ଅବସରପ୍ରାପ୍ତ ଅଧିକ୍ଷଣ ଯନ୍ତ୍ରୀଙ୍କ ପରଲୋକ

 ଭଣ୍ଡାରିପୋଖରୀ : ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ଚନ୍ଦ୍ରଭାନୁପୁରର ଅବସରପ୍ରାପ୍ତ ଅଧୀକ୍ଷଣ ଯନ୍ତ୍ରୀ କାମପାଳ ଚନ୍ଦଙ୍କ (୮୪)ର ରବିବାର ମଧ୍ୟରାତିରେ ପରଲୋକ ହୋଇଛି । ଫୁସଫୁସ ଜନିତ ରୋଗରେ ଆକ୍ରାନ୍ତ ହୋଇ ସେ ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ଗତ ମାସେ ଧରି ଚିକିସôିତ ହେଉଥିବା ବେଳେ ଗତକାଲି ତାଙ୍କର ମୃତୁ୍ୟ ହୋଇଛି । ମୃତୁ୍ୟଶଯ୍ୟା ନିକଟରେ ତାଙ୍କ ପରିବାରବର୍ଗ ଉପସ୍ଥିତ ଥିବା ବେଳେ ମରଶରୀରକୁ ଭଣ୍ଡାରିପୋଖରୀ ବଜାର ଓ ଚନ୍ଦ୍ରଭାନୁପୁର ଗ୍ରାମ ପରିକ୍ରମା କରାଯାଇଥିଲା । ଭଣ୍ଡାରିପୋଖରୀ ରାମଦୟା ପରିଷଦ କର୍ମକର୍ତ୍ତା, ସ୍ଥାନୀୟ ବିଧାୟକ ସଞ୍ଜିବ ମଲ୍ଲିକ, ପୂର୍ବତନ ବିଧାୟକ ପ୍ରଫୁଲ୍ଲ ସାମଲ, ବିଜେଡି ବ୍ଲକ ସଭାପତି ଲକ୍ଷ୍ମୀଧର ସାହୁ, ଦକ୍ଷିଣବାଡ, ବୟାବନାପୁର, ନଗୁଆ, ପାଟୁଳି, ନାଆମୀ ସରପଞ୍ଚଙ୍କ ଅନ୍ୟମାନେ ପ୍ରମୁଖ ତାଙ୍କର ଶେଷ ଦର୍ଶନ କରିଥିଲେ । ଏ ଅବସରରେ ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକ, ବିଜେପି ନେତା ବଦ୍ରୀନାରାୟଣ ଧଳ ଶୋକବାର୍ତ୍ତା ଦେଇ ଶୋକପ୍ରକାଶ କରିଥିଲେ । ଗ୍ରାମ ଶ୍ମଶାନରେ ତାଙ୍କର ସଂସ୍କାର କରାଯାଇଥିଲା ।