ଜରୁରୀକାଳୀନ ପରିସ୍ଥିତି ମୁକାବିଲା ପାଇଁ ମକ୍ ଡ୍ରିଲ୍


ାା ପ୍ରଭାନୁ୍ୟଜ ।ା କଳିଙ୍ଗନଗର :  ଜରୁରୀକାଳୀନ ପରିସ୍ଥିତିର ପରୀକ୍ଷଣ ଓ ଏହାର ମୁକାବିଲା ଉଦେ୍ଦଶ୍ୟରେ ଟାଟା ଷ୍ଟିଲ କଳିଙ୍ଗନଗର ପକ୍ଷରୁ କାରଖାନା ପରିସରରେଏକ ମକ୍ ଡ୍ରିଲ୍ ଆୟୋଜିତ ହୋଇଯାଇଛି । କାରଖାନା ଭିତରେ ଥିବା ଇଣ୍ଡଷ୍ଟ୍ରିଆଲ ଏନର୍ଜି ଲିମିଟେଡର ଲାଇଟ୍ ଡିଜେଲ ଅଏଲ ଟାଙ୍କି-୧ ଷ୍ଟୋରେଜରେ ସମ୍ଭାବ୍ୟ ଅଗ୍ନିକାଣ୍ଡର ମୁକାବିଲା ପାଇଁ ଏହାର କ୍ଷମତା ପରଖିବା ପାଇଁ ଏକ ପୂର୍ଣ୍ଣାଙ୍ଗ ମକ୍ ଡ୍ରିଲର ଆୟୋଜନ କରାଯାଇଥିଲା । ଜିନ୍ଦଲ ଷ୍ଟେନଲେସ୍, ଭିସା ଷ୍ଟିଲ୍ ଏବଂ ଟାଟା ଷ୍ଟିଲ୍ ଗ୍ରୁପ୍ କମ୍ପାନି ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍ ସମେତ ଏହି ଅଞ୍ଚଳର ଅନ୍ୟ ଇସ୍ପାତ ଉତ୍ପାଦନକାରୀ କମ୍ପାନିମାନେ ପାରସ୍ପରିକ ସହାୟକ ପାର୍ଟନର ଭାବେ ମକ୍ ଡ୍ରିଲରେ ଅଂଶଗ୍ରହଣ କରିଥିଲେ । ପ୍ରକୃତରେ କୌଣସି ଅଗ୍ନିକାଣ୍ଡ ଘଟିନଥିଲେ ସୁଦ୍ଧା ଅଗ୍ନିକାଣ୍ଡ ଘଟଣାର ମୁକାବିଲା ପାଇଁ ବେଳେ ସେଫ୍ଟି ଅଗ୍ନିଶମ ବାହିନୀ, ମେଡିକାଲ, ସିକୁ୍ୟରିଟି ଆଣ୍ଡ ଅପରେସନ୍ ସମେତ ବିଭିନ୍ନ ଟିମର ପ୍ରସ୍ତୁତି କ୍ଷମତାନେଇ ଏହି ମକ୍ ଡ୍ରିଲରେ ପରୀକ୍ଷା କରାଯାଇଥିଲା । 
ଏନେଇ ବିଭିନ୍ନ ଦିଗ ଉପରେ ଅନୁକରଣୀୟ ଅବସ୍ଥା ମଧ୍ୟ ପ୍ରସ୍ତୁତ କରାଯାଇଥିଲା । ମକ୍ ଡ୍ରିଲ୍ ସମୟରେ ଟିମ୍ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଘଟଣାସ୍ଥଳରେ ପହଞ୍ଚିବା, ଘଟଣା ସ୍ଥଳରୁ କର୍ମଚାରୀଙ୍କୁ ସ୍ଥାନାନ୍ତର କରିବା, ଉପଯୁକ୍ତ ଚିକିତ୍ସା ସହାୟତା ପ୍ରଦାନ କରିବା, ସମାନରୂପୀ ସଙ୍କଟକୁ ଠିକ୍ ସମୟରେ ତଦାରଖ, ଘଟଣାକୁ ନିୟନ୍ତ୍ରଣ କରିବା ଏବଂ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ପରିସ୍ଥିତିର ମୁକାବିଲା ପାଇଁ ଏହିମକ୍ ଡ୍ରିଲବ୍ୟବହାରିକ ଶିକ୍ଷା ଦେଇଥିଲା । ମକ୍ ଡ୍ରିଲରେ ଫ୍ୟାକ୍ଟରିଜ ଓ ବଏଲର ଉପନିଦେ୍ର୍ଦଶକ ଉମେଶ ଚନ୍ଦ୍ର ସୁତାର, ଯାଜପୁର ରୋଡ ଡିଭିଜନର କାରଖାନା ଓ ବଏଲର ସହକାରୀ ନିଦେ୍ର୍ଦଶକ ଗଣେଶ୍ୱର ମାର୍ଡି, ଜିଲ୍ଲା ରିଜେନ୍ସି ଅଫିସର ଅଶୋକ କୁମାର ବେହେରା, ଫାୟାର ଷ୍ଟେସନ ଇନ-ଚାର୍ଜ ରମାକାନ୍ତ ମଲ୍ଲିକ,ଆଇଆଇସି ପ୍ରକାଶ କୁମାର ସାହୁଙ୍ କସହ ଟାଟା ଷ୍ଟିଲ କଳିଙ୍ଗନଗର ଓ ଆଇଇଏଲର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।