+୨ ପରୀକ୍ଷାରେ ସରସ୍ୱତୀ ମହାବିଦ୍ୟାଳୟର ସଫଳତା

 ବାରଙ୍ଗ: ପ୍ରକାଶ ପାଇଥିବା ଉଚ୍ଚ ମାଧ୍ୟମିକ ପରୀକ୍ଷାରେ ବାରଙ୍ଗ ବେଲଗଚ୍ଛିଆ ଠାରେ ଥିବା ସରସ୍ୱତୀ ଗ୍ରୁପ୍ ଅଫ୍ ଇନ୍ଷ୍ଟିଚୁ୍ୟସନ ସଫଳତାର ଶୀର୍ଷ ସ୍ଥାନରେ ପହଞ୍ଚôଛି । ଏହି ମହାବିଦ୍ୟାଳୟର ଛାତ୍ର ବିନିତ୍ ମହାନ୍ତି ୯୭.୬୬ % ୫୮୬ ନମ୍ବର ରଖି ରାଜ୍ୟରେ ସର୍ବୋଚ୍ଚ ସ୍ଥାନ ରଖିଥିବାରୁ ମହାବିଦ୍ୟାଳୟରେ ବେଶ୍ ଆନନ୍ଦ ଉତ୍ସାହ ଖେଳିଯାଇଛି । ଏହି ସଫଳାତାର ଚାବିକାଠି ପ୍ରତିଷ୍ଠାତା ଡଃ ଦେବଦତ ସ୍ୱାଇଁଙ୍କ ଶୃଙ୍ଖଳା ନୀତି ଓ ଅଧ୍ୟକ୍ଷ ବିଶ୍ୱଜିତି ମହାନ୍ତି, ଅଧ୍ୟାପିକାଅଧ୍ୟାପକମାନଙ୍କ ଶୈକ୍ଷିକ ପରିବେଶ ସୃଷ୍ଟି କରିଛି । ଚଳିତ ବର୍ଷ ମୋଟ ୪୦୩ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୩୪୯ ଜଣ ପ୍ରଥମ, ୫୦ ଜଣ ଦ୍ୱିତୀୟ ଓ ୩ ଜଣ ତୃତୀୟଶ୍ରେଣୀରେ ଉର୍ତ୍ତୀର୍ଣ୍ଣ ହୋଇଛନ୍ତି । ଏଥିମଧ୍ୟରୁ ୨୯ ଜଣ ୯୦%ଅଧିକ ନମ୍ବର ରଖିଛନ୍ତି ।