ସାତକୋଶିଆରେ ବୁଲିବେ ମହାବଳ

ାା ପ୍ରଭାନୁ୍ୟଜ ।ା ଭୁବନେଶ୍ୱର:   ବାଘଶୂନ୍ୟ ହୋଇପଡିଥିବା ସାତକୋଶିଆ ଅଭୟାରଣ୍ୟରେ ଖୁବ୍ ଶୀଘ୍ର ବିଚରଣ କରିବେ ମହାବଳ ବାଘ । ଖୁବ୍ ଶୀଘ୍ର ସାତକୋଶିଆକୁ ଆସିବେ ୧୨ରୁ ୧୪ ମହାବଳ ବାଘ  । ଏହା ପୂର୍ବରୁ ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟକୁ ମିଳିଛି ୧୨ଟି ଅତ୍ୟାଧୁନିକ ପାଟ୍ରୋଲିଂ ଭ୍ୟାନ । ଏନଟିସିଏର  ଟାଇଗର ରିକଭରି ପ୍ଲାନ ଅନୁୟାୟୀ ଏହାକୁ ୫ ବର୍ଷ ଭିତରେ କାର୍ଯ୍ୟକାରୀ କରାଯିବ ବୋଲି ସୂଚନା ଦେଇଛନ୍ତି ବନ୍ୟପ୍ରାଣୀ ପିସିସିଏଫ ସୁଶାନ୍ତ ନନ୍ଦ । ୨୦୦୭ ମସିହାରେ ସାତକୋଶିଆରେ ୧୩ରୁ ୧୫ ବାଘ ଥିବା ବେଳେ ଏବେ ଏହା ବାଘ ଶୂନ୍ୟ ହୋଇଯାଇଛି । ତେଣୁ ଟାଇଗର ରିକଭରି ପ୍ଲାନ ଅନୁଯାୟୀ ବାଘ ଆଣିବାକୁ ଯୋଜନା ଅଛି ବୋଲି କହିଛନ୍ତି ପିସିସିଏଫ ।  ଏହି ଯୋଜନା କେବଳ ସ୍ଥାନୀୟ ଲୋକଙ୍କ ସହାୟତାରେ ହିଁ ସଫଳ ହୋଇପାରିବ ବୋଲି ସେ କହିଛନ୍ତି  । ତେବେ ସାତକୋଶିଆର କୋର ଏରିଆ ଏବେ ଖାଲି ହୋଇଗଲାଣି  । ଅଭୟାରଣ୍ୟର ଅନ୍ୟ ଅଞ୍ଚଳରୁ ଲୋକ ସ୍ୱଇଚ୍ଛାରେ ସ୍ଥାନାନ୍ତର ହେଲେ ଯାଇ ପ୍ରକଳ୍ପ ଆରମ୍ଭ ହୋଇପାରିବ  । ଏଥିପାଇଁ ସ୍ଥାନୀୟ ଲୋକ ଓ ଲୋକପ୍ରତିନିଧିଙ୍କ ସହାୟତା ଆବଶ୍ୟକ ବୋଲି କହିଛନ୍ତି ପିସିସିଏଫ । ହେଲେ ଏହା ପୂର୍ବରୁ ଅନୁଗୁଳ ଜିଲ୍ଲା ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟକୁ ମିଳିଛି ୧୨ଟି ଅତ୍ୟାଧୁନିକ ପାଟ୍ରୋଲିଂ ଭ୍ୟାନ । ଏହାସହ ବାଲୁଖଣ୍ଡ ଅଭୟାରଣ୍ୟ ଓ କପିଳାସ ଅଭୟାରଣ୍ୟକୁ ମଧ୍ୟ କେତେକ ପାଟ୍ରୋଲିଂ ଗାଡି ପ୍ରଦାନ କରାଯାଇଛି । ଅଭୟାରଣ୍ୟର ରେଞ୍ଜ ଅଫିସ ଦକ୍ଷତା ବଢ଼ାଇବା ପାଇଁ ଦିଆଯାଇଛି ଏସବୁ ଅତ୍ୟାଧୁନିକ ପାଟ୍ରୋଲିଂ ଗାଡି । ଜୀବଜନ୍ତୁଙ୍କ ସୁରକ୍ଷାରେ ନିୟୋଜିତ ହେବ ଏହି ପାଟ୍ରୋଲିଂ ଭ୍ୟାନ । ଭ୍ୟାନରେ ଜିପିଏସ ନେଭିଗେସନ ସହ ବନ୍ୟପ୍ରାଣୀଙ୍କ ଉଦ୍ଧାର ପାଇଁ ମଧ୍ୟ ବ୍ୟବସ୍ଥା ରହିଛି । ଭୁବନେଶ୍ୱରସ୍ଥିତ ଭରତପୁର ଅଭୟାରଣ୍ୟ ନିକଟରେ ଏହି ପାଟ୍ରୋଲିଂ ଗାଡିର ଶୁଭାରମ୍ଭ କରିଛନ୍ତି ଜଙ୍ଗଲ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ସମେତ ବନ୍ୟପ୍ରାଣୀ ପିସିସିଏଫ ସୁଶାନ୍ତ ନନ୍ଦ ।