶ୍ରୀକ୍ଷେତ୍ରଙ୍କ ପୁଅ ଲିଖିତ ଅଭିଯୋଗ କରିଛନ୍ତି । ନାବାଳିକା ଥିବା ବେଳେ ତାଙ୍କୁ ଜବରଦସ୍ତ କରି ବିବାହ କରିଥିବା ସେ ଅଭିଯୋଗ କରିଛନ୍ତି। ତେଣୁ ସୋନାଲିଙ୍କ ସ୍ବାମୀ ଶ୍ରୀକ୍ଷେତ୍ର ପ୍ରସାଦ ସାମନ୍ତ ସିଂହାରଙ୍କ ଉପରେ ଗିରଫ ଝୁଲୁଛି। ଏସବୁ ଭିତରେ ସୋନାଲି ଓ ଶ୍ରୀକ୍ଷେତ୍ରଙ୍କ ପୁଅ ଲଗାଇଥିବା ଅଭିଯୋଗ ଉପରେ ସୋନାଲି କିମ୍ବା ନାଣ୍ଡୁ ବାବୁଙ୍କ ପ୍ରତିକ୍ରିୟା ମିଳିପାରିନି।