ଖଣ୍ଡପଡ଼ା ବ୍ଲକ ପକ୍ଷରୁ ବର୍ଜ୍ୟ ନିଷ୍କାସନ ଗାଡ଼ି ପ୍ରଦାନ
ଖଣ୍ଡପଡ଼ା: ଗ୍ରାମ୍ୟପରିବେଶ ସ୍ୱଚ୍ଛ ରଖିବା ପାଇଁ ଖଣ୍ଡପଡ଼ା ବ୍ଲକ ପ୍ରଶାସନ ପକ୍ଷରୁ ପ୍ରତ୍ୟେକ ପଞ୍ଚାୟତକୁ ବ୍ୟାଟେରୀ ଚାଳିତ ବର୍ଜ୍ୟବସ୍ତୁ ନିଷ୍କାସନ ଗାଡି ପ୍ରଦାନ କରାଯାଇଛି । ପ୍ରଶାସନର ନିଦେ୍ର୍ଦଶକ୍ରମେ ପଞ୍ଚାୟତସ୍ତରରେ ଏହି ଗାଡି ପ୍ରତିଦିନ ଗଳିକନ୍ଦି ବୁଲି ଘରକୁ ଘର ଯାଇ ବର୍ଜ୍ୟବସ୍ତୁ ଗୁଡିକୁ ସଂଗ୍ରହ କରିବା ସହ ନିର୍ଦ୍ଦିଷ୍ଟ ଏକ ସ୍ଥାନରେ ପକାଇବ । ଫଳରେ ଗ୍ରାମର ପରିବେଶ ସଫାସୁତରା ରହିବା ସହ ଏହା ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମର ଏକ ଅଂଶବିଶେଷ ହେବ ବୋଲି ଜଣାପଡିଛି ।ଗ୍ରାମର ପ୍ରତ୍ୟେକ ବ୍ୟକ୍ତି ଘରେ ଡଷ୍ଟବିନ ବ୍ୟବହାର କରିବା ସହ ଘରର ଅଳିଆ ଏଣେତେଣେ ନ ପକାଇ ୈନିକ ଉକ୍ତ ଗାଡ଼ିକୁ ଅଳିଆ ଦେବାକୁ ପଡିବ । ଏ ସଂର୍ପକରେ ସମସ୍ତେ ସଚେତନ ହେଲେ ଏକ ସ୍ୱଚ୍ଛ, ସବୁଜ ଓ ସୁସ୍ଥ ପରିବେଶ ଗଠନ ହୋଇପାରିବ ବୋଲି ଜଣାପଡିଛି । ରାଜ୍ୟ ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ହୋଇଥିବା ଏଭଳି ଯୋଜନାକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି ।