ପଟ୍ଟାମୁଣ୍ଡାଇକୁ ସବ୍ଡିଭିଜନ ଘୋଷଣା ଦାବି
ପଟ୍ଟାମୁଣ୍ଡାଇ: ପଟ୍ଟାମୁଣ୍ଡାଇ ରାଜସ୍ୱ ସବଡିଭିଜନ ପ୍ରତିଷ୍ଠା ପାଇଁ ପଟ୍ଟାମୁଣ୍ଡାଇ-ରାଜନଗରବିକାଶ ପରିଷଦ ପକ୍ଷରୁ ଦୀର୍ଘ ୧୮ ବର୍ଷ ହେଲା ଆନ୍ଦୋଳନ, ଧାରଣା, ଅନଶନ, ଜନସ୍ୱାର୍ଥମାମଲା ଜାରି ରହିଛି । ବିଗତ କିଛିବର୍ଷ ହେବ ଦଳମତ ନିର୍ବିଶେଷରେ ପଟ୍ଟାମୁଣ୍ଡାଇ ଅଂଚଳର ବିଭିନ୍ନ ମହଲରୁ ବିପୁଳ ଜନସମର୍ଥନ ରହି ଆସିଥିବା ବେଳେ ପଟ୍ଟାମୁଣ୍ଡାଇକୁ ସବଡିଭିଜନ ମାନ୍ୟତା ଦାବିରେ ସୋମବାର କେନ୍ଦ୍ରାପଡା ଛାତ୍ର କଂଗ୍ରେସ ପକ୍ଷରୁ ସମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି । କେନ୍ଦ୍ରାପଡା ଛାତ୍ର କଂଗ୍ରେସ ଆସନ୍ତା ବିଧାନସଭା ପୂର୍ବରୁ ଯଦି ପଟ୍ଟାମୁଣ୍ଡାଇକୁ ସବ୍ଡିଭିଜନ ମାନ୍ୟତା ଦାବିକୁ ପୂରଣ ନକରନ୍ତି ତେବେ ଧର୍ମଘଟ, ଆନେ୍ଦାଳନ କରାଯିବ । ଦରକାର ପଡିଲେ ଭାଜପା ଶାସିତ ସରକାରଙ୍କ କୌଣସି ବିଧାୟକ, ମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଏମିତିକି ମୁଖ୍ୟମନ୍ତ୍ରୀଙ୍କୁ ପଟ୍ଟାମୁଣ୍ଡାଇ ଅଂଚଳକୁ ପୁରାଇ ଦିଆଯିବ ନାହିଁ । ଯଦି ଏଥିରୁ ବାଦ୍ ପଡନ୍ତି ତାହାହେଲେ ସରକାରଙ୍କୁ ବିରୋଧ କରାଯିବ ବୋଲି କେନ୍ଦ୍ରପଡା ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ବିଭୁପ୍ରସାଦ ଜେନା ଚେତାବନୀ ଦେଇଛନ୍ତି । ଯଦି ଭାଜପା ସରକାର ଏହି ଦାବିକୁ ଗୁରୁତର ସହ ନ ନିଅନ୍ତି ତାହେଲେ ଆସନ୍ତା ୨୬ରେ ହେବାକୁ ଥିବା ବିଧାନସଭାକୁ ଅଂଚଳ କରି ଦିଆଯିବ ବୋଲି ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି । ୧୯୯୩ ମସିହାରେ ତକôାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ରାଜ୍ୟରେ ୧୩ଟି ଜିଲ୍ଳାକୁ ୩୦କୁ ବୃଦ୍ଧି କରିଥିବା ବେଳେ ଉପଖଣ୍ଡ ମନ୍ୟତା ବେଳେ ପଟ୍ଟାମୁଣ୍ଡାଇକୁ ସବ୍ଡିଭିଜନ ଘୋଷଣା କରାଯିବ ବୋଲି କହିଥିଲେ । ମାତ୍ର ତାଙ୍କ ଅନ୍ତେ ଦିର୍ଘ ୨୪ବର୍ଷର ବିଜେଡି ଶାଶନରେ ପଟ୍ଟାମୁଣ୍ଡାଇକୁ ଉପଖଣ୍ଡ ମନ୍ୟତା ଦେବା ପରିବର୍ତେ ପ୍ରଶାସନିକ ଚକ୍ରାନ୍ତରେ ଗତ ସୀମା ପୁନଃନିର୍ଦ୍ଧାରଣ ସମୟରେ ପଟ୍ଟାମୁଣ୍ଡାଇ ବିଧାନସଭା ଆସନ ସତାକୁ ଲୋପକରି ଦିଆଗଲା । ଯାହା ପଟ୍ଟାମୁଣ୍ଡାଇ ବାସୀଙ୍କ ଭାବାବେଗକୁ କୁଠାରଘାତ କରିଛି । ଚଳିତ ସାଧାରଣ ନିର୍ବାଚନରେ ଭାଜପା ନୂତନ ସରକାର ଗଢିଛି । ଦୀର୍ଘ ବର୍ଷ ହେଲା ବିଚାରାଧୀନ ଥିବା ପଟ୍ଟାମୁଣ୍ଡାଇ ସବ୍ଡିଭିଜନକୁ ମୁଖ୍ୟମନ୍ତ୍ରୀ ମୋହନ ମାଝି ବିଧିବଦ୍ଧ ଭାବେ କେବେ ଘୋଷଣା କରିବେ ସେନେଇ ଅଂଚଳବାସୀ ତାଙ୍କ ଉପରେ ଆଶା ଭରଷା ରଖିଛନ୍ତି ।