କ୍ରୀଡ଼ା ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା
ଦଶରଥପୁର: ଏହି ବ୍ଲକ ପାଲଟପୁର ଗାନ୍ଧିଜୀ ଉଚ୍ଚ ବିଦ୍ୟାଳୟ କ୍ରୀଡ଼ା ଶିକ୍ଷକ ରାଜ କିଶୋର ରାଉତଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଜଣାଇବା ଉଦେ୍ଦଶ୍ୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ମୁଦୁଲିଙ୍କ ସଭାପତିତ୍ୱରେ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ମୁଦୁଲିଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମରେ ଅତିଥି ଭାବେ ସାହିତି୍ୟକ ଡ଼.ବାସୁଦେବ ମିଶ୍ର, ଶିକ୍ଷାବିତ ଶୈଳେନ୍ଦ୍ର ନାୟକ, ଯୁଗଳ କିଶୋର ସାହୁ, ଶିଶୁ ସାହିତି୍ୟକ ଧୀରେନ୍ଦ୍ର ମଲ୍ଲିକ, ସରପଂଚ ଲିପିକା ମଲ୍ଲିକ, ସମିତିସଭ୍ୟ ଧୀରେନ୍ଦ୍ର ମଲ୍ଲିକ, ସାମ୍ବାଦିକ ଚନ୍ଦ୍ର ଶେଖର ସାହୁ, ଶିକ୍ଷକ ହରିଶ ଚନ୍ଦ୍ର ପଣ୍ଡା, ସୁରେନ୍ଦ୍ର କୁମାର ପାତ୍ର, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ରାଜେଶ ବିଶ୍ୱାଳ, ପରିଚାଳନା ସଭ୍ୟ କୈଳାଶ ମଲ୍ଲିକ, ନିରଞ୍ଜନ ମଲ୍ଲିକ ଯୋଗଦେଇ ବିଦାୟୀ ଶିକ୍ଷକ ଶ୍ରୀଯୁକ୍ତ ରାଉତଙ୍କୁ ସମ୍ବର୍ଦ୍ଧିତ କରିବା ସହ ବିଦ୍ୟାଳୟ ପ୍ରତି ଥିବା ତାଙ୍କର ଅବଦାନ ଉପରେ ଆଲୋକପାତ କରିଥିଲେ । ବିଦ୍ୟାଳୟର ସହକାରୀ ଶିକ୍ଷକ ଜ୍ଞାନରଞ୍ଜନ ତ୍ରିପାଠୀ ଅତିଥି ପରିଚୟ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟର ସହକାରୀ ଶିକ୍ଷକ ଦୁର୍ଯୋଧନ ସାମଲ, ହରିଶ ମହାରଣା, ଶରତ ସାହୁ, ଅଶୋକ ନାୟକ, ଶିକ୍ଷୟିତ୍ରୀ ରଶ୍ମିତା ରାଉତ ଶିକ୍ଷା କର୍ମଚାରୀ ପ୍ରଫୁଲ୍ଲ ନାୟକ, ବ୍ରଜ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ପରେ ବିଦ୍ୟାଳୟର ବାର୍ଷିକ କ୍ରୀଡା ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ପ୍ରମାଣପାତ୍ର ଏବଂ ଟ୍ରଫି ପ୍ରଦାନ କରାଯାଇଥିଲା । ବିଚାରକ ଭାବେ ଶିକ୍ଷକ ଅନିଲ ରାୟ ଏବଂ ବିପିନ ରାୟ ଯୋଗ ଦେଇଥିଲେ ।