ଅଚିହ୍ନା ଯୁବକର ମୃତଦେହ ଉଦ୍ଧାର

 ପୁରୀ: ସ୍ଥାନୀୟ ବଳଭଦ୍ର ଗଳି ସ୍ଥିତ ଏକ ଅଳିଆଗଦା ନିକଟରେ ଆଣ୍ଠେଇ ପଡ଼ିଥିବା ଅବସ୍ଥାରେ ଜଣେ ଅଚିହ୍ନା ଯୁବକର ମୃତଦେହ ଜବତ କରିଛି ଟାଉନଥାନା ପୁଲିସ । ଏ ନେଇ ଟାଉନଥାନା ପୁଲିସ ଏକ ଅପମୃତୁ୍ୟ ମାମଲା ରୁଜୁ କରିଛି । ମୃତ ଯୁବକର ପରିଚୟ ମିଳିନଥିବାରୁ ପୁଲିସ ତାର ମୋବାଇଲ ଫୋନ୍ ଜବତ କରି ଚିହ୍ନଟ କରିବା ପାଇଁ ପ୍ରଚେଷ୍ଟା କରୁଛି । ପୁଲିସ ସୂତ୍ରରୁ ପ୍ରକାଶ ଗତକାଲି ଅପରାହ୍ନ ୫ଟା ସମୟରେ ଟାଉନଥାନା ଅନ୍ତର୍ଗତ ବଳଭଦ୍ର ଗଳିରେ ଥିବା ଅଳିଆଗଦା ନିକଟରେ ଜଣେ ଯୁବକର ମୃତଦେହ ପଡ଼ିଥିବା ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚô ମୃତ ଯୁବକର ଶବକୁ ଜବତ କରିଥିଲା । ଯୁବକର ବୟସ ପ୍ରାୟ ୨୮ବର୍ଷ ହେବ ବୋଲି କୁହାଯାଉଛି । ମୋବାଇଲ ଫୋନ୍ କାନରେ ଲାଗିଥିବା ଅବସ୍ଥାରେ ଯୁବକର ମୃତୁ୍ୟ ଘଟିଛି  ।