ଓଡ଼ିଶା ଅଭିବୃଦ୍ଧିରେ ସକାରାତ୍ମକ ପ୍ରଭାବ ପକାଇଛି ଟାଟାଷ୍ଟିଲ 

 କଳିଙ୍ଗନଗର: ଟାଟା ଷ୍ଟିଲକଳିଙ୍ଗ ନଗରକୁ ୯ ବର୍ଷ ପୁରିଲା । ୨୦୧୫ ନଭେମ୍ବର ୧୮ରେଏହା ଉତ୍ସର୍ଗୀକୃତ ହୋଇଥିଲା । ଦୀର୍ଘ ୯ ବର୍ଷ ଧରିଟାଟାଷ୍ଟିଲ କଳିଙ୍ଗନଗର ପ୍ଳାଣ୍ଟ ଓଡ଼ିଶାର ପ୍ରଗତିରେ ନିଜର ଯୋଗଦାନ ଜାରିରଖିଛି । ଭାରତର ଅନ୍ୟତମ ବୃହତମ ଇସ୍ପାତ  କାରଖାନା ଭାବେ ଏହି ଅତ୍ୟାଧୁନିକ ପ୍ଳାଣ୍ଟ, ଶିଳ୍ପ ବିକାଶର ପ୍ରମାଣ ଅଟେ । ଯାହା ନିରବଚ୍ଛିନ୍ନ ଭାବରେ ଅର୍ଥନୈତିକ ଅଭିବୃଦ୍ଧି ସହିତ ସାମାଜିକ ଦାୟିତ୍ୱ  କରୁଛି । କଳିଙ୍ଗନଗର ପ୍ଳାଣ୍ଟ କେବଳ ଏକଶିଳ୍ପ କମ୍ପ୍ଲେକ୍ସ ନୁହେଁ ; ଏହାସ୍ଥାନୀୟ ଅଞ୍ଚଳର ସାମାଜିକ ଓ ଅର୍ଥନୈତିକ ବିକାଶରେ ଏକ ପ୍ରମୁଖ ଅଙ୍ଗ ପାଲଟିଛି  । ଟାଟାଷ୍ଟିଲ ଶିକ୍ଷା, ସ୍ୱାସ୍ଥ୍ୟ ସେବାଏବଂ ଜୀବିକା ସୁଯୋଗ ଉପରେ ଧ୍ୟାନ କେନ୍ଦ୍ରିତ କରି ସାମାଜିକ ବିକାଶ କାର୍ଯ୍ୟକ୍ରମରେ ଯଥେଷ୍ଟ ପୁଞ୍ଜି ନିବେଶ କରିଛି ।  ଟାଟାଷ୍ଟିଲର ‘ସେଫ୍ଟି ଫାଷ୍ଟ’ ନିୟମ ଏହା ସୁନିଶ୍ଚିତ କରେ ଯେ କର୍ମକ୍ଷେତ୍ରରେ ସର୍ବୋଚ୍ଚ ନିରାପତାମାନଦଣ୍ଡ ବଜାୟ ରହିବ ଏବଂ କଳିଙ୍ଗନଗର ବିଶ୍ୱର ଅନ୍ୟତମ ସୁରକ୍ଷିତ ଇସ୍ପାତ ପ୍ଳାଣ୍ଟରେ ପରିଣତହେବ । ସ୍ଥାନୀୟ ଜନସାଧାରଣଙ୍କ ସକାରାତ୍ମକ ସମନ୍ୱୟ ସୁନିଶ୍ଚିତ କରିବା ପାଇଁ ଟାଟାଷ୍ଟିଲ ଅନେକ ସାମାଜିକ ବିକାଶ ଯୋଜନା କାର୍ଯ୍ୟକାରୀ କରିଛି ।  କମ୍ପାନୀ ଦାୟିତ୍ୱବାନ ସମ୍ବଳ ପରିଚାଳନା ଏବଂ ପରିବେଶ ସୁରକ୍ଷା, ପରିବେଶ ମାନଦଣ୍ଡ ପାଳନ ଏବଂ ପରିବେଶ ପ୍ରଭାବକୁ ହ୍ରାସ କରିବା ପାଇଁ ଦୀର୍ଘସ୍ଥାୟୀ ବ୍ୟବସ୍ଥାରେ ନିବେଶ କରିବାକୁ ପ୍ରତିଶ୍ରୁତିବଦ୍ଧ’ ବୋଲି ଟିଏସକେର ଉପାଧ୍ୟକ୍ଷ ଅପରେସନ ରାଜୀବ କୁମାର କହିଛନ୍ତି । ପ୍ଲାଣ୍ଟର ଦ୍ୱିତୀୟ ପର୍ଯ୍ୟାୟସମ୍ପ୍ରସାରଣ, ଭାରତର ସର୍ବବୃହତ ଗ୍ରୀନ ଫିଲ୍ଡବ୍ଲାଷ୍ଟ ଫର୍ଣ୍ଣେସ୍ର ୫,୮୭୦ ମିଟର ଆୟତନ ସହିତ ଏହାର ଏକ ନୂତନ ଅଧ୍ୟାୟଯୋଡି ହୋଇଛି ।  କାରଖାନାରେ ଆଧୁନିକ ଜ୍ଞାନକୌଶଳ ଅନ୍ତର୍ଭୁକ୍ତ କରାଯାଇଛି । ଯେଉଁଥିରେ ମୂଲ୍ୟଯୁକ୍ତ ଉତ୍ପାଦ, ପରିଚାଳନା ଦକ୍ଷତା ଏବଂ କାର୍ବନଫୁଟପ୍ରିଣ୍ଟରେ ଉଲ୍ଲେଖନୀୟ ହ୍ରାସ ଉପରେ ଗୁରୁତ୍ୱ ଦିଆଯାଇଛି । କଳିଙ୍ଗନଗରରେ ଦ୍ୱିତୀୟ ପର୍ଯ୍ୟାୟ ସମ୍ପ୍ରସାରଣ ଦ୍ୱାରା ଏହିସ୍ଥାନର ସମୁଦାୟ କ୍ଷମତା ବାର୍ଷିକ ୩ ନିୟୁତଟନ୍ (ଏମ୍ଟିପିଏ)ରୁ ୮ ଏମ୍ଟିପିଏକୁ ବୃଦ୍ଧି ପାଇବ । ଦ୍ୱିତୀୟ ପର୍ଯ୍ୟାୟ ସମ୍ପ୍ରସାରଣ ସହିତ ଓଡ଼ିଶା, ଟାଟାଷ୍ଟିଲ୍ ପାଇଁ ଭାରତରେ ସର୍ବବୃହତ୍ ନିବେଶସ୍ଥଳ ଭାବେ ଉଭାହୋଇଛି ।