ମାଟିକାନ୍ଥ ଓ ଭଙ୍ଗା କୁଡିଆରେ କଟୁଛି ସୁରେନ୍ଦ୍ରଙ୍କ ଜୀବନ
କେନ୍ଦ୍ରାପଡା: କେନ୍ଦ୍ରାପଡା ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତର ଦୁତିଆଳ ଗ୍ରାମର ସୁରେନ୍ଦ୍ର ସାହୁ ଏକମାତ୍ର ରୋଜଗାର କ୍ଷମ ବୃଦ୍ଧ ଲୋକ । ଦୀର୍ଘ ୪୦ ବର୍ଷ ହେଲା ସେ ମାଟି କାନ୍ଥ, ଛିଣ୍ଡା ପାଲ ଓ ଜରି ଘୋଡାଇ ନିଜ କୁଡିଆଘରେ ଜୀବନ କାଟୁଛନ୍ତି । ଏ ନେଇ ସୁରେନ୍ଦ୍ର ସରପଂଚଙ୍କଠାରୁ ଆରମ୍ଭ କରି ବ୍ଲକ୍ ଅଧ୍ୟକ୍ଷ, କେନ୍ଦ୍ରାପଡା ବିଡିଓ ଓ ଜିଲ୍ଲାପାଳଙ୍କୁ ଜଣାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ତାଙ୍କୁ ଖଣ୍ଡିଏ ମୋ କୁଡିଆ କିମ୍ବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡିଏ ମିଳୁନାହିଁ । ଯାହାଫଳରେ ସେ ଭଙ୍ଗାଘରେ ଜୀବନ କାଟୁଛନ୍ତି । ତୁରନ୍ତ ତାଙ୍କୁ ମୋ କୁଡିଆ କିମ୍ବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଯୋଗାଇଦେବା ପାଇଁ ସେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ।
 
 Rasmita Behera
                                    Rasmita Behera                                 
    
 
    
 
 
 
