ଏକା ସାଙ୍ଗରେ ୩ ଜଣ ଦଉଡ଼ି ଲଗାଇ ଆତ୍ମହତ୍ୟା

ଏକା ସାଙ୍ଗରେ ୩ ଜଣ ଦଉଡ଼ି ଲଗାଇ ଆତ୍ମହତ୍ୟା

ଢେଙ୍କାନାଳ : ଢେଙ୍କାନାଳ ଜିଲା ସଦର ଥାନା ଚାଉଳିଆ ଖମାର ଗ୍ରାମରେ ଶନିବାର ଅପରାହ୍ନରେ ଗୋଟିଏ ପରିବାରର ୩ ଜଣ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଛନ୍ତି। ଖବର ପାଇ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ୩ ଜଣଙ୍କ ମୃତଦେହ ଉଦ୍ଧାର କରି ତଦନ୍ତ ଜାରି ରଖିଛି। ଘଟଣାର କାରଣ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି। ମୃତକମାନେ ହେଲେ ବାପା ଶଙ୍କର୍ଷଣ ଦାସ, ଝିଅ ସୁବର୍ଣ୍ଣ ଦାସ ଓ ୧୬ ବର୍ଷର ନାତି ସନ୍ତୋଷ କୁମାର ଦାସ।