ବିଜେଡି ସାବତ ଝିଅ ପରି ବ୍ୟବହାର କଲା: ସୁନୀତା

ବିଜେଡି ସାବତ ଝିଅ ପରି ବ୍ୟବହାର କଲା: ସୁନୀତା

ଭୁବନେଶ୍ୱର: ନବୀନ ବାବୁ ମତେ ଡାକି ବିଜେଡିରେ ସାମିଲ କରିଥିଲେ । ପରେ ମତେ ସାମତ ଝିଅ ପରି ବ୍ୟବହାର କଲା । ଏଭଳି କହିଛନ୍ତି ହେମାନନ୍ଦଙ୍କ ଝିଅ ସୁନୀତା ବିଶ୍ୱାଳ । କେବଳ ଲୋକ ଯୋଗାଡ କରିବାକୁ ବ୍ୟବହାର କରାଗଲା । ପୋଷ୍ଟର ମାରିବାକୁ ବି ମତେ ଅନୁମତି ନେବାକୁ କୁହାଗଲା । ଗୁରୁତ୍ୱ ଦେଲେନି, ଅଲୋଡା ଅନୁଭବ କରି ବିଜେଡି ଛାଡିଲି । ସୁନୀତାଙ୍କ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ୍ । ତାଙ୍କର ଆତ୍ମା କଂଗ୍ରେସ , ସାଂସଦ ହୋଇଥିଲେ ବି ପଳେଇଥାଆନ୍ତେ ବୋଲି କହିଛନ୍ତି ପ୍ରମିଳା ।