ଗୋବିନ୍ଦପୁର ଥାନା ଅଞ୍ଚଳରେ ବଢୁଛି ଚୋରି
କଣ୍ଟାପଡା ବ୍ଲକ୍ ଗୋବିନ୍ଦ ପୁର ଥାନା ଅଂଚଳରେ ୧୧ ଗୋଟି ପଞ୍ଚାୟତରେ ଦିନ କୁ ଦିନ ବଢ଼ି ଚାଲିଛି ଚୋରି । ସର୍ବ ସ୍ୱାନ୍ତ ହେଉଛନ୍ତି ମାଲିକ ତ ଆଉ କେଉଁଠି ବ୍ୟବସାୟୀ । ପୋଲିସ ମାଳ ମାଳ ମାମଲା ରୁଜୁ କରି ଚୁପ ବସୁଛି । ଚୋରକୁ ଧରିବା ତ ଦୂରର କଥା ପେଟ୍ରୋଲିଙ୍ଗ କରୁ ନଥିବା ମଧ୍ୟ ଅଭିଯୋଗ ହୋଇଛି । ଏମିତିକି ଥାନା ପାଖ ୫ ଶହ ମିଟର ଭିତରେ ଚୋରି ହେଉଥିବା ଅଭିଯୋଗ ହେଉଛି । ଯାହାକୁ ନେଇ ଅଞ୍ଚଳ ବାସୀ ଙ୍କ ମଧ୍ୟରେ ଏକ ଭୟର ବାତାବରଣ ସୃଷ୍ଟି ହେଉଛି । ଅଭିଯୋଗ ହେଲା ପରେ ବି ପୋଲିସ ମାମଲା ରୁଜୁ କରି ଚୁପ ରହୁଥିବା ସୂଚନା ମିଳିଛି । ଗୋବିନ୍ଦପୁର ଥାନା ଅଧିକାରିଣୀ ସାଧାରଣ ଲୋକଙ୍କ ଫୋନ ଉଠାଇବା ତ ଦୂରର କଥା ଲୋକ ପ୍ରତିନିଧିଙ୍କ ବି ଫୋନ ଉଠାଉନାହାନ୍ତି । ମିଳିଥିବା ସୂଚନା ଅନୁଯାଇ ୨୩/୧/୨୫ ରେ ମଜୁରେଇ ଗ୍ରାମର ମନୋରଞ୍ଜନ ପାତ୍ରଙ୍କ ଘରୁ ଝରକା ତାଢ଼ି ଲକ୍ଷାଧିକ ଟଙ୍କାର ଜିନିଷ ଚୋରି ହୋଇଥିବା ଅଭିଯୋଗ ହୋଇଛି । ବ୍ରାହ୍ମଣ ସାଇଲୋ ସରପଞ୍ଚ ତୃପ୍ତି ମୟୀ ରାଉତରାୟଙ୍କ ଘରୁ ୧୦ ଲକ୍ଷରୁ ଅଧିକ ଟଙ୍କାର ସୁନା ଗହଣା ଓ ନଗଦ ୨ ଲକ୍ଷ ଚୋରି ହେବାର ଅଭିଯୋଗ ହୋଇଥିଲା । ଯାହାକି ଗୋବିନ୍ଦ ପୁର ଥାନାରେ ମଧ୍ୟ ମାମଲା ରୁଜୁ ହୋଇଛି । ଝାରପଡା ଗ୍ରାମରୁ ୬/୨/୨୫ ରେ ରାଜା ମଲିକ, ଗତ ନାଥ ସେନାପତି, ଜଗନ୍ନାଥ ମଲିକ, ମନୋରଞ୍ଜନ ସେନାପତିଙ୍କ ଘରୁ ସିରିଜ ଧାନ ବସ୍ତା ଚୋରି ହୋଇଥିବା ମଧ୍ୟ ଅଭିଯୋଗ ହୋଇଛି । ଏ ନେଇ ଗୋବିନ୍ଦ ପୁର ଥାନାରେ ମଧ୍ୟ ମାମଲା ରୁଜୁ ହୋଇଛି । ୧୯/୨/୨୫ ରେ ବ୍ରାହ୍ମଣ ବାଟି ପଞ୍ଚାୟତ ବଡ଼ ମଳେଇ ବିସିଆ ଭୋଇ ଙ୍କ ଘରୁ ଛେଳି ଚୋରି ନେଇ ମଧ୍ୟ ଅଭିଯୋଗ ହୋଇଥିଲା । ସେହିଭଳି ପାଟସୁନ୍ଦର ପୁର ପଞ୍ଚାୟତ ଡିହ ସାହି ଗ୍ରାମରେ ୨୫/୨/୨୫ ରେ ଆର୍ତ୍ତ ବନ୍ଧୁ ରାଉତରାୟ ଙ୍କ ଗ୍ରୋସରୀ ଦୋକାନରୁ କବାଟ ଭାଙ୍ଗି ହଜାର ହଜାର ଟଙ୍କା ର ସାମଗ୍ରୀ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି । ଦୀର୍ଘଦିନ ହେବ ଉକ୍ତ ଥାନାରେ ଆଇଆଇସି ପଦବୀ ଖାଲି ପଡ଼ିଥିବା ବେଳେ ଜଣେ ଏସଆଇ ରେ ଥାନା ଚାଲିଛି । ଓଲଟ ପୁର ଥାନା ଅଧୀନରେ ତିନୋଟି ପଞ୍ଚାୟତ ଥିବାବେଳେ ସେଠାରେ ଆଇଆଇସି ରହିଥିବାବେଳେ ଗୋବିନ୍ଦ ପୁର ଥାନା ଅଧୀନରେ ୧୧ ଟି ପଂଚାୟତ ରହିଥିବା ସତ୍ୱେ କାହିଁକି ଆଇଆଇସି ପଦବୀ ପୁଣ୍ଣ କରାଯାଉନାହିଁ । ଦକ୍ଷ ଅଫିସର ଅଭାବରୁ ଚୋର ଧରିବାରେ ଗୋବିନ୍ଦ ପୁର ପୋଲିସ ବିଫଳ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି । ଏ ନେଇ ସଦର ଏସଡ଼ିପିଓ କିରଣ ହେମରାମ ଓ ଗ୍ରାମାଞ୍ଚଳ ଏସପି ପ୍ରତୀକ ସିଂ ଦୃଷ୍ଟି ଦେବାକୁ ଦାବି ହେଉଛି ।