ନିୟମ ଉଲ୍ଲଙ୍ଘନରେ ଚାଲିଛି ମାଳ ମାଳ ଷ୍ଟୋନକ୍ରସର

 କବାଟବନ୍ଧ : ଧର୍ମଶାଳା ତହସିଲ ଅଧିନରେ ରହିଥିବା ବିଛାଖଣ୍ଡି, କୁସୁନପୁର ମୌଜାରେ ଚାଲିଛି ନିୟମ ଉଲ୍ଲଙ୍ଘନରେ ଷ୍ଟୋନ କ୍ରସର । ସରକାରୀ ନିୟମ ଅନୁଯାୟୀ ଚାଲୁ ନଥିବାରୁ କ୍ରସର ଗୁଡିକ ପ୍ରଶାସନ ପକ୍ଷରୁ ବନ୍ଦ ରହି କ୍ରସର ୟୁନିଟ ଗୁଡିକରେ ତାଲା ଝୁଲିଥିଲା ।  କିଛିଦିନର ନୀରବତା ପରେ ବେଆଇନ ଷ୍ଟୋନ କ୍ରସର ଗୁଡିକ କାର୍ଯ୍ୟକ୍ଷମ । ସାରା ରାଜ୍ୟରେ ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲରେ ବେଆଇନ କ୍ରସର ହେଉ କିମ୍ବା କଳାପଥର, ବାଲି, ମାଟି, ମୋରମ ଲୁଟ୍କୁ ନେଇ ସବୁ ସମୟରେ ବିବାଦରେ ରହି ଆସିଛି ।
 ଅନେକ ସମୟରେ ବେଆଇନ ଲଘୁ ଖଣିଜ ସମ୍ପଦ ଉପରେ ଲୁଟ ହେଉଥିବାର ଅଭିଯୋଗ ପରେ ପ୍ରଶାସନ ପକ୍ଷରୁ ଅଙ୍କୁଶ ଲଗାଯାଇଛି । ପରବର୍ତୀ ସମୟରେ ଯେଉଁ କଥାକୁ ସେହି କଥା । ବେଆଇନ ଷ୍ଟୋନ କ୍ରସର ଉପରେ ଏଯାବଦ ୧୦ରୁ ଅଧିକ ଥରପ୍ରଶାସନୀକ ଚଢ଼ାଉ ହେଇଛି । ଏଥିରେ ପରିବେଶ ଅନୁମତି, ଟ୍ରାଂଜିଟ ପାସ, ବିକ୍ରି ରସିଦ ଆଦି ଯାଂଚ ହେଇଛି । ହେଲେ ଚଢ଼ଉ ହୁଏ କିନ୍ତୁ ସରକାରୀ ତହବିଲକୁ ରାଜସ୍ୱ ସଠିକ ଭାବରେ ଯାଏନାହିଁ । ଖିଲାପି କ୍ରସର ଉପରେ ଆଖି ଦୁଷ୍ଟିଆ କାର୍ଯ୍ୟାନୁଷ୍ଠାନ ହୁଏ ନାହିଁ । କୋଟି କୋଟି ଟଙ୍କାର ବେଆଇନ କଳାପଥର ଗଛିତ ରଖିଥିବାର ଅଭିଯୋଗ ହୋଇ ଆସୁଥିଲା । ସରକାର ପରିବର୍ତନ ପରେ ପ୍ରଶାସନର ନିଦ ଭାଙ୍ଗିଥିଲା । ଖିଲାପି କ୍ରସର ଉପରେ ଚଢ଼ାଉ କରାଯାଥିଲା । ଆଇନଗତ ଖିଲାପି କ୍ରସର ବ୍ୟବସାୟୀ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା । ଯାହାକୁ ନେଇ କ୍ରସର ବ୍ୟବସାୟୀ ମାନଙ୍କ ମଧ୍ୟରେ କୋକୁଆଭୟ ସୃଷ୍ଟି ହୋଇଥିଲା । ଅନେକ କ୍ରସର ଭୟରେ ବନ୍ଦ କରିଦେଇଥିଲେ । ପୁନଃଚ କୁସୁନପୁର, ବିଛାଖଣ୍ଡି ମୌଜାରେ କିଛି ମାସ ବ୍ୟବଧାନରେ ବେଆଇନଷ୍ଟୋନ କ୍ରସର ବ୍ୟବସାୟ ଆରମ୍ବ ହୋଇଯାଇଛି । କ୍ରସର ଚାଲିବା ଦ୍ୱାରା ସାଧାରଣ ଜନତା ପ୍ରଦୂଷଣର ଶିକାର ହୋଇ ବିଭିନ୍ନ ରୋଗରେ ପୀଡିତ ହେଉଛନ୍ତି । ଖାଲି ସାଧାରଣ ଜନତା କ୍ଷତି ଗ୍ରସ୍ତ ହେଇନାହିଁ ଚାଷୀ ମଧ୍ୟ ଏହାର ଶିକାର ହେବାକୁ ପଡୁଛି । ଚାଷ କାର୍ଯ୍ୟରେ ଅନେକ ସମସ୍ୟା ସୃଷ୍ଟି ହେଉଛି । ବେଆଇନ କ୍ରସର ବ୍ୟବସାୟୀ ନିଜକୁ ସୁରକ୍ଷିତ କାଚ ଘରେ ରହି ବ୍ୟବସାୟ କରିବା କି କଳା ବ୍ୟବସାୟରୁ ଧନ ବଢାଇ ଚାଲିଥିବା ବେଳେ ସାଧାରଣ ଜନତାଙ୍କୁ ପ୍ରଦୂଷଣକ ଜନୀତ ରୋଗରେ ପଡ଼ି ମୃତୁ୍ୟ ମୁଖକୁ ଠେଲି ଦେଉଛନ୍ତି । କଳାପଥର ଲୁଟର କାର୍ପଟଦାର କ୍ରସର ବ୍ୟବସାୟୀ ଏକଥା କାହାକୁ ଅଛପା ନାହିଁ । ଅଭିଯୋଗ ମୁତାବକଏହି ମୌଜାରେ ଥିବା ଷ୍ଟୋନ କ୍ରସର ୟୁନିଟ ଗୁଡିକ ନିର୍ଦ୍ଧିଷ୍ଟ ଭାବରେ ସରକାରୀ ନିୟମ ପାଳନ କରୁନଥିବାର ଅଭିଯୋଗ ହେଉଛି । କ୍ରସର ବ୍ୟବସାୟୀ ବେଆଇନ ଭାବରେ କଳାପଥର ଉତ୍ତୋଳନ କରି ସେସବୁକୁ ଚିପ୍ସି, ମେଣ୍ଟାଲ, ବଜୂରୀ ପ୍ରସ୍ତୁତ କରି ଜିଲା ଏବଂ ଜିଲ୍ଲା ବାହାରକୁ ଚାଲାଣ କରି ଫାଇଦା ଉଠାଉଛନ୍ତି । କ୍ରସର ବ୍ୟବସାୟୀ କ୍ରସର ୟୁନିଟ ଚଳାଇବା ପାଇଁ ଘନ ଘନ ବୈଠକ କରୁଥିଲେ । ପ୍ରଶାସନକୁ ଆଇନ ପରିସୀମା ଭିତରେ ରହି କାର୍ଯ୍ୟ କରିବାକୁ ଅନୁମତି ଲୋଡୁଥିଲେ । ହେଲେ କ୍ରସର ୟୁନିଟ୍ ଚଳାଇବାକୁ ଗ୍ରୀନ ସିଗନାଲ ମିଳି ନଥିବା ବେଳେ, କିପରି ଭାବରେ ଚାଲିଛି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ମୌଜାରେ ଚାଲୁଥିବା ବେଆଇନ କ୍ରସର ୟୁନିଟ ଉପରେ ଜିଲ୍ଲା ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।