ମହିମାଗାଦି ବ୍ଲକ ଗଠନ ପାଇଁ ସମନ୍ୱୟ ବୈଠକ
ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ମହିମାଗାଦି ଠାରେ ଆଜି ପ୍ରସ୍ତାବିତ ମହିମାଗାଦି ବ୍ଲକ ଗଠନ କ୍ରିୟାନୁଷ୍ଠାନ କମିଟି ଆନୁକୂଲ୍ୟରେ ୧୫ ଟି ପଞ୍ଚାୟତର ଜନପ୍ରତିନିଧି, ଆଞ୍ଚଳିକ ବୁଦ୍ଧିଜୀବି ମାନଙ୍କର ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବଣସିଂହ ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ଜୟନ୍ତ ହୋତା ବୈଠକରେ ସଭାପତିତ୍ୱରେ କରିଥିଲେ । ସଭା ଆରମ୍ଭରେ ବରିଷ୍ଠ ବକ୍କଳଧାରୀ ସନ୍ୟାସୀ ପ୍ରଫୁଲ୍ଲ ବାବା ଓ ବନମାଳୀ ବାବା ଅଖଣ୍ଡ ଦୀପ ଲଗାଇ ମହିମା ଅଲେଖ ଡାକ ଦେବା ସହିତ ଆଶୀର୍ବଚନ ପ୍ରଦାନ କରିଥିଲେ । କବି ନୀରୋଦ କୁମାର ସାମଲ ମହିମା ଭଜନ ଗାନ କରିଥିଲେ ।କ୍ରିୟାନୁଷ୍ଠାନ କମିଟି ଆବାହକ ଆନନ୍ଦ ଚନ୍ଦ୍ର ମହାନ୍ତି ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ସହିତ ମହିମାଗାଦି ବ୍ଲକ ଗଠନ ପାଇଁ ସାଂଗଠନିକ ପଦକ୍ଷେପ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । କ୍ରିୟାନୁଷ୍ଠାନ କମିଟି ସଭାପତି ଚିତ୍ତରଞ୍ଜନ ମହାନ୍ତି ବ୍ଲକ ଗଠନ ପାଇଁ ସମସ୍ତ ନିର୍ବାଚିତ ପ୍ରତିନିଧି ଓ ଆଞ୍ଚଳିକ ବୁଦ୍ଧିଜୀବି ମାନଙ୍କର ସହମତି କାମନା କରିଥିଲେ । ସୁଧାଂଶୁ ଶେଖର ରାଉତ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ । ଜିଲ୍ଲା ପରିଷଦ ସଭ୍ୟ ବିଶ୍ୱନାଥ ଚିନ୍ନରା, ଚାଉଳିଆ ସରପଞ୍ଚ ବାବୁଲି ରାଉତ, ତରଭା ସରପଞ୍ଚ ବିରଞ୍ଚି ବେହେରା, କ୍ରିୟାନୁଷ୍ଠାନ କମିଟି ବଣସିଂହ ପଞ୍ଚାୟତ ସଭ୍ୟ ଜଳଧର ବେହେରା ପ୍ରମୁଖ ମହିମାଗାଦି ବ୍ଲକ ଗଠନ ପାଇଁ ସମସ୍ତ ପ୍ରକାରର ସହାୟତା ଯୋଗାଇଦେବା ପାଇଁ ସହମତି ପ୍ରକାଶ କରିଥିଲେ । ସମସ୍ତ ସଭ୍ୟ ଏକ ସ୍ୱରରେ ବିଶ୍ୱପ୍ରସିଦ୍ଧ ଧାର୍ମିକ ପର୍ଯ୍ୟଟନ ସ୍ଥଳୀ ମହିମାଗାଦି ବ୍ଲକ ଗଠନ ସପକ୍ଷରେ ନିଜର ମତପୋଷଣ କରିଥିଲେ । କାର୍ଯ୍ୟକାରୀ କମିଟି ସମ୍ପାଦକ ଅମ୍ବିକା ପ୍ରସାଦ ମିଶ୍ର, ବରିଷ୍ଠ ସଭ୍ୟ ପୀତବାସ ରାଉତ, ପ୍ରକାଶ କୁମାର ରାଉତ, ଗୋକୁଳ ଚନ୍ଦ୍ର ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ ।