ସାମ୍ବାଦିକ ଆକ୍ରମଣକୁ ନିନ୍ଦା

ାା ପ୍ରଭାନୁ୍ୟଜ ।ା ଆନନ୍ଦପୁର: ସୁବର୍ଣ୍ଣପୁରରେ ଜଣେ କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ ସୁବର୍ଣ୍ଣପୁର ବିଡ଼ିଓଙ୍କ ମରଣାନ୍ତକ ଆକ୍ରମଣକୁ ଦୃଢ଼ ନିନ୍ଦା କରିଛି ଆନନ୍ଦପୁର ପ୍ରେସ ପରିଷଦ । ସୂଚନା ଅନୁଯାୟୀ କର୍ତ୍ତବ୍ୟରତ ସାମ୍ବାଦିକ ଧୀରେନ୍ଦ୍ର କୁମାର ଦାନୀ ସୁବର୍ଣ୍ଣପୁର ବିଡ଼ିଓଙ୍କୁ ଆର୍ଟିଆଇଆକ୍ଟ କିଛି ସୂଚନା ମାଗିଥିଲେ । ତେବେ ବିଡ଼ିଓ ସୌମ୍ୟରଞ୍ଜନ ସ୍ୱାଇଁ ଏଥିରେ ସହଯୋଗ କରିନଥିବା ବେଳେ ସାମ୍ବାଦିକ ଶ୍ରୀ ଦାନୀ ପୁନଶ୍ଚ ବିଡ଼ିଓ ଶ୍ରୀ ସ୍ୱାଇଁଙ୍କୁ ସାକ୍ଷାତ କରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ବିଡ଼ିଓ ସାମ୍ବାଦିକଙ୍କୁ ଆକ୍ରମଣ କରିବାକୁ ପଛାଇ ନଥିଲେ । ଏନେଇ ସାମ୍ବାଦିକ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ଓଲଟା ଅଭିଯୋଗକାରୀଙ୍କ ଅଭିଯୋଗରେ ରାତିଅଧିଆ ପୁଲିସ ସାମ୍ବାଦିକ ଶ୍ରୀ ଦାନୀଙ୍କୁ ଉଠାଇ ନେଇଛି । ଖବର ପ୍ରଚାରିତ ହେବା ପରେ ଏହାକୁ ଦୃଢ଼ ନିନ୍ଦା କରିଛି ଆନନ୍ଦପୁର ପ୍ରେସ ପରିଷଦ । ସଭାପତି ନିରାକାର ଦଳେଇ, ସମ୍ପାଦକ ହରେକୃଷ୍ଣ ପାତ୍ର, ସଦସ୍ୟ ଇଂ କିରନ ପାଢ଼ୀ ରତିକାନ୍ତ ସାହୁ, ଶ୍ରୀନିବାସ ଦାସ, ମକର ଧ୍ୱଜ ସାହୁ, ମନମୋହନ ନାଏକ, ସତ୍ୟରଞ୍ଜନ ଦାସ,ଭରତ ସାହୁ, ଗଣେଶ୍ୱର ମହାନ୍ତି, ସୁଦାମ ମଙ୍ଗଳ, ମମତା ରାଣୀ ଜେନା, ସୋମନାଥ ମିଶ୍ର, ରଞ୍ଜିତ ରଣା ପ୍ରମୁଖ ବିଡ଼ିଓଙ୍କୁ ତୁରନ୍ତ ଗିରଫ କରିବା ସହିତ ପୁଲିସର ଏକ ପାଖିଆ କାର୍ଯ୍ୟାନୁଷ୍ଠାନକୁ ନେଇ ନିନ୍ଦା କରିଛନ୍ତି ।