ନାରୀ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

 ରାଜକନିକା : ଉଚ୍ଚ ଶିକ୍ଷା ବିଭାଗର ନିଦେ୍ର୍ଦଶ କ୍ରମେ ରାଜକନିକା ଶୈଳେନ୍ଦ୍ର ନାରାୟଣ କଲେଜରେ ମହିଳାଙ୍କ ଯୌନ ଉତ୍ପୀଡନ ଅଧିନିୟମ ୨୦୧୩ ଏବଂ ଏହି ସମ୍ବଦ୍ଧରେ ୟୁଜିସି ପକ୍ଷରୁ ଜାରି ହୋଇଥିବା ନିଦେ୍ର୍ଦଶାବଳୀ ୨୦୧୫ ସମ୍ବଦ୍ଧରେ ଏକ କର୍ମ ଶଳା ଅନୁଷ୍ଠିତ ହୋଇଛି । କଲେଜ ଅଧ୍ୟକ୍ଷ ପ୍ରଫେସର ଉପେନ୍ଦ୍ର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କଲେଜ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଆବାହକ ଡ. ମିଥିଳା ଦାସ ଏହା ଉପରେ ବିଷଦ ଭାବେ ଆଲୋଚନା କରିଥିଲେ । କମିଟିର ଅନ୍ୟତମ ସଦସ୍ୟ ଡ. ଅଜୟ କୁଣ୍ଡ ଓ ସଦସ୍ୟା ପ୍ରଯୁକ୍ତା ପ୍ରିୟଦର୍ଶିନୀ ଉଚ୍ଚଶିକ୍ଷା ବିଭାଗର "ଶକ୍ତିଶ୍ରୀ’ କାର୍ଯ୍ୟକ୍ରମ ବିଷୟରେ ଆଲୋକପାତ କରିଥିବାବେଳେ, କାଜଲ ଜ୍ୟୋତି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀଙ୍କ ମଧ୍ୟରେ ଡ. ସଂଜୀବ ଦାଶ, ଡ. ପ୍ରଦୀପ ଦାସ, ଡ. ଜୟନ୍ତ ମଲ୍ଲିକ, ପ୍ରଫେସର ଅନୁପ ମଲ୍ଲିକ, ମୁଖ୍ୟ କିରାଣୀ ଲକ୍ଷ୍ମଣ ସାହୁ, କେଶବ ସେଠୀ, ଶୁଚିସ୍ମିତା ପଣ୍ଡା, ଗୋଲଖ ଚନ୍ଦ୍ର ଧଳ, ଜୟନ୍ତ ମଥାନଙ୍କ ସମେତ ଅନାନ୍ୟ କର୍ମଚାରୀ ଓ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ । ଓଳାଭର କଲେଜରେ ଅଧ୍ୟକ୍ଷ ପ୍ରଫେସର ହଳଧର ବେହେରାଙ୍କ ସଭାପତିତ୍ୱ ଓ ଅଧ୍ୟାପକ ମୁରଲୀଧର କରଙ୍କ ସଂଯୋଜନାରେ ନାରୀ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ନାରୀ ସୁରକ୍ଷା ଉପରେ ଏକ ପଞ୍ଚ ସୂତ୍ରୀ ଶପଥ ପାଠ କରାଯାଇଥିଲା ।